ETV Bharat / bharat

ଭାରତ-ନେପାଳ ସୀମାରେ ପାକିସ୍ତାନୀ ମା’ ପୁଅ ଗିରଫ, କରୁଥିଲେ ଅନୁପ୍ରବେଶ ଉଦ୍ୟମ

author img

By ETV Bharat Odisha Team

Published : Nov 16, 2023, 9:43 PM IST

ବିହାର କିଶନଗଞ୍ଜରେ ଭାରତ-ନେପାଳ ସୀମାରେ ପାକିସ୍ତାନୀ ମା’ ପୁଅଙ୍କୁ ଗିରଫ କଲା SSB । ପାକିସ୍ତାନୀ ପାସପୋର୍ଟ ଜବତ । ସ୍ଥାନୀୟ ପୋଲିସକୁ ହସ୍ତାନ୍ତର । ଅଧିକ ପଢନ୍ତୁ

ଭାରତ-ନେପାଳ ସୀମାରେ ପାକିସ୍ତାନୀ ମା’ ପୁଅ ଗିରଫ, କରୁଥିଲେ ଅନୁପ୍ରବେଶ ଉଦ୍ୟମ
ଭାରତ-ନେପାଳ ସୀମାରେ ପାକିସ୍ତାନୀ ମା’ ପୁଅ ଗିରଫ, କରୁଥିଲେ ଅନୁପ୍ରବେଶ ଉଦ୍ୟମ

ପାଟନା: ବିହାରର କିଶନଗଞ୍ଜରେ ଭାରତ-ନେପାଳ ଅନ୍ତର୍ଜାତୀୟ ସୀମାରୁ ଜଣେ ପାକିସ୍ତାନୀ ମହିଳା ଓ ତାଙ୍କ 11 ବର୍ଷୀୟ ପୁଅଙ୍କୁ ଗିରଫ କରାଯାଇଛି । ଅନ୍ତର୍ଜାତୀୟ ସୀମା ସୁରକ୍ଷାରେ ନିୟୋଜିତ ସଶସ୍ତ୍ର ସୀମା ବଳ (SSB) 41-ବାଟାଲିୟନର ଯବାନମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରୁଥିବା ଏହି ମହିଳା ଓ ତାଙ୍କ ପୁଅଙ୍କୁ ଅଟକ ରଖି ଯାଞ୍ଚ କରିବା ପରେ ଗିରଫ କରିଛନ୍ତି । ଏମାନଙ୍କୁ ପ୍ରାଥମିକ ଯାଞ୍ଚରୁ ଏମାନେ ପାକିସ୍ତାନୀ ନାଗରିକ ହୋଇଥିବା ସ୍ପଷ୍ଟ ହୋଉଛି । ଉଭୟଙ୍କୁ ସ୍ଥାନୀୟ ପୋଲିସକୁ ଏସଏସବି ହସ୍ତାନ୍ତର କରିଛି ।

ସୂଚନା ଅନୁସାରେ, ଗତକାଲି (ବୁଧବାର) ରାତିରେ ଉଭୟ ମହିଳା ଓ ତାଙ୍କ ପୁଅ ଭାରତ-ନେପାଳ ସୀମାରୁ କିଶନଗଞ୍ଜରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଉଭୟଙ୍କ ଗତିବିଧି ନେଇ ସନ୍ଦେହ ହେବାରୁ ସେଠାରେ ନିୟୋଜିତ ଥିବା ଏସଏସବି ଯବାନ ଉଭୟଙ୍କୁ ଯାଞ୍ଚ କରିଥିଲେ । ଉଭୟଙ୍କ ନିକଟରୁ ପାକିସ୍ତାନୀ ପାସପୋର୍ଟ ଓ ଅନ୍ୟ କିଛି କାଗଜପତ୍ର ଜବତ ହୋଇଛି । ସେମାନେ ପାକିସ୍ତାନୀ ଓ ଗତ କିଛି ମାସ ତଳେ ନେପାଳ ଆସିଥିଲେ । ସେଠାରୁ ସେ ଭାରତରେ ଅନୁପ୍ରବେଶ କରିବା ଉଦ୍ଦେଶ୍ୟରେ ସୀମା ନିକଟବର୍ତ୍ତୀ ହୋଇଥିଲେ । ମାତ୍ର ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରି ନଥିଲେ । ତେବେ ସେମାନେ କେଉଁ ଉଦ୍ଦେଶ୍ୟରେ ଭାରତରେ ଅନୁପ୍ରବେଶ କରୁଥିଲେ, ସେନେଇ କିଛି ସ୍ପଷ୍ଟ ହୋଇନି । ଉଭୟଙ୍କ ନିକଟରୁ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଥିବାର ସୂଚନା ନାହିଁ ।

ଏହା ମଧ୍ୟ ପଢନ୍ତୁ :- ଉତ୍ତରାଖଣ୍ଡ ଟନେଲ ଟ୍ରାଜେଡି: ଫସିଛନ୍ତି ନବରଙ୍ଗପୁରର ଭଗବାନ, ଚାହିଁ ବସିଛି ପରିବାର

ତେବେ ଉଭୟଙ୍କ ଠାରୁ ଉଦ୍ଧାର ହୋଇଥିବା ପାକିସ୍ତାନୀ ପାସପୋର୍ଟ ଓ ଅନ୍ୟ କିଛି କାଗଜପତ୍ରରୁ ଜଣାପଡିଥିବା ତଥ୍ୟ ଅନୁସାରେ, ମହିଳା ଜଣଙ୍କର ନାମ ଶାସ୍ତା ହନିଫ (62 ବର୍ଷ) । ପାସପୋର୍ଟ ଅନୁସାରେ ମହିଳାଙ୍କ ସ୍ୱାମୀଙ୍କ ମହମ୍ମଦ ହନିଫ । ସେହିପରି ମହିଳାଙ୍କ ପୁଅର ନାମ ଆର୍ୟନ ଓ ବୟସ 11 ବର୍ଷ ବୋଲି ଜଣାପଡିଛି । ଉଭୟ ପାକିସ୍ତାନର କରାଚି ସହରର ସାରଫା ବଜାରର ଗହାନମାର ଷ୍ଟ୍ରିଟର ବାସିନ୍ଦା । ଉଭୟଙ୍କ ପାସପୋର୍ଟ ନମ୍ବର ହେଉଛି AB6787504 ଓ FMFM9991713 । ସେ ପାକିସ୍ତାନୀ ପାସପୋର୍ଟରେ ନେପାଳ ଆସି ପାକିସ୍ତାନ ଫେରିବା ପରିବର୍ତ୍ତେ ଭାରତରେ ଅନୁପ୍ରବେଶ ଉଦ୍ୟମରେ ଥିଲେ । କେଉଁ କାରଣ ପାଇଁ ସେମାନେ ଭାରତରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ ତାହା ଜେରା ପରେ ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

​ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.