ETV Bharat / bharat

Patra Chawl land scam case: ସଞ୍ଜୟ ରାଉତଙ୍କୁ ଆଶ୍ବସ୍ତି, ଜାମିନ ମଞ୍ଜୁର କଲେ PMLA କୋର୍ଟ

ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲାରେ ଶିବସେନା ନେତା ତଥା ସଞ୍ଜୟ ରାଉତଙ୍କୁ ବଡ ଆଶ୍ବସ୍ତି । ଜାମିନ ମଞ୍ଜୁର କଲେ ପିଏମଏଲଏ କୋର୍ଚ । ଅଧିକ ପଢନ୍ତୁ

author img

By

Published : Nov 9, 2022, 2:07 PM IST

ସଞ୍ଜୟ ରାଉତଙ୍କୁ ଆଶ୍ବସ୍ତି, ଜାମିନ ମଞ୍ଜୁର କଲେ PMLA କୋର୍ଟ

ମୁମ୍ବାଇ: ବହୁଚର୍ଚ୍ଚିତ ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ ମାମଲା (Patra Chawl land scam case)ରେ ଗିରଫ ହୋଇଥିବା ଶିବସେନା ନେତା ତଥା ସଞ୍ଜୟ ରାଉତଙ୍କୁ ବଡ ଆଶ୍ବସ୍ତି ମିଳିଛି । ସଞ୍ଜୟ ରାଉତଙ୍କ ଜାମିନ ଆବେଦନ ମାମଲାର ଶୁଣାଣି କରି ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । ଦିନକୁ ଦିନ ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ଅବଧି ବଢିବାକୁ ଲାଗିଥିଲା । PMLA କୋର୍ଟ ଚଳିତ ମାସ 2 ତାରିଖରେ ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅବଧିକୁ ବୃଦ୍ଧି କରିଥିଲେ । ଅଗଷ୍ଟ ପହିଲାରେ ଗିରଫ ହେବା ପରେ ରାଉତଙ୍କ ଜାମିନ ଖାରଜ ହେବା ସହ ନ୍ୟାୟିକ ହାଜତ ଅବଧି ମଧ୍ୟ କ୍ରମାଗତ ଭାବେ ବଢିବାରେ ଲାଗିଥିଲା । ଆଜି ଜାମିନ ଆବେଦନର ଶୁଣାଣି କରି ସଞ୍ଜୟ ରାଉତଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ ।

ସଞ୍ଜୟଙ୍କ ସହ ପ୍ରବୀଣ ରାୱତଙ୍କୁ ମଧ୍ୟ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପାତ୍ର ଚାୱାଲା ଲ୍ୟାଣ୍ଡ ସ୍କାମ୍‌ ମାମଲା 1 ହଜାର 34 କୋଟି ଟଙ୍କା ଅନିୟମିତା ହୋଇଥିବା ଅଭିଯୋଗ ହୋଇଥିଲା । ଏ ନେଇ ଇଡି ପିଏମଏଲଏ କୋର୍ଟରେ ମାମଲା ଦାଖଲ କରିଥିଲା । ଇଡି କିଛି ଦିନ ପୂର୍ବରୁ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା । ଅତିରିକ୍ତ ସଲିସିଟର ଜେନେରାଲ ସଞ୍ଜୟ ରାଉତଙ୍କ ଜାମିନ ମଞ୍ଜୁର ଉପରେ କିଛି ସମୟ ପାଇଁ ରୋକ୍‌ ଲଗାଇବାକୁ ନିବେଦନ କରିଛନ୍ତି । କାରଣ ଇଡି ମୁମ୍ବାଇ ପିଏମଏଲଏ ଅଦାଲତଙ୍କ ଆଦେଶ ବିରୋଧରେ ଉଚ୍ଚ ନ୍ୟାୟଳୟର ଆବେଦନ କରି ପାରିବ ।

ଏହା ବି ପଢନ୍ତୁ...ଆଭ୍ୟନ୍ତରୀଣ ସୁରକ୍ଷା ସ୍ଥିତି ସମୀକ୍ଷା ଉଚ୍ଚସ୍ତରୀୟ ବୈଠକ, ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ

ପାତ୍ର ଚାଓ୍ବଲ ଲ୍ୟାଣ୍ଡ ସ୍କାମ 1 ହଜାର 34 କୋଟି ଟଙ୍କା ଅନିୟମିତା ମାମଲାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ପାଇଁ ସମନ ପାଇଥିଲେ ରାଉତ । ଗିରଫଦାରୀ ପୂର୍ବରୁ ତାଙ୍କ ବାସଭବନରେ ହୋଇଥିବା ଚଢାଉରେ ମାତ୍ର 11 ଲକ୍ଷ ଟଙ୍କା ଜବତ କରିବାରେ ସଫଳ ହୋଇଥିଲା ED । ପୂର୍ବରୁ ଏହି ମାମଲାରେ ଉଭୟ ରାଉତ ଦମ୍ପତିଙ୍କୁ ସମନ କରିବା ସହ ଏକାଧିକ ପର୍ଯ୍ୟାୟରେ କିଛି ସମ୍ପତ୍ତି ମଧ୍ୟ ଜବତ କରିଥିଲା ତଦନ୍ତକାରୀ ସଂସ୍ଥା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.