ETV Bharat / bharat

ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ନାହିଁ: ସୁବ୍ରମଣ୍ୟମ ସ୍ବାମୀ - ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ

ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ବିଲର କୌଣସି ଆବଶ୍ୟକତା ନଥିବା କହିଲେ ସୁବ୍ରମଣ୍ୟମ ସ୍ବାମୀ । ଅଧିକ ପଢନ୍ତୁ

ଜନସଂଖ୍ୟା ନିୟନ୍ତ୍ରଣ ଆଇନର ଆବଶ୍ୟକତା ନାହିଁ: ସୁବ୍ରମଣ୍ୟମ ସ୍ବାମୀ

author img

By

Published : Apr 22, 2023, 9:37 PM IST

ନୂଆଦିଲ୍ଲୀ/ପାଟନା: ବର୍ତ୍ତମାନ ସମୟରେ ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଲାଗୁ କରିବାର ଆବଶ୍ଯକତା ନାହିଁ । ଯଦି କୌଣସି ଦେଶରେ ଆର୍ଥିକ ଅଭିବୃଦ୍ଧି ଜାରି ରହିଛି, ତେବେ ଜନସଂଖ୍ୟା କୌଣସି ପ୍ରଭାବ ପକାଇବ ପାରିବ ନାହିଁ । ତେଣୁ ଏପରି ସମୟରେ ଭାରତରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଆଣିବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ସୁବ୍ରମଣ୍ୟମ ସ୍ବାମୀ ।

ଆଜି ପାଟନା ଗସ୍ତରେ ଥିବା ସ୍ବାମୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଦେଶରେ ଜନସଂଖ୍ୟା ନିୟନ୍ତ୍ରଣ ନିୟମ ଲାଗୁ କରିବା ବର୍ତ୍ତମାନ ପରିସ୍ଥିତିରେ ଉଚିତ ନୁହେଁ । ବର୍ତ୍ତମାନ ଏହାର ଆବଶ୍ୟକତା ମଧ୍ୟ ନାହିଁ । ଯଦି ଦେଶର ଆର୍ଥିକ ବିକାଶ ନିରନ୍ତର ଜାରିରହିଛି, ତେବେ ଜନସଂଖ୍ୟା ବୃଦ୍ଧି କୌଣସି ପ୍ରଭାବ ପକାଇବ ନାହିଁ । କିନ୍ତୁ କୌଣସି ଆଇନ୍‌ ବ୍ୟତୀତ ଲୋକେ ନିଜଆଡୁ ଏହାକୁ ଦୃଷ୍ଟି ଦେବା କଥା । ସେହିପରି ସେ ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଉଠାଇଥିବା ପଦକ୍ଷେପକୁ ମଧ୍ୟ ମନେ ପକାଇଥିଲେ । ଇନ୍ଦିରା ଗାନ୍ଧୀ ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଯେଉଁ ପଦକ୍ଷେପ ହାତକୁ ନେଇଥିଲେ, ତାହା ସଫଳ ହୋଇନଥିଲା । ତେଣୁ ଲୋକେ ଏସମ୍ପର୍କରେ ନିଜ ଯତ୍ନବାନ ହେବାର ଆବଶ୍ୟକତା ରହିଥିବା ସ୍ବାମୀ କହିଥିଲେ ।

ସେହିପରି ସେ ପୂର୍ବତନ ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପୁଲଓ୍ବାମା ଆକ୍ରମଣ ସମ୍ପର୍କିତ ବୟାନରେ ମଧ୍ୟ ନିଜର ମତ ରଖିଥିଲେ । ସତ୍ୟପାଲ ମଲ୍ଲିକଙ୍କୁ ଧନ୍ୟବାଦ ଦେଇ ସ୍ବାମୀ ତାଙ୍କୁ ଜଣେ ସାହାସୀ ନେତା ଭାବେ ଚିତ୍ରଣ କରିଥିଲେ । ସତ୍ୟପାଲ ଜଣେ ସାହାସୀ ନେତା ଓ ସେ ପୁଲଓ୍ବାମା ଆକ୍ରମଣ ସମ୍ପର୍କରେ ସତ୍ୟ କହିଛନ୍ତି । ହେଲେ ଏହା ବିଚାର କରାଯିବା ଉଚିତ ନୁହେଁ ଯେ, ସେ ଦେଇଥିବା ପୁଲଓ୍ବାମା ମନ୍ତବ୍ୟ କାରଣରୁ ତାଙ୍କୁ ସିବିଆଇ ସମନ କରିଛି ବୋଲି ସେ କହିଥିଲେ ।

ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧୀ ଏକତାକୁ ନେଇ ସ୍ବାମୀ କହିଛନ୍ତି, ନୀତିଶ ମଧ୍ୟ ତାଙ୍କୁ ସାକ୍ଷାତ କରିବା ପାଇଁ ସମୟ ମାଗିଛନ୍ତି । ଜେପି ଆନ୍ଦୋଳନ ସମୟରୁ ନୀତିଷ ତାଙ୍କର ବନ୍ଧୁ ଭାବେ ରହିଆସିଛନ୍ତି । ବିରୋଧୀ ଏକତା ନେଇ ନୀତିଶ ହିଁ ଭଲ ଭାବେ କହିପାରିବେ ବୋଲି ସ୍ବାମୀ କହିଥିଲେ ।

ସେହିପରି ଉତ୍ତର ପ୍ରଦେଶରେ ଏନକାଉଣ୍ଟର ଓ ପୋଲିସ କଷ୍ଟଡିରେ ଦୁଇ ମାଫଆଙ୍କୁ ହତ୍ୟା କରାଯିବା ଘଟଣାରେ ରାଜ୍ୟ ରାଜନୀତି ଉଷ୍ମ ରହିଛି । ଏହି ପ୍ରସଙ୍ଗରେ ସ୍ବାମୀ କହିଛନ୍ତି, ଉତ୍ତର ପ୍ରଦେଶରେ ଯୋଗୀ ସରକାର ଆସିବା ପରେ ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆସିଛି । ଅପରାଧୀଙ୍କ ମଧ୍ୟରେ ଭୟ ସଂଚାର ହୋଇଥିବା ବେଳେ ସାଧାରଣ ଲୋକେ ନିଜରକୁ ସୁରକ୍ଷିତ ମଣୁଛନ୍ତି ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.