ମୁମ୍ବାଇ: ସାଧାରଣତଃ ଆଳୁ ମାଟି ତଳେ ଫଳିଥିବା କଥା ଆପଣ ଜାଣିଥିବେ, କିନ୍ତୁ ଏବେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ମାଟି ତଳେ ନୁହଁ ବରଂ ମାଟି ଉପରେ ଆଳୁ ଫଳିଥିବା ଦେଖିବାକୁ ମିଳିଛି । ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏଠାରେ ଆମ୍ବେଗାଓଁ ତାଲୁକର ନିର୍ଗୁଦସର ଗାଁରେ ଭୂମି ଉପରେ ଥିବା ଗଛରେ ଆଳୁ ଫଳିଥିବା ଦେଖିବାକୁ ମିଳିଛି ।
ଆମ୍ବେଗାଓଁ ତାଲୁକର ନିର୍ଗୁଦସର ଗାଁର ବହୁ ସ୍ଥାନରେ ଆଳୁ ଚାଷ କରାଯାଇଥାଏ । କିନ୍ତୁ ଆଳୁ ମାଟି ଉପରେ ଫଳିବା ପ୍ରଥମ ଘଟଣା । ଯୁବ ଚାଷୀ ସନ୍ଦୀପ ଏବଂ ଧନେଶ ଭଲସେ ପାଟିଲ କ୍ଷେତରେ ସାଢେ ତିନି ଏକର ଜମିରେ ଆଳୁ ଚାଷ କରିଥିଲେ । କିନ୍ତୁ ଅମଳ କରିବାକୁ ଯିବା ସମୟରେ ଆଳୁ ମାଟି ଉପରେ ଫଳିଥିବା ଦେଖିବାକୁ ପାଇଥିଲେ । ଏହି ଖବର ସାମ୍ନାକୁ ଆସିବା ପରେ ଆଳୁ କ୍ଷେତରେ ଲୋକଙ୍କ ଭିଡ ଜମିଥିଲା ।