ETV Bharat / bharat

ଆଜି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବଜେଟ ପରବର୍ତ୍ତୀ ୱେବିନାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

author img

By

Published : Feb 26, 2022, 8:31 AM IST

ଆଜି ସକାଳ ୧୦ଟା ସମୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବଜେଟ ପରବର୍ତ୍ତୀ ୱେବିନାର ଉଦଘାଟନ କରିବେ ମୋଦି । ଅଧିକ ପଢନ୍ତୁ

ଆଜି ସ୍ବାସ୍ଥ୍ୟମନ୍ତ୍ରଣାଳୟର ବଜେଟ ପରବର୍ତ୍ତୀ ୱେବିନାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବଜେଟ ପରବର୍ତ୍ତୀ ୱେବିନାର ଉଦଘାଟନ କରିବା ସହ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍, ଇ-ସଞ୍ଜୀବନୀ ଏବଂ ଟେଲିମେଣ୍ଟାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଉପରେ 10:45 ରୁ 1:50 ପର୍ଯ୍ୟନ୍ତ ତିନୋଟି ଥିମେଟିକ୍ ସେସନ ଅନୁଷ୍ଠିତ ହେବ ।

ୱେବିନିନାରର ଉଦ୍ଦେଶ୍ୟ ହେଉଛି ଷ୍ଟକହୋଲଡର ମାନଙ୍କୁ ସରକାରଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପରେ ସାମିଲ କରିବା । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ବିଶେଷଜ୍ଞ, NITI ଆୟୋଗ, ଇଣ୍ଡଷ୍ଟ୍ରି ଫୋରା, ଷ୍ଟାର୍ଟଅପ୍, ଷ୍ଟକହୋଲଡରଙ୍କ ସହିତ ପାରସ୍ପରିକ ଆଲୋଚନା ହେବ । ଏହି ବୈଠକକୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ କେନ୍ଦ୍ର ଆୟୁଷ ମନ୍ତ୍ରୀ ସରବାନନ୍ଦ ସୋନୋୱାଲ ମିଳିତ ଭାବେ ଅଧ୍ୟକ୍ଷତା କରିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.