ETV Bharat / bharat

Covid Scare: ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଆରମ୍ଭ

author img

By

Published : Jan 9, 2022, 6:58 PM IST

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କୋଭିଡ ସମୀକ୍ଷା ବୈଠକ ଆରମ୍ଭ । ଭର୍ଚ୍ଚୁଆଲି ଅଧ୍ୟକ୍ଷତା କରୁଛନ୍ତି ପ୍ରଧାନମନ୍ତ୍ରୀ । କେନ୍ଦ୍ର ଗୃହ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମେତ ଉଚ୍ଚପଦସ୍ଥ ଅଧିକାରୀ ରହିଛନ୍ତି ସାମିଲ । ଅଧିକ ପଢନ୍ତୁ

COVID scare:ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଆରମ୍ଭ

ନୂଆଦିଲ୍ଲୀ: ଦେଶରେ କୋଭିଡ ସ୍ଥିତି କ୍ରମଶଃ ଗମ୍ଭୀର ହେବାରେ ଲାଗିଥିବାବେଳେ ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି । ଆଜି (ରବିବାର) ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ଜାରି ରହିଥିବା ସୂଚନା ରହିଛି । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡଭ୍ୟ, ଗୃହ ସଚିବ ଅଜୟ କୁମାର ଭାଲା, କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।

ଆଜି (ରବିବାର) ଗୋଟିଏ ଦିନରେ ଦେଶରେ 1.5 ଲକ୍ଷରୁ ଊର୍ଦ୍ଧ୍ବ ନୂତନ କୋଭିଡ ମାମଲା ସାମ୍ନାକୁ ଆସିଥିବାବେଳେ ନୂତନ ପ୍ରଜାତି ଓମିକ୍ରନ ସଂକ୍ରମଣ ମଧ୍ୟ 3,623 ରେ ପହଞ୍ଚିଛି । ସ୍ଥିତି କ୍ରମଶଃ ଗମ୍ଭୀର ହେଉଥିବାବେଳେ ଏହି ବୈଠକ କରିଛନ୍ତି ପ୍ରଧାନମନ୍ତ୍ରୀ । ଗତ 24 ଘଣ୍ଟା ମଧ୍ୟରେ ଦେଶରେ ମୋଟ 1,59,632 ନୂତନ କୋଭିଡ ମାମଲା ରିପୋର୍ଟ ହୋଇଛି । ତେବେ ଆଜିର ସ୍ଥିତିକୁ ଦେଖିଲେ ଦେଶରେ ସଂକ୍ରମଣ ହାର 10.21 ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ।

ଏହା ମଧ୍ୟ ପଢନ୍ତୁ:- ମାଡିଲାଣି ମହାମାରୀ, ଆଜି ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ

ସେହିପରି ଦେଶରେ ମୋଟ ଓମିକ୍ରନ ସଂକ୍ରମଣ ସଂଖ୍ୟା 3,623 ରେ ପହଞ୍ଚିଥିବା ବେଳେ ମହାରାଷ୍ଟ୍ର ସର୍ବାଧିକ 1,009 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀ 513 ସଂକ୍ରମିତଙ୍କ ସହ ଦ୍ବିତୀୟ ଓ 441 ସଂକ୍ରମିତଙ୍କ ସହ ତୃତୀୟ ସ୍ଥାନରେ କର୍ଣ୍ଣାଟକ ରହିଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.