ETV Bharat / bharat

ଗୋଟିଏ ଦିନ ପାଇଁ ସଞ୍ଚିତ ଅଛି କୋଇଲା, ଅନ୍ଧକାର ହୋଇଯିବ କି ଦିଲ୍ଲୀ ?

author img

By

Published : Oct 10, 2021, 3:20 PM IST

ଆଉ ଗୋଟିଏ ଦିନ ପାଇଁ ସଞ୍ଚିତ ଅଛି କୋଇଲା । ଏହାପରେ ଅନ୍ଧାରରେ ବୁ଼ଡ଼ି ଯିବକି ରାଜଧାନୀ ଦିଲ୍ଲୀ ? ରାଜଧାନୀକୁ ବିଦ୍ୟୁତ୍ ଯୋଗାଉଥିବା ତାପଜ ବିଦ୍ୟୁତ କେନ୍ଦ୍ରରେ କେବଳ ଗୋଟିଏ ଦିନର କୋଇଲା ଗଚ୍ଛିତ ଅଛି ବୋଲି ଦିଲ୍ଲୀ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ଅଧିକ ପଢନ୍ତୁ...

ଗୋଟିଏ ଦିନ ପାଇଁ ସଞ୍ଚିତ ଅଛି କୋଇଲା, ଅନ୍ଧକାର ହୋଇଯିବ କି ଦିଲ୍ଲୀ ?
ଗୋଟିଏ ଦିନ ପାଇଁ ସଞ୍ଚିତ ଅଛି କୋଇଲା, ଅନ୍ଧକାର ହୋଇଯିବ କି ଦିଲ୍ଲୀ ?

ନୂଆଦିଲ୍ଲୀ: ଆଉ ଗୋଟିଏ ଦିନ ପାଇଁ ସଞ୍ଚିତ ଅଛି କୋଇଲା । ଏହାପରେ ଅନ୍ଧାରରେ ବୁ଼ଡ଼ି ଯିବକି ରାଜଧାନୀ ଦିଲ୍ଲୀ ? ଦିଲ୍ଲୀବାସୀଙ୍କୁ କଣ ବ୍ଲାକଆଉଟ ଲାଗି ପ୍ରସ୍ତୁତ ରହିବାକୁ ପଡ଼ିବ ? ବିଜୁଳି ବିନା କିପରି କାମ କରିବେ । ରାଜଧାନୀକୁ ବିଦ୍ୟୁତ୍ ଯୋଗାଉଥିବା ତାପଜ ବିଦ୍ୟୁତ୍ କେନ୍ଦ୍ରରେ କେବଳ ଗୋଟିଏ ଦିନର କୋଇଲା ଗଚ୍ଛିତ ଅଛି ବୋଲି ଦିଲ୍ଲୀ ଶକ୍ତି ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି। ସେପଟେ ଦିଲ୍ଲୀରେ ମଧ୍ୟ ବିଦ୍ୟୁତ କାଟ ଆରମ୍ଭ ହୋଇଯାଇଛି। ସେ ଏହା ମଧ୍ୟ କହିଛନ୍ତି ଯେ, ସମଗ୍ର ଦେଶରେ କୋଇଲା ଚାଳିତ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲାର ଘୋର ଅଭାବ ଦେଖାଦେଇଛି। ତେବେ ଦିଲ୍ଲୀକୁ ବିଦ୍ୟୁତ୍ ଯୋଗାଉଥିବା ପ୍ଲାଣ୍ଟରେ ମାତ୍ର ଗୋଟିଏ ଦିନର ଷ୍ଟକ ବାକି ଅଛି ।

ଏପଟେ ରାଜଧାନୀ କେନ୍ଦ୍ର ଦ୍ବାରା ପରିଚାଳିତ ବିଦ୍ୟୁତ ପ୍ଲାଣ୍ଟ ଉପରେ ନିର୍ଭରଶୀଳ । ଯଦି ଦୁଇ ଦିନ ଭିତରେ କେନ୍ଦ୍ରରୁ ଅଧିକ ବିଦ୍ୟୁତ୍ ଯୋଗାଣ ନହୁଏ, ତେବେ ସମଗ୍ର ଦିଲ୍ଲୀ ବ୍ଲାକଆଉଟ୍ ହୋଇଯିବ ବୋଲି ସତ୍ୟେନ୍ଦ୍ର ଜେନ କହିଛନ୍ତି । ପ୍ରକାଶ ଥାଉ କି ଦେଶର ତାପଜ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ କୋଇଲା ଅଭାବ ଦେଖାଦେଇଛି ।

ଦେଶର 135 ପ୍ଲାଣ୍ଟରେ କୋଇଲାରୁ ବିଦ୍ୟୁତ ଉତ୍ପାଦନ ହୋଇଥାଏ । ଯେଉଁଥିରୁ 70 ପ୍ରତିଶତ ବିଦ୍ୟୁତ୍ ଉତ୍ପାଦନ ହୋଇଥାଏ । କିନ୍ତୁ ଏହି ପ୍ଲାଣ୍ଟ ଗୁଡିକରେ ତିନି ଦିନରୁ କମ ଷ୍ଟକ ବାକି ଅଛି । ରାଜସ୍ଥାନ, ତାମିଲନାଡୁ ଏବଂ ଓଡିଶା ଭଳି ରାଜ୍ୟରେ ମଧ୍ୟ ବିଦ୍ୟୁତର ଗୁରୁତର ସଙ୍କଟ ଦେଖାଦେଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.