ETV Bharat / bharat

PM on Budget 2022: ଲୋକାଭିମୁଖୀ ଓ ପ୍ରଗତିଶୀଳ ବଜେଟ କହିଲେ ମୋଦି

author img

By

Published : Feb 1, 2022, 4:37 PM IST

ବଜେଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା । କହିଲେ ଲୋକାଭିମୁଖୀ ଓ ପ୍ରଗତିଶୀଳ ବଜେଟ । ଫେକସରେ ଗରିବ ଓ ଭିତ୍ତିଭୂମି ସୁଦୃଢୀକରଣ । ଅଧିକ ପଢନ୍ତୁ

PM on Budget 2022: କହିଲେ ବନ୍ଧୁତ୍ୱପୂର୍ଣ୍ଣ ଓ ପ୍ରଗତିଶୀଳ ବଜେଟ

ନୂଆଦିଲ୍ଲୀ: ଆଜି ସଂସଦରେ ଚଳିତ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପିତ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି । ପ୍ରଧାନମନ୍ତ୍ରୀ ମୋଦି ଏହି ବଜେଟକୁ ଏକ ପ୍ରଗତିଶୀଳ ବଜେଟ ଭାବେ ଅବିହିତ କରିଛନ୍ତି । ଚଳିତ ବଜେଟ ବିଶେଷ ଭାବେ ସମାଜର ପଛୁଆ ବର୍ଗର ଲୋକଙ୍କୁ ଉପକୃତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରାରମ୍ଭିକ ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକଙ୍କ କଲ୍ୟାଣ ଉପରେ ଧ୍ୟାନ ଦେଇ ଏହାକୁ ପ୍ରସ୍ତୁତ କରାଯାଇଛି । ଏହା ଏକ ଲୋକାଭିମୁଖୀ ଏବଂ ପ୍ରଗତିଶୀଳ ବଜେଟ । ଏହି ବଜେଟ୍ ଲୋକଙ୍କ ପାଇଁ ନୂତନ ଆଶା ଏବଂ ସୁଯୋଗ ସୃଷ୍ଟି କରିବ । ଅର୍ଥନୀତିକୁ ମଜବୁତ କରିବା ସହ ଏହା ଭିତ୍ତିଭୂମି ସୁଦୃଢୀକରଣ, ଅଧିକ ପୁଞ୍ଜି ବିନିଯୋଗ, ଅଧିକ ଅଭିବୃଦ୍ଧି ଏବଂ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଅବସର ସୃଷ୍ଟି କରିବାରେ ବେସ ସହାୟକ ହେବା ନେଇ ଆଶା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

କେବଳ ନିଯୁକ୍ତି କିମ୍ବା ଭିତ୍ତିଭୂମି ନୁହେଁ ବରଂ କୃଷି କ୍ଷେତ୍ରକୁ ମଧ୍ୟ ବେସ ପ୍ରାଥମିକତା ପ୍ରଦାନ କରାଯାଇଛି । ଗଙ୍ଗା ନଦୀ ସଫେଇ କରିବା ବ୍ୟତୀତ କୃଷକଙ୍କ କଲ୍ୟାଣ ପାଇଁ ଏକାଧିକ ପ୍ରମୁଖ ପଦକ୍ଷେପ ନିଆଯାଇଛି । ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗର ଗଙ୍ଗା ନଦୀ କୂଳରେ ରାସାୟନିକ ମୁକ୍ତ ଚାଷ ସହ ପ୍ରାକୃତିକ ଚାଷକୁ ପ୍ରୋତ୍ସାହନ ଦିଆଯିବ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶରେ ପ୍ରଥମ ଥର ପାଇଁ ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଉତ୍ତର-ପୂର୍ବ ଭଳି ଅଞ୍ଚଳ ପାଇଁ 'ପର୍ବତମାଳା' ଯୋଜନା ଆରମ୍ଭ ହୋଇଛି । ଏହା ପାର୍ବତ୍ୟାଞ୍ଚଳ ପରି ଦୁର୍ଗମ ଅଞ୍ଚଳରେ ଆଧୁନିକ ପରିବହନ ଏବଂ ସଂଯୋଗକୁ ସୁଗମ କରିବ। ଯାହା ସ୍ଥାନୀୟ ଅଞ୍ଚଳରେ ପ୍ରଗତିକୁ ନୂଆ ଗତି ପ୍ରଦାନ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.