ETV Bharat / bharat

Power Crisis: କୋଇଲା ସଙ୍କଟ, ଆଉ ୧୧୦୦ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କଲା ରେଳବିଭାଗ - ଟ୍ରେନ ବାତିଲ

ଦେଶରେ ଉତ୍କଟ କୋଇଲା ସଙ୍କଟ । କୋଇଲା ଯୋଗାଣ ପାଇଁ ୧୧୦୦ ଟ୍ରେନ ବାତିଲ କଲା ରେଳ ବିଭାଗ । ପୂର୍ବରୁ ଏପ୍ରିଲ ୨୯ରେ ଦେଶରେ ବିନାବାଧାରେ ୪୦୦ କୋଇଲାବୁହା ଟ୍ରେନ୍‌ ଚଳାଚଳ ପାଇଁ ୨୪୦ଟି ପାସେଞ୍ଜର ଟ୍ରେନ୍‌ ବାତିଲ କରିଥିଲା ରେଳ ବିଭାଗ । ଅଧିକ ପଢନ୍ତୁ

Power Crisis: କୋଇଲା ଯୋଗାଣ ପାଇଁ ବାତିଲ୍ ହେବ 1100 ଟ୍ରେନ

author img

By

Published : May 5, 2022, 2:30 PM IST

ନୂଆଦିଲ୍ଲୀ: ଦେଶରେ କୋଇଲା ସଙ୍କଟ (Coal Crisis) ଦେଖାଦେଇଛି । ପାୱାର ପ୍ଲାଣ୍ଟ ପାଖରେ ଠିକ୍ ସମୟରେ କୋଇଲା ପହଞ୍ଚି ପାରୁନଥିବାରୁ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେଉଛି । ଏହି ସମସ୍ୟା ଦୂର କରିବାକୁ ରେଳ ବିଭାଗ ଟ୍ରେନ ଜରିଆରେ କୋଇଲା ଯୋଗାଣକୁ ପ୍ରାଧାନ୍ୟ ଦେଉଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ରେଳ ବିଭାଗ ଆସନ୍ତା ୨୦ ଦିନ ମଧ୍ୟରେ ଅତିକମରେ ୧୧୦୦ ଟ୍ରେନ ବାତିଲ କରିବାକୁ ନିଷ୍ପତ୍ତି ନେଇଛି । ବାତିଲ ହୋଇଥିବା ଟ୍ରେନ ମଧ୍ୟରେ ଉଭୟ ଏକ୍ସପ୍ରେସ ଓ ପାସେଞ୍ଜର ଟ୍ରେନ ସାମିଲ ଅଛି । ଏକ୍ସପ୍ରେସ ଟ୍ରେନର ୫୦୦ ଟ୍ରିପ୍ ଓ ପାସେଞ୍ଜର ଟ୍ରେନର ୫୮୦ ଟ୍ରିପକୁ ବାତିଲ କରାଯାଇଛି ।

ରେଳ ବିଭାଗ(Railways) ଅନୁସାରେ, ବିଭିନ୍ନ ଥର୍ମାଲ ପାୱାର ପ୍ଲାଣ୍ଟରେ କୋଇଲା ଭର୍ତ୍ତି ମାଲବାହୀ ଟ୍ରେନଗୁଡିକ ଶୀଘ୍ର ପହଞ୍ଚିବା ଲାଗି ଉକ୍ତ ଟ୍ରେନଗୁଡିକୁ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି । ଏହାପୂର୍ବରୁ ବିଭାଗ ଆସନ୍ତା ଗୋଟିଏ ମାସ ପାଇଁ ୬୭୦ଟି ପାସେଞ୍ଜର ଟ୍ରେନ ବାତିଲ କରିଥିଲା । ଯାହାଫଳରେ କୋଇଲାବାହୀ ଟ୍ରେନ ସଂଖ୍ୟା ବୃଦ୍ଧି ହୋଇପାରିବ ।

ଉତ୍ତରପ୍ରଦେଶ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଝାଡଖଣ୍ଡ, ଛତିଶଗଡ ଓ ଓଡିଶା ଭଳି କେତେକ ରାଜ୍ୟରେ କୋଇଲା ଅଭାବ ଯୋଗୁଁ ବିଦ୍ୟୁତ ସମସ୍ୟା ସୃଷ୍ଟି ହୋଇଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଅନେକ ରାଜ୍ୟ ବିଦ୍ୟୁତକାଟର ସମ୍ମୁଖୀନ ହେଉଛି । ସେହିପରି ଗରମ ଯୋଗୁଁ ଏପ୍ରିଲ ମାସରୁ ବିଦ୍ୟୁତ ଚାହିଦା ଢେର୍ ଅଧିକ ବଢିଛି । ଚାହିଦା ବୃଦ୍ଧି ସହିତ କୋଇଲା ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି । କୋଇଲା ସଙ୍କଟ ସ୍ଥିତିରେ ସୁଧାର ଆଣିବାକୁ ରେଳ ବିଭାଗ ଯଥାସମ୍ଭବ ପ୍ରଚେଷ୍ଟା କରୁଛି । ଯାତ୍ରୀବାହୀ ଟ୍ରେନ ବାତିଲ କରି ଅଧିକ କୋଇଲାବୁହା ଟ୍ରେନ ଚଳାଚଳ ଦ୍ବାରା ଏହି ସମସ୍ୟା ଏଡାଇବାକୁ ଲକ୍ଷ୍ୟ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.