ETV Bharat / bharat

PM to visit Madhya Pradesh: ଜାତୀୟ ପଞ୍ଚାୟତରାଜ ଦିବସ ସାମିଲ ହେବେ ମୋଦି - ଇଗ୍ରାମ ସ୍ୱରାଜ ଏବଂ ଜିଏମ୍ ପୋର୍ଟାଲର ଉଦଘାଟନ

ଆଜିଠୁ ମଧ୍ୟପ୍ରଦେଶ ସହ କେରଳ, ଦାଦ୍ରା ନଗର ହାବେଳି ଓ ଡାମନ ଡିଉଙ୍କୁ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ଗସ୍ତର ପ୍ରଥମ ଦିନରେ ମଧ୍ୟପ୍ରଦେଶରେ ଇଗ୍ରାମ ସ୍ୱରାଜ ଏବଂ ଜିଏମ୍ ପୋର୍ଟାଲର ଉଦଘାଟନ କରିବେ । ଅଧିକ ପଢନ୍ତୁ

PM Modi
PM Modi
author img

By

Published : Apr 24, 2023, 7:37 AM IST

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିବସୀୟ ଦୁଇଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଧ୍ୟପ୍ରଦେଶ ସହ କେରଳ, ଦାଦ୍ରା ନଗର ହାବେଳି ଓ ଡାମନ ଡିଉଙ୍କୁ ପ୍ରଧାନମନ୍ତ୍ରୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଥମେ ମଧ୍ୟପ୍ରଦେଶ ଗସ୍ତରେ ଯାଇ ରେୱା ଠାରେ ଜାତୀୟ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ଯେଉଁଠାରେ ପ୍ରାୟ 17,000 କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରି ଦେଶ ପାଇଁ ଉତ୍ସର୍ଗ କରିବେ ମୋଦି । ପ୍ରଧାନମନ୍ତ୍ରୀ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମରେ ଆଜି ଅଂଶଗ୍ରହଣ କରି ଦେଶର ସମସ୍ତ ଗ୍ରାମସଭା ଏବଂ ପଞ୍ଚାୟତରାଜ ଅନୁଷ୍ଠାନକୁ ସମ୍ବୋଧିତ କରିବେ । ଏଥିସହ ପଞ୍ଚାୟତ ସ୍ତରରେ ଏକ ଇଣ୍ଟିଗ୍ରେଟେଡ୍ ଇଗ୍ରାମ ସ୍ୱରାଜ ଏବଂ ଜିଏମ୍ ପୋର୍ଟାଲର ଉଦଘାଟନ କରିବେ ।

ଏହା ମଧ୍ୟ ପଢନ୍ତୁ-ପିତା କାରଗିଲ ଯୁଦ୍ଧରେ ହୋଇଥିଲେ ଶହୀଦ, ସେହି ବୟସରେ ଦେଶ ପାଇଁ ଜୀବନ ଦେଲେ କୁଳବନ୍ତ

ସେହିପରି ‘ବିକାଶ କି ଔର ସାଝେ କଦମ’ନାମକ ଏକ ଅଭିଯାନର ଶୁଭାରମ୍ଭ ମଧ୍ୟ କରିବେ । କେନ୍ଦ୍ର ସରକାରଙ୍କ ସ୍ବମିତ୍ବ ଯୋଜନାରେ ପ୍ରାୟ 35 ଲକ୍ଷ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରାଯିବ । ଏହାପରେ ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରିବା ସହ ପ୍ରାୟ 2300 କୋଟି ଟଙ୍କାର ବିଭିନ୍ନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ପରେ ଗ୍ୱାଲିଅର୍ ଷ୍ଟେସନର ନବୀକରଣ ପାଇଁ ଭିତ୍ତିପ୍ରସ୍ତରସ୍ଥାପନ କରିବେ ।

ଏହା ମଧ୍ୟ ପଢନ୍ତୁ-ସୋସିଆଲ ମିଡିଆରୁ ବନ୍ଧୁତା ପଡିଲା ମହଙ୍ଗା, ନାବାଳିକାଙ୍କୁ ଦୁଷ୍କର୍ମ

ଆସନ୍ତାକାଲି(ମଙ୍ଗଳବାର) କେରଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ । ସେଠାରେ ସକାଳ ସାଢେ 10ଟାରେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇବେ । ଏହି ଟ୍ରେନ୍‌ ରାଜ୍ୟର ଏର୍ଣ୍ଣାକୁଲମ, ଥ୍ରିସୁର, ଥିରୁଅନନ୍ତପୁରମ, କୋଲାମ, କୋଟାୟାମ, ପାଲକ୍କଡ଼, ପଥାନମଥିତ୍ତା, କନ୍ନୁର ମାଲାପୁରମ, କୋଝିକୋଡ଼ ଓ କସାରଗୋଡ଼କୁ ସଂଯୋଗ କରିବ । ଏହାସହ ୩୨୦୦ କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ ହେବ । କୋଚିରେ ୱାଟର ମେଟ୍ରୋକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ ମୋଦି ।

ଏହାପରେ ସେହିଦିନ ହିଁ ସିଲଭାସାରେ ନମୋ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ ଉଦଘାଟନ କରିବେ ମୋଦି । ଏହା ଦାଦ୍ରା ଓ ନାଗର ହାଭେଲି ଏବଂ ଡାମନ ଓ ଡିୟୁ କେନ୍ଦ୍ର ଶାସିତ ଅଞ୍ଚଳରେ ଲୋକମାନଙ୍କର ସ୍ବାସ୍ଥ୍ୟ ସୁବିଧାରେ ଉନ୍ନତି ଆଣିବ । ଶେଷରେ ପ୍ରଧାନମନ୍ତ୍ରୀ ଡାମନରେ ଦେବକା ସିଫ୍ରଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.