ETV Bharat / bharat

Pakistan Political Crisis: କାଲିକୁ ସ୍ଥଗିତ ରହିଲା ଶୁଣାଣି, କମଚଳା ପ୍ରଧାନମନ୍ତ୍ରୀଙ୍କ ନାମ ସୁପାରିଶ କଲେ ଇମ୍ରାନ

author img

By

Published : Apr 4, 2022, 8:28 PM IST

ପାକିସ୍ତାନ ରାଜନୈତିକ ସଙ୍କଟ ମଧ୍ୟରେ ସୁପ୍ରିମକୋର୍ଟରେ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଲା । ଆଜି ଶୁୁଣାଣି ଆରମ୍ଭ କରି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ । କମଚଳା ପ୍ରଧାନମନ୍ତ୍ରୀଙ୍କ ନାମ ସୁପାରିଶ କଲେ ଇମ୍ରାନ ଖାନ । ଅଧିକ ପଢନ୍ତୁ

Pakistan political crisis : ଆସନ୍ତାକାଲିକୁ ସ୍ଥଗିତ ରହିଲା ଶୁଣାଣି, କମଚଳା ପ୍ରଧାନମନ୍ତ୍ରୀଙ୍କ ନାମ ସୁପାରିଶ କଲେ ଇମ୍ରାନ

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ସଙ୍କଟ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଜାରି ରହିଥିବା ବେଳେ ଆସନ୍ତାକାଲିକୁ ଏହାକୁ ସ୍ଥଗିତ ରଖାଯାଇଛି । ଗତକାଲି ପିଟିସନ ଦାଏର ହେବା ପରେ ଆଜି ଶୁଣାଣି ଆରମ୍ଭ ହୋଇଥିଲା । ତେବେ ଶୁଣାଣି ଉପରେ ସମସ୍ତଙ୍କ ନଜର ଥିବାବେଳେ ଆଜି ମଧ୍ୟ କିଛି ରାୟ ଆସିପାରି ନାହିଁ । ଶୁଣାଣି ସ୍ଥଗିତ କହିବା ସହ ଅନିଶ୍ଚିତତା ମଧ୍ୟ ବଢିବରେ ଲାଗିଛି ।

ଅନ୍ୟ ଏକ ଘଟଣା କ୍ରମରେ ଆଜି ଇମ୍ରାନ ଖାନ କାମଚଳା ପ୍ରଧାନମନ୍ତ୍ରୀ ପାଇଁ ପୂର୍ବତନ ପ୍ରଧାନ ବିଚାରପତି ଗୁଲଜାର ଅହମ୍ମଦଙ୍କ ନାମ ସୁପାରିଶ କରିଥିବା ଦେଖିବାକୁ ମିଳିଛି । ଏହାକୁ ବିରୋଧୀ କିନ୍ତୁ ଗ୍ରହଣ ନକରିବା ସହ ଅସାମ୍ବିଧାନିକ ପ୍ରକ୍ରିୟା ବୋଲି କହିଛନ୍ତି। ବର୍ତ୍ତମାନର ବିରୋଧୀ ଦଳ ନେତା ତଥା Pakistan Muslim League-Nawaz (PML-N)ର ନେତା ସେହେଓ୍ବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରିଛନ୍ତି ବିରୋଧୀ ।

ସେହେଓ୍ବାଜ ସରିଫ ମଧ୍ୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜାରି ରହିିଥିବା ସଙ୍କଟ ପାଇଁ ଇମ୍ରାନଙ୍କ ଖାନଙ୍କ ଉପରେ ବର୍ଷିଛନ୍ତି । ଅନ୍ୟପଟେ ରାଜନୈତିକ ଅଙ୍କ ଛିଡୁ ନଥିବା ବେଳେ ସେନାର ଆଭିମୁଖ୍ୟ ପ୍ରତି ସମସ୍ତଙ୍କ ନଜର ରହିଛି । ପାକିସ୍ତାନରେ ସେନା ହିଁ ପରୋକ୍ଷ ଭାବେ ପ୍ରକୃତ କ୍ଷମତା ଚଳାଉଥିବା ବେଳେ ସାମ୍ପ୍ରତିକ ସଙ୍କଟ ନେଇ କୌଣସି ସ୍ପଷ୍ଟ ଆଭିମୁଖ୍ୟ ରଖିନାହିଁ । ତେଣୁ ସେନାର ପରବର୍ତ୍ତୀ ନିର୍ଦ୍ଦେଶ ଓ ସୁପ୍ରିମକୋର୍ଟରେ ଜାରି ରହିଥିବା ଶୁଣାଣିର ରାୟ ପାକିସ୍ତାନ ସଙ୍କଟରେ ନୂଆ ମୋଡ ଆଣିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.