ETV Bharat / state

ପାଚକ-ପାଚିକା ଦରମା ବଢ଼ାଇଲେ ମୋହନ ସରକାର, ଏଣିକି ମିଳିବ ୩୦୦୦ - MID DAY MEAL WORKERS SALARY HIKE

ପିଏମ ପୋଷଣ ଯୋଜନାରେ ମଧ୍ୟାହ୍ନ ଭୋଜନ ରୋଷେୟାଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର । ଥିଲା ୨୦୦୦, ହେଲା ୩୦୦୦ ଟଙ୍କା ।

CM Mohan Majhi
CM Mohan Majhi (ETV Bharat Odisha)
author img

By ETV Bharat Odisha Team

Published : Jan 22, 2025, 6:35 AM IST

Updated : Jan 22, 2025, 9:54 AM IST

ଭୁବନେଶ୍ୱର: ପାଚକ ଓ ପାଚିକାମାନଙ୍କ ପାଇଁ ଖୁସି ଖବର । ବଢିଲା ପାରିଶ୍ରମିକ । ସେମାନଙ୍କ ମାସିକ ପାରିଶ୍ରମିକ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଫଳରେ ରାଜ୍ୟର ୧.୧୨ ଲକ୍ଷ ପାଚକ ଓ ପାଚିକା ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କୁ ବର୍ଷକୁ ଅତିରିକ୍ତ ୧୧୨ କୋଟି ଟଙ୍କା ବ୍ୟୟ କରିବାକୁ ହେବ । ଅନ୍ୟପଟେ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଚାଉଳ ଓ ଗହମ ପରି ଶସ୍ୟର ପରିବହନ ମୂଲ୍ୟ ବୃଦ୍ଧି ହୋଇଛି । ଆଉମଧ୍ୟ ନବଗଠିତ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ କାର୍ଯ୍ୟକ୍ଷମ ହେବା ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ମୂଳଧନ ଦିଆଯିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଛନ୍ତି ।

ବଢିଲା ପାଚକ, ପାଚିକାଙ୍କ ପାରିଶ୍ରମିକ:

ପି.ଏମ ପୋଷଣ ଯୋଜନାରେ ବା ମଧ୍ୟାହ୍ନ ଭୋଜନରେ କାମ କରୁଥିବା ଏକ ଲକ୍ଷରୁ ଅଧିକ ପାଚକ ଓ ପାଚିକାମାନଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସେମାନଙ୍କ ମାସିକ ପାରିଶ୍ରମିକ ବୃଦ୍ଧି କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ପାଚକ, ପାଚିକାମାନଙ୍କ କାମ, ଦକ୍ଷତା ଓ ପରିଶ୍ରମକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସେମାନଙ୍କ ମାସିକ ପାରିଶ୍ରମିକ ୨୦୦୦ ଟଙ୍କାରୁ ୩୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏହା ଦ୍ୱାରା ପି.ଏମ ପୋଷଣ ଯୋଜନାରେ ବା ମଧ୍ୟାହ୍ନ ଭୋଜନ ରାଜ୍ୟରେ ନିୟୋଜିତ ହୋଇଥିବା ୧ ଲକ୍ଷ ୧୨ ହଜାର ୯୦ ଜଣ ପାଚକ, ପାଚିକା (Cook-cum-Helpers) ଉପକୃତ ହେବେ ।

ବର୍ଷକୁ ଅତିରିକ୍ତ ୧୧୨ କୋଟି ବ୍ୟୟ:

ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୧୧୨ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିବେ । ଏହି ପାଚକ, ପାଚିକାମାନେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟର ୫୦ ହଜାର ୬୧୮ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୨.୪୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ରନ୍ଧା ଖାଦ୍ୟ ପରଷୁଛନ୍ତି । ପାରିଶ୍ରମିକ ବୃଦ୍ଧି କରିବା ଲାଗି ଦୀର୍ଘ ଦିନରୁ ପାଚକ, ପାଚିକାମାନେ ଦାବି କରିଆସୁଥିଲେ ।

ଶସ୍ୟ ପରିବହନ ମୂଲ୍ୟ ବୃଦ୍ଧି:

ଅନ୍ୟପଟେ ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ (Supplementary Nutrition Programme)ରେ ଚାଉଳ ଓ ଗହମ ପରି ଶସ୍ୟର ପରିବହନ ମୂଲ୍ୟ ବୃଦ୍ଧି ହୋଇଛି । ଏଥିପାଇଁ ରାଜ୍ୟ ସରକାର କ୍ୱିଣ୍ଟାଲ ପିଚ୍ଛା ସର୍ବାଧିକ ମୂଲ୍ୟ ୭୫ ଟଙ୍କାରୁ ୧୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ଏ ସଂପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଫଳରେ ବର୍ଷକୁ ଖର୍ଚ୍ଚ ହେବ ଅତିରିକ୍ତ ୮.୬୫ କୋଟି ଖର୍ଚ୍ଚ ହେବ ।

ପରିପୁରକ ପୁଷ୍ଟି କାର୍ଯ୍ୟକ୍ରମରେ ଗରମ ରନ୍ଧା ଖାଦ୍ୟ ପାଇଁ ଅଙ୍ଗନବାଡି କେନ୍ଦ୍ରମାନଙ୍କୁ ଚାଉଳ ଯୋଗାଇ ଦିଆଯାଏ । ଏହା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଘରକୁ ଦେବା ପାଇଁ ଗହମ ପ୍ରଦାନ କରାଯାଇଥାଏ । ଏହି ଚାଉଳ ଓ ଗହମ ପରିବହନ କରିବା ପାଇଁ ପରିବହନ ଏଜେଣ୍ଟମାନଙ୍କୁ ନିୟୋଜିତ କରାଯାଇଥାଏ । ୨୦୧୧ ମସିହା ପର ଠାରୁ ଏହି ମୂଲ୍ୟରେ ଆଉ ବୃଦ୍ଧି କରାଯାଇ ନଥିଲା । ତେଣୁ ବଢୁଥିବା ଇନ୍ଧନ ଖର୍ଚ୍ଚ ଓ ଅନ୍ୟାନ୍ୟ ଦରଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି ପରିବହନ ମୂଲ୍ୟରେ ବୃଦ୍ଧି କରାଯାଇଛି ବୋଲି ସରକାର କହିଛନ୍ତି ।

ପରିବହନ ପାଇଁ ନିୟୋଜିତ ହେବେ ନୂଆ ଏଜେଣ୍ଟ:

କିନ୍ତୁ ଏହି ବର୍ଦ୍ଧିତ ମୂଲ୍ୟ ବର୍ତ୍ତମାନ ନିୟୋଜିତ ଥିବା ପରିବହନ ଏଜେଣ୍ଟମାନେ ଦାବି କରିପାରିବେ ନାହିଁ । କେବଳ ନୂତନ ଭାବେ ନିୟୋଜିତ ହେବାକୁ ଥିବା ଏଜେଣ୍ଟମାନଙ୍କ ପାଇଁ ଏହା ଲାଗୁ ହେବ । ପରିବହନ ପାଇଁ ଯେଉଁ ନୂଆ ଏଜେଣ୍ଟମାନଙ୍କୁ ନିୟୋଜିତ କରାଯିବ । ଟେଣ୍ଡର ପ୍ରକ୍ରିୟା ଜରିଆରେ ଏହାର ପ୍ରକୃତ ମୂଲ୍ୟ ନିର୍ଦ୍ଧାରଣ କରାଯିବ । ପରିବହନର ମୂଲ୍ୟ କ୍ୱିଣ୍ଟାଲ ପିଚ୍ଛା ୧୫୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ ।

ନବଗଠିତ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ମାନଙ୍କୁ ମିଳିବ 5 ଲକ୍ଷ ଟଙ୍କା ଲେଖାଏଁ ମୂଳଧନ:

ସେହିପରି ନବଗଠିତ ପ୍ୟାକ୍ସ ଓ ଲ୍ୟାମ୍ପ୍ସମାନଙ୍କୁ ମିଳିବ 5 ଲକ୍ଷ ଟଙ୍କା ଲେଖାଏଁ ମୂଳଧନ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଫଳରେ 1542ଟି ସଂସ୍ଥା 76.80 କୋଟି ଟଙ୍କା ପାଇବେ ।

କାର୍ଯ୍ୟକ୍ଷମ ହେବ PACS ଓ LAMPCS:

ରାଜ୍ୟରେ ଚାଷୀ ଓ ଅନ୍ୟାନ୍ୟ ଆର୍ଥିକ ଅନଗ୍ରସର ଶ୍ରେଣୀର ଲୋକଙ୍କୁ ସମବାୟ ମାଧ୍ୟମରେ ସହାୟତା ଯୋଗାଇ ଦେବା ପାଇଁ ରାଜ୍ୟରେ ପ୍ରାଥମିକ କୃଷି ସମବାୟ ସମିତି (PACS) ଏବଂ ବୃହତ ଆଦିବାସୀ ବହୁମୁଖୀ ସମବାୟ ସମିତି (LAMPCS) ଗଠନ କରାଯାଇଛି । ଏହା ମଧ୍ୟରେ ରାଜ୍ୟରେ 1542ଟି ନୂଆ ପ୍ୟାକ୍ସ ଓ ଲ୍ୟାମ୍ପ୍ସ ଗଠନ କରାଯାଇଛି । ଏହି ନବଗଠିତ ସଂସ୍ଥା ଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେଇଛନ୍ତି ।

ଏହାମଧ୍ୟ ପଢନ୍ତୁ...

ଖୁବଶୀଘ୍ର ଦେଶର ଶ୍ରେଷ୍ଠ ୫ ରାଜ୍ୟରେ ସାମିଲ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

ସ୍ୱାମୀତ୍ୱ ଯୋଜନାରେ ହିତାଧିକାରୀଙ୍କୁ ସମ୍ପତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୧୦ ଟି ପର୍ଯ୍ୟାୟରେ ଯିବେ ୮ ହଜାର ଯାତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ୧୬୦୦୦କୁ ବଢ଼ିଲା ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ଦରମା

ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ ମିଳିବ 5 ଲକ୍ଷ:
ପ୍ରତ୍ୟେକ ନବଗଠିତ ପ୍ୟାକ୍ସ କିମ୍ବା ଲ୍ୟାମ୍ପ୍ସକୁ କାର୍ଯ୍ୟକ୍ଷମ ହେବା ପାଇଁ 5 ଲକ୍ଷ ଟଙ୍କା ଲେଖାଏଁ ମୂଳଧନ ଦିଆଯିବ । ଏ ସଂପର୍କିତ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦ୍ୱାରା ନବଗଠିତ 1542ଟି ପ୍ୟାକ୍ସ ଓ ଲ୍ୟାମ୍ପ୍ସକୁ ମୂଳଧନ ଭାବରେ 76.80 କୋଟି ଟଙ୍କା ପ୍ରଦାନ କରାଯିବ । ଏହା ଦ୍ୱାରା ରାଜ୍ୟର ସମବାୟ କ୍ଷେତ୍ର ସୁଦୃଢ ହେବା ସହିତ ଚାଷୀଭାଇମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Jan 22, 2025, 9:54 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.