ETV Bharat / bharat

Nuh Violence: ଏନକାଉଣ୍ଟରରେ 2 ସନ୍ଦିଗ୍ଧ ଦଙ୍ଗାକାରୀଙ୍କୁ କାବୁ କଲା ପୋଲିସ

author img

By

Published : Aug 10, 2023, 5:11 PM IST

ନୁହଁ ହିଂସା ମାମଲାରେ ଏନକାଉଣ୍ଟର ପରେ ଦୁଇ ସନ୍ଦିଗ୍ଧ ଦଙ୍ଗାକାରୀଙ୍କୁ କାବୁ କଲା ପୋଲିସ । ଦଙ୍ଗା ପରେ ଥିଲେ ଫେରାର । ଅଧିକ ପଢନ୍ତୁ

Nuh violence: ଏନକାଉଣ୍ଟର ପରେ ଦୁଇ ସନ୍ଦିଗ୍ଧ ଦଙ୍ଗାକାରୀଙ୍କୁ କାବୁ କଲା ପୋଲିସ

ଗୁରୁଗ୍ରାମ: ଜୁଲାଇ 31 ତାରିଖରେ ହରିୟାଣାର ନୁହଁ ଜିଲ୍ଲାରେ ଧାର୍ମିକ ଶୋଭଯାତ୍ରା ବେଳେ ଦେଖାଯାଇଥିବା ହିଂସା ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ହିଂସାରେ ସାମିଲ ଥିବା ଦୁଇ ଫେରାର ଅଭିଯୁକ୍ତଙ୍କୁ ପୋଲିସ ଏନକାଉଣ୍ଟର କରି ଗିରଫ କରିବାରେ ସଫଳ ହୋଇଛି । ଜଣେ ଅଭିଯୁକ୍ତ ଗୋଡରେ ଗୁଳି ବାଜିଛି । ତାକୁ ହସ୍ପିଟାଲରେ ଭର୍ତ୍ତି କରିଛି ପୋଲିସ । ଗତକାଲି ରାତିରେ ନୁହଁ ଜିଲ୍ଲାର ତାଉରୁ ଏରିଆର ସାଖୋ ଗ୍ରାମ ନିକଟରେ ଏହି ଏନକାଉଣ୍ଟର କରିଛି ପୋଲିସ ।

ପୋଲିସ ସୂଚନା ଅନୁସାରେ, ଏହି ଦୁଇ ଅଭିଯୁକ୍ତ ମୁଫେଦ ଓ ସୈକୁଲ । ଉଭୟ ଦଙ୍ଗାରେ ସାମିଲ ଥିବା ତଦନ୍ତରୁ ଜଣାପଡିଛି । ଘଟଣା ପରେ ଉଭୟ ଫେରାର ହୋଇଯାଇଥିଲେ । ତାଙ୍କୁ ଧରିବା ପାଇଁ ପୋଲିସ ପ୍ରୟାସ ଜାରି ରଖିଥିଲା । ଉଭୟ ଏହିଠାରେ ଆତ୍ମଗୋପନ କରିଥିବା ସୂଚନା ମିଳିବା ପରେ ଗତକାଲି ରାତିରେ ପୋଲିସ ଟିମ୍‌ ସେମାନଙ୍କୁ ଗିରଫ କରିବା ପାଇଁ ସେଠାରେ ଚଢାଉ କରିଥିଲା । ତେବେ ଉଭୟ ଅଭିଯୁକ୍ତ ପୋଲିସକୁ ଚକମା ଦେଇ ଏକ ବାଇକରେ ଖସିଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ଗୁଳି ଚଳାଇଥିଲା । ଅଭିଯୁକ୍ତ ମୁନଫେଦର ବାମଗୋଡ଼ରେ ଗୁଳି ବାଜିଛି । ଆହତକୁ ନଲହାର ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛି । ଅନ୍ୟଜଣେ ଅଭିଯୁକ୍ତକୁ ହେପାଜତକୁ ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ:-Haryana Violence: ଉପମୁଖ୍ୟମନ୍ତ୍ରୀଙ୍କ ବିସ୍ଫୋରକ ବୟାନ, ଗୋସୁରକ୍ଷା ନାଁରେ ହିଂସା ଭିଆଉଛନ୍ତି ଗୋରକ୍ଷକ

ଜୁଲାଇ 31 ତାରିଖରେ ନୁହଁ ଜିଲ୍ଲାରେ ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ଆୟୋଜିତ ଏକ ଶୋଭାଯାତ୍ରାରେ ହିଂସାକାଣ୍ଡ ଘଟିଥିଲା । ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ପଥରମାଡ଼ କରିବା ପରେ ଭୟଙ୍କର ସଂଘର୍ଷ ଘଟିଥିଲା । ଏଥିରେ 2 ପୋଲିସ କର୍ମୀଙ୍କ ସମେତ ମୋଟ 6 ଜଣଙ୍କ ମୃତ୍ୟୁ ହୋଇଥିଲା । ଏକାଧିକ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏକାଧିକ ଗାଡ଼ିରେ ମଧ୍ୟ ଦଙ୍ଗାକାରୀ ନିଆଁ ଲଗାଇ ଦେଇଥିଲେ । ଏହି ହିଂସାର ପ୍ରଭାବ ରାଜଧାନୀ ଦିଲ୍ଲୀ ସମେତ ଗୁରୁଗ୍ରାମ ଓ ଉତ୍ତର ଭାରତରେ ମଧ୍ୟ ଅନୁଭୂତ ହୋଇଥିଲା । ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପାଇଁ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ମାମଲାର ତଦନ୍ତ ଆତଙ୍କୀ ଲିଙ୍କ୍‌ ଦିଗରୁ କରିବା ପାଇଁ ହିନ୍ଦୁ ସଂଗଠନ ଦାବି କରିଥିଲେ । ଏବେ ସୁଦ୍ଧା ଏହି ହିଂସାକାଣ୍ଡରେ ଶତାଧିକ ଗିରଫ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.