ETV Bharat / sports

ବାଂଲାଦେଶ ବିପକ୍ଷ ସିରିଜ ହେବ 'ରେକର୍ଡ ବ୍ରୋକର ସିରିଜ୍‌'; ଅନେକ ରେକର୍ଡ ଭାଙ୍ଗିବେ ଏହି ଷ୍ଟାର ଖେଳାଳି - India vs Bangladesh Test

author img

By ETV Bharat Sports Team

Published : 23 hours ago

India vs Bangladesh Test : ଚେନ୍ନାଇରେ ଭାରତ ବନାମ ବାଂଲାଦେଶ ଟେଷ୍ଟ ସିରିଜ୍ ଆରମ୍ଭ ହେବାକୁ ଯାଉଛି । ଏହି ସିରିଜରେ ଭାଙ୍ଗିବ ଅନେକ ରେକର୍ଡ । ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ବିନଙ୍କ ଭଳି ଭେଟେରାନ ଖେଳାଳି ବଭିନ୍ନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ହାସଲ କରିବାକୁ ଯାଉଛନ୍ତି । ସେହିପରି ଟିମ୍ ଇଣ୍ଡିଆ ଏହାର ରେକର୍ଡ ସିରିଜ୍ ବିଜୟଧାରାକୁ 18କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି । ଅଧିକ ପଢ଼ନ୍ତୁ

Team India Practice session
Team India Practice session (IANS Photos)

ନୂଆଦିଲ୍ଲୀ : ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର 19 (ଗୁରୁବାର) ଚେନ୍ନାଇର ଏମ୍‌ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଆରମ୍ଭ ହେବ । ତେବେ ଏହି ସିରିଜକୁ ଆମେ 'ରେକର୍ଡ ବ୍ରେକର' ସିରିଜ ବୋଲି ମଧ୍ୟ କହି ପାରିବା । କାରଣ ଏହି ସିରିଜରେ ଭାଙ୍ଗିବ ଅନେକ ରେକର୍ଡ । ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିଚନ୍ଦ୍ରନ ଅଶ୍ୱିନଙ୍କ ଭଳି ଭେଟେରାନ ଭାରତୀୟ ଖେଳାଳିଙ୍କୁ ଅନେକ ରେକର୍ଡ ଅପେକ୍ଷା କରିଛି, ଯାହା ଏହି ସିରିଜରେ ଭାଙ୍ଗିବ । ଅନ୍ୟପଟେ ଟିମ୍ ଇଣ୍ଡିଆ ଏହାର ଘରୋଇ ସିରିଜ୍ ବିଜୟଧାରା ରେକର୍ଡକୁ 18କୁ ବୃଦ୍ଧି କରିବାକୁ ସୁଯୋଗ ଆସିଛି । ତେବେ ଏଠାରେ ନଜର ପକାନ୍ତୁ, ଏହି ସିରିଜରେ କେଉଁ ରେକର୍ଡ ଭାଙ୍ଗିପାରେ ?

ଘରୋଇ ମାଟିରେ ସବୁଠାରୁ ଅଧିକ ସିରିଜ ବିଜୟଧାରା :-

ଯଦି ଭାରତ ବାଂଲାଦେଶ ବିପକ୍ଷରେ ଏହି ସିରିଜ୍‌ ଜିତେ, କିମ୍ବା ଡ୍ର’ କରିବାରେ ସଫଳ ହୁଏ, ତେବେ ଭାରତୀୟ ଦଳ ଏହାର ଘରୋଇ ମାଟିରେ ସିରିଜ୍ ବିଜୟଧାରାକୁ 18କୁ ବୃଦ୍ଧି କରିବ । ଡିସେମ୍ବର 2012 ପରଠାରୁ ଭାରତୀୟ ଦଳ ଘରୋଇ ମାଟିରେ କୌଣସି ସିରିଜ୍ ହାରିନାହିଁ । ଶେଷଥର ପାଇଁ ଘରୋଇ ମାଟିରେ 2012ରେ ଇଂଲଣ୍ଡ ବିପକ୍ଷରେ 2-1ରେ ପରାସ୍ତ ହୋଇଥିଲା ଟିମ୍‌ ଇଣ୍ଡିଆ ।

ରୋହିତ ଶର୍ମା :-

ରୋହିତ ଏହି ସିରିଜରେ ଦୁଇଟି ମାଇଲଖୁଣ୍ଟ ହାସଲ କରିବାକୁ ଚାହିଁବେ । ଯଦି ଭାରତୀୟ ଅଧିନାୟକ ଏହି ସିରିଜରେ ଆଉ 8ଟି ଛକା ମାରନ୍ତି, ତେବେ ସେ ଟେଷ୍ଟ ସବୁଠାରୁ ଅଧିକ ଛକା ମାରିଥିବା ଭାରତୀୟ ବ୍ୟାଟର ହୋଇପାରିବେ । ସେ ବର୍ତ୍ତମାନ 84 ଛକା ସହ ଏହି ତାଲିକାର ଦ୍ବିତୀୟ ସ୍ଥାନରେ ଅଛନ୍ତି । ଏହି ତାଲିକାର ପ୍ରଥମରେ ଅଛନ୍ତି ପୂର୍ବତନ ଭାରତୀୟ ଓପନର୍ ବୀରେନ୍ଦ୍ର ସେହୱାଗ । ସେ ତାଙ୍କ ଟେଷ୍ଟ କ୍ୟାରିୟରରେ 91ଟି ଛକା ମାରିଛନ୍ତି ।

ଇଂଲଣ୍ଡର ଅଧିନାୟକ ବେନ୍ ଷ୍ଟୋକ୍ସ (131), ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ୱିକେଟ୍ କିପର-ବ୍ୟାଟର ବ୍ରେଣ୍ଡନ୍ ମ୍ୟାକୁଲମ୍ (107) ଏବଂ ଅଷ୍ଟ୍ରେଲୀୟ ୱିକେଟ୍ କିପର-ବ୍ୟାଟର ଆଡାମ ଗିଲକ୍ରିଷ୍ଟ (100) ହେଉଛନ୍ତି ବିଶ୍ବ ଟେଷ୍ଟରେ ସର୍ବାଧିକ ଛକା ମାରିଥିବା ତିନି ବ୍ୟାଟର । ଯଦି ଏହି ଦୁଇ ମ୍ୟାଚ୍‌ରେ 37 ବର୍ଷୀୟ ରୋହିତ ଶର୍ମା ଚିରାଚରିତ ଢଙ୍ଗରେ ଆକ୍ରାମକ ବ୍ୟାଟିଂ କରି 16ଟି ଛକା ମାରିଦିଅନ୍ତି, ତେବେ ସେ ଚତୁର୍ଥ ତଥା ପ୍ରଥମ ଭାରତୀୟ ବ୍ୟାଟର ଭାବେ ଟେଷ୍ଟରେ 100 ଛକା ମାରିବାର ରେକର୍ଡ କରିବେ ।

ଅନ୍ତର୍ଜାତୀୟ କ୍ରିକେଟରେ 50 ଶତକ ପୂରଣ କରିବାକୁ ଯାଉଛନ୍ତି 'ହିଟମ୍ୟାନ୍' ରୋହତ ଶର୍ମା । ରୋହିତ 483ଟି ମ୍ୟାଚରେ 48 ଶତକ ହାସଲ କରିଛନ୍ତି । ସେ 50ଟି ଅନ୍ତର୍ଜାତୀୟ ଶତକର ସଫଳତା ହାସଲ କରିବାକୁ ଆଉ ମାତ୍ର ଦୁଇଟି ଶତକ ଦୂରରେ ରହିଛନ୍ତି । ଯଦି ସେ ଏହି ସିରିଜର ଦୁଇଟି ମ୍ୟାଚ୍‌ରେ କ୍ରମାଗତ ଦୁଇଟି ଶତକ ହାସଲ କରୁଛନ୍ତି, ତେବେ ସେ ଏଭଳି କରିବାରେ ତୃତୀୟ ଭାରତୀୟ ବ୍ୟାଟର ତଥା ବିଶ୍ବର 10ମ ଖେଳାଳି ହେବେ । ତାଙ୍କ ପୂର୍ବରୁ କେବଳ ସଚିନ ତେନ୍ଦୁଲକର (100 ଶତକ) ଏବଂ ବିରାଟ କୋହଲି (80 ଶତକ) ଏଭଳି ଭାରତୀୟ ଖେଳାଳି, ଯେଉଁମାନେ ଅନ୍ତର୍ଜାତୀୟ କ୍ରିକେଟରେ ଶତକର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ବିରାଟ କୋହଲି :-

ଅନ୍ତର୍ଜାତୀୟ କ୍ରିକେଟରେ 27,000 ରନ୍ ସ୍କୋର କରିବାରେ ଦ୍ରୁତତମ ଖେଳାଳି ହେବା ପାଇଁ ବିରାଟ କୋହଲିଙ୍କୁ ଆଉ କେବଳ 58 ରନର ଆବଶ୍ୟକତା ରହିଛି । ଅର୍ଥାତ ଏହି ପୂରା ସିରିଜରେ କେବଳ 58 ରନ ହାସଲ କରିଲେ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ 27,000 ରନ୍ ସ୍କୋର କରିବାରେ ଦ୍ରୁତତମ ଖେଳାଳି ହୋଇପାରିବେ । ଏଭଳି କରି ସେ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇବେ । ସଚିନ 623 ପାଳିରେ 27,000 ଅନ୍ତର୍ଜାତୀୟ ରନ ପୂରଣ କରିଥିଲେ । ଅନ୍ୟପଟେ କୋହଲି ବର୍ତ୍ତମାନ କେବଳ 591 ଇନିଂସରେ 26942 ରନ୍ ସଂଗ୍ରହ କରିସାରିଛନ୍ତି ।

କେବଳ ସେତିକି ନୁହେଁ, ଭାରତୀୟ ଦଳର ପୂର୍ବତନ ଭାରତୀୟ ଅଧିନାୟକ ତଥା କ୍ରିକେଟ ଜଗତର କିଙ୍ଗ ଭାବେ ପରିଚିତ କୋହଲିଙ୍କୁ ଘରୋଇ ମାଟିରେ 12,000 ଅନ୍ତର୍ଜାତୀୟ ରନ୍ ସ୍କୋର କରିବାକୁ ଆଉ ମାତ୍ର 11 ରନ୍‌ର ଆବଶ୍ୟକତା ରହିଛି । ସମସ୍ତ ଫର୍ମାଟରେ ଏହି ରେକର୍ଡ କରିବାରେ କୋହଲି ପଞ୍ଚମ ଏବଂ ଏକମାତ୍ର ସକ୍ରିୟ ଖେଳାଳି ହେବେ । ଏହା ବ୍ୟତୀତ ସିରିଜ୍ ସମୟରେ କୋହଲି 9,000 ଟେଷ୍ଟ ରନ୍ ପୂରଣ କରିବାକୁ ଚେଷ୍ଟା କରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଟେଷ୍ଟ କ୍ରିକେଟରେ 8,848 ରନ୍ ସ୍କୋର କରିଛନ୍ତି ଏବଂ 9,000 ପୂରଣ କରିବାକୁ ତାଙ୍କୁ ମାତ୍ର 152 ରନ୍ ଆବଶ୍ୟକ । ଏହି ରେକର୍ଡ ସହ ସେ ଏହି ଫର୍ମାଟରେ ଏତେ ରନ୍ ସ୍କୋର କରିବାରେ ଚତୁର୍ଥ ଭାରତୀୟ ହୋଇପାରିବେ ।

ରବିଚନ୍ଦ୍ରନ ଅଶ୍ବିନ :-

ବାଂଲାଦେଶ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ସର୍ବାଧିକ ୱିକେଟ୍‌ ହାସଲ କରିଥିବା ବୋଲର ହେଉଛନ୍ତି ଭେଟେରାନ ଭାରତୀୟ ପେସର ଜାହିର ଖାନ । ତେବେ ପୂର୍ବତନ ବାମହାତି ଦ୍ରୁତ ବୋଲର ଜାହିର ଖାନଙ୍କ 31 ୱିକେଟର ରେକର୍ଡ ଭାଙ୍ଗି ବାଂଲାଦେଶ ବିପକ୍ଷରେ ଟେଷ୍ଟ ମ୍ୟାଚରେ ସର୍ବାଧିକ ୱିକେଟ୍ ନେବା ରେକର୍ଡ କରିବାକୁ ଅଶ୍ବିନଙ୍କୁ ଆଉ 9 ୱିକେଟ୍ ଦରକାର ।

ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ (WTC) ଇତିହାସରେ ଏକକ ଅଗ୍ରଣୀ ୱିକେଟ ହାସଲକାରୀ ହେବାକୁ ଅଶ୍ବିନଙ୍କୁ ଆଉ ଗୋଟିଏ 5 ୱିକେଟ୍ ସଫଳତା ଆବଶ୍ୟକ । ଉଭୟ ଅଶ୍ବିନ ଓ ଅଷ୍ଟ୍ରେଲିଆର ନାଥନ ଲାୟନ 10 ଥର ଲେଖାଏଁ 5 ୱିକେଟ ୱିକେଟ୍ ସଫଳତା ନେଇଛନ୍ତି ।

WTC ଇତିହାସରେ ସର୍ବାଧିକ ୱିକେଟ୍ ଦୃଷ୍ଟିରୁ ଅଶ୍ବିନ୍ 174 ୱିକେଟ୍ ନେଇ ନାଥନ ଲାୟନଙ୍କ 187 ୱିକେଟଠାରୁ ମାତ୍ର 14 ୱିକେଟ୍ ଦୂରରେ ଅଛନ୍ତି । WTC 2023-25 ​​ଅଭିଯାନରେ ଅଶ୍ବିନ୍ ବର୍ତ୍ତମାନ 42 ୱିକେଟ୍ ନେଇଛନ୍ତି । 51ଟି ୱିକେଟ୍ ନେଇ ଏହି ଚକ୍ରରେ ଆଗୁଆ ଥିବା ଜୋସ୍ ହାଜଲେଉଡଙ୍କୁ ଅତିକ୍ରମ କରିବାକୁ ତାଙ୍କୁ ଆଉ 10 ୱିକେଟ୍ ଦରକାର ।

ଏହା ମଧ୍ୟ ପଢ଼ନ୍ତୁ :-

ପ୍ରଥମ ଟେଷ୍ଟ ଧୋଇଦେବ କି ବର୍ଷା ! ଆପଣ କେମିତି ଫ୍ରି'ରେ ଦେଖିବେ ମ୍ୟାଚ୍‌ ? ଜାଣନ୍ତୁ, - India vs Bangladesh 1st Test

ପ୍ଲେଇଂ-11 ବାଛିବା ରୋହିତଙ୍କ ପାଇଁ ହେବ ଚ୍ୟାଲେଞ୍ଜ; ଦେଖନ୍ତୁ କ'ଣ ରହିଛି ବିକଳ୍ପ - India vs Bangladesh 1st Test

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.