ETV Bharat / bharat

ଦିଲ୍ଲୀରେ କୋରୋନା ନିୟମ ଉଲଙ୍ଘନ: ନୂଆବର୍ଷରେ ଆଦାୟ ହେଲା ୧ କୋଟି ଫାଇନ୍

କୋରୋନା ନିୟମ ଉଲଙ୍ଘନ ମାମଲାରେ ନୂଆ ବର୍ଷର ପ୍ରଥମ ଦିନରେ ଦିଲ୍ଲୀରେ ଏକ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି। ଏହା ସହିତ 66 ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି । ଅଧିକ ପଢନ୍ତୁ

author img

By

Published : Jan 2, 2022, 4:48 PM IST

ଦିଲ୍ଲୀରେ କୋରୋନା ନିୟମ ଉଲଙ୍ଘନ: ନୂଆବର୍ଷରେ ଆଦାୟ ହେଲା ୧ କୋଟି ଫାଇନ୍
ଦିଲ୍ଲୀରେ କୋରୋନା ନିୟମ ଉଲଙ୍ଘନ: ନୂଆବର୍ଷରେ ଆଦାୟ ହେଲା ୧ କୋଟି ଫାଇନ୍

ଦିଲ୍ଲୀ: ଏବେ ଦିଲ୍ଲୀରେ ହୁ ହୁ ହୋଇ ବଢୁଛି କୋଭିଡ ସଂକ୍ରମଣ । ଏନେଇ ସରକାର ଏବେ କଡା କଟକଣା ଲାଗୁ କରିଛନ୍ତି । କିନ୍ତୁ ଯେଉଁମାନେ ନିୟମ ପାଳନ କରୁନାହାଁନ୍ତି, ସେମାନଙ୍କଠାରୁ ମୋଟା ଅଙ୍କରେ ଫାଇନ ମଧ୍ୟ ଆଦାୟ ହେଉଛି । ତେବେ କୋରୋନା ନିୟମ ଉଲଙ୍ଘନ ମାମଲାରେ ନୂଆ ବର୍ଷର ପ୍ରଥମ ଦିନରେ ଦିଲ୍ଲୀରେ ଏକ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି । ଏହା ସହିତ 66 ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଛି। ମାସ୍କ ପିନ୍ଧିନଥିବାରୁ 4800 ରୁ ଅଧିକ ଲୋକଙ୍କଠାରୁ ଜରିମାନା ଆଦାୟ କରାଯାଇଛି।

ଏପଟେ କୋରୋନା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ୟେଲୋ ଆଲର୍ଟ ଲାଗୁ ହୋଇଛି । ତେବେ ରାଜଧାନୀରେ କୋଭିଡ ପ୍ରୋଟୋକଲର ଉଲଙ୍ଘନକୁ ନେଇ ମୋଟ 4,997 ମାମଲା ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରେ ମାସ୍କ ନପିନ୍ଧିବା, ସାମାଜିକ ଦୂରତା ବଜାୟ ନ ରଖିବା ଏବଂ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଆଦି ଅନ୍ତର୍ଭୁକ୍ତ ।

ନୂଆବର୍ଷରେ ଆଦାୟ ହୋଇଥିବା ଫାଇନ ଭିତରୁ ସବୁଠୁ ଅଧିକ ଜରିମାନା ମାସ୍କ ନ ପିନ୍ଧିବା କାରଣରୁ ହୋଇଛି ବୋଲି ସୂଚନା ମିଳିଛି । ବିଶେଷକରି ଉତ୍ତର ଦିଲ୍ଲୀ, ପୂର୍ବ ଦିଲ୍ଲୀ ଓ କେନ୍ଦ୍ରୀୟ ଦିଲ୍ଲୀରୁ ଅଧିକ ଫାଇନ୍ ଆଦାୟ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.