ETV Bharat / bharat

3 କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି: 4 କେନ୍ଦ୍ରମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ବ

author img

By ETV Bharat Odisha Team

Published : Dec 7, 2023, 10:49 PM IST

3 କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି । 4 କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ବ । ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସମେତ 12 ଜଣ ବିଜେପି ସାଂସଦ ଲଢିଥିଲେ 3 ରାଜ୍ୟର ବିଧାନସଭା ନିର୍ବାଚନ । ଫଳାଫଳ ପରେ ଇସ୍ତଫା ଦେଇଛନ୍ତି ସମସ୍ତେ । ଅଧିକ ପଢନ୍ତୁ

3 କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି: ଅର୍ଜୁନ ମୁଣ୍ଡା ଓ ଶୋଭା କରନ୍ଦଲାଜେଙ୍କୁ ଅତିରିକ୍ତ ଦାୟିତ୍ବ

ନୂଆଦିଲ୍ଲୀ: 3 ରାଜ୍ୟର ବିଧାନସଭା ନିର୍ବାଚନ ଲଢି ବିଜୟୀ ହେବା ପରେ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ତିନି କେନ୍ଦ୍ରମନ୍ତ୍ରୀଙ୍କ ସମେତ 12 ଜଣ ବିଜେପି ସାଂସଦ । ଗତକାଲି ସାଂସଦ ପଦରୁ ଇସ୍ତଫା ଦେଇଥିବା 3 କେନ୍ଦ୍ରମନ୍ତ୍ରୀ ଆଜି କେନ୍ଦ୍ର କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂ ସାରୁତା ଆଜି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେମାନେ ନିଜର ଇସ୍ତଫାପତ୍ର ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ବେଳେ ତାହା ରାଷ୍ଟ୍ରପତି ଗ୍ରହଣ ମଧ୍ୟ କରିଛନ୍ତି । ଏହା ସହ ଏହି ସମସ୍ତ ମନ୍ତ୍ରଣାଳୟର ଦାୟିତ୍ବ ଅନ୍ୟ 4 ମନ୍ତ୍ରୀଙ୍କୁ ଅତିରିକ୍ତ ଭାବେ ରାଷ୍ଟ୍ରପତି ପ୍ରଦାନ କରିଛନ୍ତି । ଏହି ମନ୍ତ୍ରୀଙ୍କ ସମେତ ନିର୍ବାଚନ ଲଢିଥିବା ବିଜେପିର 12 ସାଂସଦଙ୍କ ମଧ୍ୟରୁ ଗତକାଲି 10 ଜଣ ଓ ଆଜି 2 ଜଣ ସାଂସଦ ପଦରୁ ଇସ୍ତଫା ଦେଇଥିଲେ ।

  • President Droupadi Murmu has accepted the resignations of Narendra Singh Tomar, Prahlad Singh Patel and Renuka Singh Saruta from the Union Council of Ministers, with immediate effect.

    — ANI (@ANI) December 7, 2023 " class="align-text-top noRightClick twitterSection" data=" ">

କେନ୍ଦ୍ରମନ୍ତ୍ରୀ ଅର୍ଜୁମ ମୁଣ୍ଡା କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ପ୍ରଭାର ଗ୍ରହଣ କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କୁ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ର ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଭାବେ ଓ ଭାରତୀ ପ୍ରବୀଣ ପାଓ୍ବାରଙ୍କୁ ଆଦିବାସୀ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ମିଳିଛି । ଏହି ମନ୍ତ୍ରୀମାନେ ଏହି ସବୁ ବିଭାଗର ଅତିରିକ୍ତ ପ୍ରଭାର ଗ୍ରହଣ କରିବା ପାଇଁ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ:- ଇସ୍ତଫା ଦେଲେ ବିଧାନସଭା ନିର୍ବାଚନ ଜିତିଥିବା 10 ବିଜେପି ସାଂସଦ, ବଢିଲା ନୂଆ ମୁଖ୍ୟମନ୍ତ୍ରୀ ଚର୍ଚ୍ଚା

ଚଳିତ ବିଧାନସଭା ନିର୍ବାଚନରେ 3 ରାଜ୍ୟରେ ପ୍ରତିଦ୍ବନ୍ଦ୍ବିତା କରିଥିବା 12 ଜଣ ସଂସଦରୁ ଇସ୍ତଫା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ଏକାଧିକ ମୁଖ୍ୟମନ୍ତ୍ରୀ ଆଶାୟୀ ମଧ୍ୟ ରହିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବୈଠକ ପରେ ଦଳମୁଖ୍ୟ ଜେପି ନଡ୍ଡା ଏହି ସାଂସଦମାନଙ୍କୁ ସଂସଦରୁ ଇସ୍ତଫା ଦେବା ପାଇଁ କହିଥିଲେ । ଏମାନଙ୍କ ମଧ୍ୟରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ଓ ରେଣୁକା ସିଂଙ୍କ ପରି 3 କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ । ସେହିପରି ଇସ୍ତଫା ଦେଇଥିବା ସାଂସଦଙ୍କ ମଧ୍ୟରେ ରାଜ୍ୟବର୍ଦ୍ଧନ ସିଂ ରାଠୋର, କିରୋଡୀ ଲାଲ ମୀନା, ଦୀୟା କୁମାରୀ, ରାକେଶ ସିଂ, ଉଦୟ ପ୍ରତାପ ସିଂ, ରିତି ପାଠକ, ଅର୍ଜୁନ ସାଓ, ଗୋମତି ସାଇ ପ୍ରମୁଖ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.