ETV Bharat / bharat

ଦେଶର କୌଣସି ପ୍ରାନ୍ତରେ ଅଭାବ ନାହିଁ ଟିକା: ସ୍ବାସ୍ଥ୍ୟମନ୍ତ୍ରୀ

author img

By

Published : Apr 7, 2021, 8:31 AM IST

ସରକାର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକା ପଠାଇବାର ବ୍ୟବସ୍ଥା କରୁଛନ୍ତି। ଏହାସହ ଆଗାମୀ ଦିନରେ ମଧ୍ୟ ଟିକାର ଅଭାବ ରହିବ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି। ଅଧିକ ପଢନ୍ତୁ...

ଦେଶର କୌଣସି ପ୍ରାନ୍ତରେ ଟିକା ଅଭାବ ରହିବ ନାହିଁ; ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର କୌଣସି ପ୍ରାନ୍ତରେ କୋଭିଡ୍ ଟିକାର ଅଭାବ ନାହିଁ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦମ୍ଭୋକ୍ତି। ସରକାର ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଟିକା ପଠାଇବାର ବ୍ୟବସ୍ଥା କରୁଛନ୍ତି। ଏହାସହ ଆଗାମୀ ଦିନରେ ମଧ୍ୟ ଟିକାର ଅଭାବ ରହିବ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି।

ଦେଶକୁ ଆଶ୍ୱାସନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ସରକାର ଲଗାତାର ଟିକା ଭଣ୍ଡାରକୁ ପୂର୍ଣ୍ଣ କରିବେ ଏବଂ ରାଜ୍ୟମାନଙ୍କୁ ଏକ ମିଶନ ମୋଡରେ ପ୍ରାଥମିକତା ଦିଆଯାଇଥିବା ଟୀକାକରଣ ପାଇଁ ରାଜ୍ୟମାନଙ୍କୁ ପରାମର୍ଶ ଦେବେ । ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ 11 ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଛନ୍ତି। ଏହାସହ ଦେଶରେ COVID-19 ମହାମାରୀ ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି।

ଉଚ୍ଚ ସ୍ତରୀୟ ବୈଠକରେ ହର୍ଷ ବର୍ଦ୍ଧନ କହିଛନ୍ତି, ‘କୋରୋନା ରୋକିବା ଏବଂ ଧାରଣ କରିବା ପାଇଁ ପଦକ୍ଷେପଗୁଡିକ ରକେଟ୍ ବିଜ୍ଞାନ ନୁହେଁ ! ଆମେ ଗତ ବର୍ଷ ଏହି ପଦକ୍ଷେପଗୁଡିକୁ ସଫଳତାର ସହ ଗ୍ରହଣ କରିଛୁ ଏବଂ ବିଶ୍ବକୁ ଆମର ସଫଳତାର କାହାଣୀ ଦେଖାଇଛୁ।’

ସମାନ ପଦକ୍ଷେପକୁ ରାଜ୍ୟ ତଥା ଲୋକଙ୍କର ଅଧିକ କଠୋରତା ଏବଂ ପ୍ରତିବଦ୍ଧତା ସହିତ ଦୃଢୀକରଣ ଏବଂ କାର୍ଯ୍ୟକାରୀ କରିବାକୁ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଦେଶରେ କୋରୋନା ମାମଲାରେ ବୃଦ୍ଧି ହେବାର କାରଣ ହେଉଛି ଲୋକଙ୍କ ଅବହେଳା । ତେଣୁ ମାସ୍କ ପିନ୍ଧିବା, ସମାବେଶରୁ ଦୂରେଇ ରହିବା ଏବଂ ସାମାଜିକ ଦୂରତା ରକ୍ଷା କରିବା ଭଳି ପଦକ୍ଷେପ ନେଇପାରିବା। ଯାହା ଟିକା ଭଳି ବେଶ ଗୁରୁତ୍ବପୂର୍ଣ୍ଣ। ଲୋକଙ୍କ ମଧ୍ୟରେ ପଦକ୍ଷେପଗୁଡିକର ଗୁରୁତ୍ୱକୁ ବଢାଇବାକୁ ଜନସଚେତନତା ଅଭିଯାନ ଗ୍ରହଣ କରିବାକୁ ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.