ETV Bharat / bharat

Parliament Monsoon Session: ସରିଲା ଅଧିବେଶନ, ଉଭୟ ସଦନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ

author img

By

Published : Aug 11, 2023, 6:18 PM IST

ସରିଲା ଚଳିତ ବର୍ଷର ମୌସୁମୀ ଅଧିବେଶନ । ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷିତ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଉଭୟ ସଦନରେ ଶେଷ ହେଲା ମୌସୁମୀ ଅଧିବେଶନ ୨୦୨୩ । ଆଜି ଅଧିବେଶନର ଶେଷ ଦିନ ଥିବା ବେଳେ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ଲୋକସଭାରେ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଙ୍ଗାମା ଫଳରେ ଗୃହର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅନେକ ବିଲ୍‌ ପାରିତ ହୋଇଛି । ଚଳିତ ମୌସୁମୀ ଅଧିବେଶନରେ ଲୋକସଭା ୪୪ ଘଣ୍ଟା ୧୫ମିନିଟ ଚାଲିଥିଲା । ସେପଟେ ପ୍ରଥମେ ଲୋକସଭା ମୁଲତବୀ ପରେ ଅପରାହ୍ନ ୨ଟା ୫୦ ମିନିଟରେ ଉଚ୍ଚ ସଦନ ରାଜ୍ୟସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ।

ଲୋକସଭାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରିବା ପୂର୍ବରୁ ବାଚସ୍ପତି ଓମ୍‌ ବିର୍ଲା ଅଧିବେଶନ କାର୍ଯ୍ୟର ତଥ୍ୟ ଦେଇଥିଲେ । ଚଳିତ ମୌସୁମୀ ଅଧିବେଶନ ସମୟରେ ମୋଟ ୧୭ଟି ବୈଠକ ହୋଇଥିବା ବେଳେ ୪୪ ଘଣ୍ଟା ୧୫ ମିନିଟ ଗୃହ କାର୍ଯ୍ୟ ଚାଲିଥିଲା । ଚଳିତ ଅଧିବେଶନର ଗୃହ କାର୍ଯ୍ୟର ସମ୍ପାଦନ ମୋଟ ୪୫ ପ୍ରତିଶତ ହୋଇଛି । ସେହିପରି ଅଧିବେଶନରେ କଂଗ୍ରେସ ସାଂସଦ ଗୌରବ ଗୋଗେଇଙ୍କ ପକ୍ଷରୁ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା । ଏହି ଅନାସ୍ଥା ପ୍ରସ୍ତାବ ଉପରେ ୧୯ ଘଣ୍ଟା ୫୯ ମିନିଟ ଆଲୋଚନା ହୋଇଥିବା ବେଳେ ୬୦ ଜଣ ସଦସ୍ୟ ଅଂଶ ଗ୍ରହଣ କରିଥିଲେ । ହେଲେ ଏହି ପ୍ରସ୍ତାବ କାଟ୍‌ ଖାଇଥିଲା ।

ଏହା ବି ପଢନ୍ତୁ- Justice instead of Punishment: ଲୋକସଭାରେ ୩ ବିଲ୍‌ ଆଗତ, ଉଚ୍ଛେଦ ହେବ ବ୍ରିଟିଶ ଅମଳର ଆଇନ

ସେହିପରି ଚଳିତ ମୌସୁମୀ ଅଧିବେଶନରେ ଲୋକସଭାରେ ମୋଟ ୨୦ଟି ସରକାରୀ ବିଲ୍‌ ଆଗତ ହୋଇଛି ଓ ୨୨ଟି ବିଲ୍‌ ପାରିତ ହୋଇଛି । ଏହା ଥିଲା ସପ୍ତଦଶ ଲୋକସଭାର ଦ୍ବାଦଶ ମୌସୁମୀ ଅଧିବେଶନ ରହିଥିଲା । ସେପଟେ ରାଜ୍ୟସଭାରେ ମଣିପୁର ପ୍ରସଙ୍ଗକୁ ନେଇ ଗୃହ ସ୍ବାଭାବିକ ଭାବେ ଚାଲିପାରି ନଥିବାରୁ ଏହାକୁ ନେଇ ଦୁଃଖ ପ୍ରକାଶ କରିଥିଲେ ରାଜ୍ୟସଭା ସଂସଦ ଜଗଦୀପ ଧନଖଡ଼ । ଶୁକ୍ରବାର ଅପରାହ୍ନ ୨ଟା ୫୦ ମିନିଟରେ ଜାତୀୟ ସଙ୍ଗୀତ ଗାନ ପରେ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା । ଗତ ଜୁଲାଇ ୨୦ ତାରିଖରୁ ରାଜ୍ୟସଭାରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ମୋଟ ୧୭ଟି ବୈଠକ ହୋଇଛି ।

ଅନ୍ୟପଟେ ଆଜି ଲୋକସଭାରେ ଅଧିବେଶନର ଶେଷ ଦିନରେ କେନ୍ଦ୍ର ଗୃହମନ୍ତ୍ରୀ ୩ଟି ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଗତ କରିଛନ୍ତି । ଏହି ବିଲ୍‌ ପାରିତ ହେବା ପରେ ବ୍ରିଟିଶ ଅମଳର ଆଇନ ଉଚ୍ଛେଦ ହେବ । ଆଜି ବିଲ୍‌କୁ ଆଗତ କରାଯିବା ପରେ ଏହାର ସଂଶୋଧନ ଲାଗି ଷ୍ଟାଣ୍ଡିଂ କମିଟିକୁ ପଠାଇ ଦିଆଯାଇଛି । ଏହି ବିଲ୍‌ ଅନୁସାରେ ୧୮୬୦ ମସିହାରେ ବ୍ରିଟିଶମାନଙ୍କ ଦ୍ବାରା ସଂସଦରେ ପାରିତ ହୋଇଥିବା ଇଣ୍ଡିଆନ ପେନାଲ କୋଡ (IPC), ୧୮୯୮ ମସିହାରେ ପାରିତ ହୋଇଥିବା କ୍ରିମିନାଲ ପ୍ରୋସିଜର କୋଡ (CrPC) ଓ ୧୮୭୨ ମସିହାରେ ପାରିତ ହୋଇଥିବା ଇଣ୍ଡିଆନ ଏଭିଡେନ୍ସ ଆକ୍ଟକୁ ଉଚ୍ଛେଦ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.