ETV Bharat / bharat

ମାନବ ଚାଲାଣ ସନ୍ଦେହ: ମୁମ୍ବାଇରେ ପହଞ୍ଚିଲା ଭାରତୀୟଙ୍କୁ ନେଇ ଫ୍ରାନ୍ସରୁ ଉଡାଣ କରିଥିବା ବିମାନ

Plane lands in Mumbai: ମାନବ ଚାଲାଣ ସନ୍ଦେହରେ ଫାନ୍ସରେ ଅଟକ ଥିଲା ଭାରତୀୟଙ୍କୁ ନେଇ ଉଡାଣ କରିଥିବା ବିମାନ । ଆଜି ସକାଳ ସମୟରେ ମୁମ୍ବାଇରେ ଅବତରଣ କରିଛି ବିମାନ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Dec 26, 2023, 7:17 AM IST

Updated : Dec 26, 2023, 11:23 AM IST

ମାନବ ଚାଲାଣ ସନ୍ଦେହ
Plane with Indian passengers lands in Mumbai

ନୂଆଦିଲ୍ଲୀ: ସ୍ବଦେଶ ଫେରିଛନ୍ତି ଫ୍ରାନ୍ସ ବିମାନବନ୍ଦରରେ ଅଟକ ଥିବା ଭାରତୀୟ ନାଗରିକ । ମାନବଚାଲାଣ ସନ୍ଦେହରେ ଫ୍ରାନ୍ସର ଭଟ୍ରି ବିମାନବନ୍ଦରରେ ଫସିଥିବା 276 ଭାରତୀୟଙ୍କୁ ନେଇ ଉଡାଣ କରିଥିବା ରୋମାନିଆ ବିମାନ ଆଜି ମୁ୍ମ୍ବାଇରେ ପହଞ୍ଚିଛି । ରବିବାର ଦିନ ଫ୍ରାନ୍ସ କର୍ତ୍ତୃପକ୍ଷ ବିମାନକୁ ଯାତ୍ରା ଆରମ୍ଭ କରିବାକୁ ଅନୁମତି ଦେବା ପରେ ତାହା ମୁମ୍ବାଇ ଫେରିଛି ।

ରୋମାନିଆ କମ୍ପାନୀ ଲିଜେଣ୍ଡ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ଏହି ବିମାନ ସୋମବାର ଅପରାହ୍ନରେ ଉଡାଣ ଭରିଥିବା ବେଳେ ଆଜି(ମଙ୍ଗଳବାର) ଭୋର ପ୍ରାୟ 4ଟା ସମୟରେ ମୁମ୍ବାଇରେ ପହଞ୍ଚିଥିଲା । ସୋମବାର ସକାଳ ସମୟରେ ବିମାନଟି ଉଡ଼ାଣ କରିବାର ଥିଲା । କିନ୍ତୁ କିଛି ଯାତ୍ରୀ ଭାରତକୁ ଫେରିବାକୁ ଚାହୁଁ ନଥିବାରୁ ବିମାନ ଯାତ୍ରା ବିଳମ୍ବ ହୋଇଥିଲା । ଦୁଇ ନାବାଳକଙ୍କ ସମେତ 25 ଜଣ ଯାତ୍ରୀ ଫ୍ରାନ୍ସରେ ରହିବାକୁ ଶରଣ ପାଇଁ ଆବେଦନ କରିଥିଲେ । ବିମାନରେ ଥିବା 2 ଜଣଙ୍କୁ ଅଲଗା ରଖାଯାଇ ଜେରା କରାଯାଇଥିଲା । ଉଭୟଙ୍କୁ ଜେରା ପାଇଁ ବିଚାରପତିଙ୍କ ସମ୍ମୁଖକୁ ଅଣାଯାଇଥିଲା । ବର୍ତ୍ତମାନ 2ଜଣଙ୍କୁ ଛାଡ଼ି ଦିଆଯାଇଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ-ମାନବ ଚାଲାଣ ସନ୍ଦେହ- ତିନି ଦିନ ପରେ ଫ୍ରାନ୍ସରୁ ଭାରତୀୟଙ୍କୁ ନେଇ ଉଡ଼ାଣ ଭରିଲା ବିମାନ

ଗୁରୁବାର ଦିନ ୟୁନାଇଟେଡ୍‌ ଆରବ ଏମିରେଟ୍ସର ବିମାନ ଦୁବାଇରୁ 303 ଜଣ ଯାତ୍ରୀଙ୍କୁ ନେଇ ନିକାରାଗୁଆ ଅଭିମୁଖେ ଉଡାଣ ଭରିଥିଲା । ଶୁକ୍ରବାର ଫ୍ରାନ୍ସର ଭାଟ୍ରି ବିମାନ ବନ୍ଦରରେ ଏହା ଅବତରଣ କରିଥିଲା । ମାନବ ଚାଲାଣ ସନ୍ଦେହରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଅଟକ ରଖାଯାଇଥିଲା । ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ଅନୁମତି ପରେ ଗତକାଲି ଏହି ବିମାନ ମୁମ୍ବାଇ ଅଭିମୁଖେ ଉଡାଣ କରିଥିଲା । ଏଥିପାଇଁ ଫ୍ରାନ୍ସରେ ଥିବା ଭାରତୀୟ ଦୂତାବାସ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଭାରତୀୟ ଯାତ୍ରୀଙ୍କୁ ନେଇ ଉଡାଣ କରୁଥିବା ବିମାନ ଫ୍ରାନ୍ସରେ ଅଟକ, ମାନବ ଚାଲାଣ ସନ୍ଦେହ

ରିପୋର୍ଟ ଅନୁଯାୟୀ, ବିମାନରେ ଥିବା ଭାରତୀୟ ଯାତ୍ରୀମାନଙ୍କୁ କେନ୍ଦ୍ରୀୟ ଆମେରିକା ପଠାଯିବାକୁ ଯୋଜନା କରାଯାଉଥିଲା । ସେଠାରୁ ସେମାନେ ଯୁକ୍ତରାଷ୍ଟ୍ର ଆମେରିକା କିମ୍ବା କାନାଡ଼ାକୁ ବେଆଇନ ଭାବେ ପ୍ରବେଶ କରିଥାଆନ୍ତେ । ଏହି ଯାତ୍ରୀମାନେ ଏକ ସଂଗଠିତ ଗ୍ୟାଙ୍ଗରେ ମାନବ ଚାଲାଣର ଶିକାର ହେବାର ସମ୍ଭାବନା ଥିବା ବିଶେଷ ସୂତ୍ରରୁ ଜଣା ପଡ଼ିଥିଲା । ପରେ ଫ୍ରାନ୍ସ କର୍ତ୍ତୃପକ୍ଷ ଯାଞ୍ଚ ଆରମ୍ଭ କରିଥିଲେ । ସମସ୍ତ ଯାଞ୍ଚ ଏବଂ ଅନୁସନ୍ଧାନ ପରେ 300 ଜଣଙ୍କୁ ମୁକ୍ତି ଦିଆଯାଇଥିଲା ।

Last Updated : Dec 26, 2023, 11:23 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.