ETV Bharat / bharat

ପରବର୍ତ୍ତୀ ନୋଟିସ ଯାଏଁ ଘୁଞ୍ଚିଲା ଅହମଦାବାଦରେ ରାତ୍ରିକର୍ଫ୍ୟୁ - ରାତି 9 ଟାରୁ ସକାଳ 6 ଟା ଯାଏଁ କର୍ଫ୍ୟୁ

ଗୁଜୁରାଟର ଅହମଦାବାଦରେ ଲାଗୁ ହୋଇଥିବା ରାତ୍ରିକର୍ଫ୍ୟୁକୁ ପରବର୍ତ୍ତୀ ନୋଟିସ ଯାଏଁ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

ପରବର୍ତ୍ତୀ ନୋଟିସ ଯାଏଁ ଘୁଞ୍ଚିଲା ଅହମଦାବାଦର ରାତ୍ରୀ କର୍ଫ୍ୟୁ

author img

By

Published : Dec 7, 2020, 4:00 PM IST

ଗାନ୍ଧୀନଗର: କୋରୋନା ସାରା ବିଶ୍ବକୁ କବଳିତ କରିଛି । ଏହାର ପ୍ରଭାବରେ ଅନେକ ଜୀବନ ଜାବିକା ପ୍ରଭାବିତ ହୋଇଛି । କୋରେନା ସହ ମୁକାବିଲା କରିବାକୁ ଗୁଜୁରାଟର ଅହମଦାବାଦ ସହରରେ ରାତ୍ରିକାଳୀନ କର୍ଫ୍ୟୁ ଲାଗୁ ହୋଇଥିଲା । ପରବର୍ତ୍ତୀ ନୋଟିସ ଯାଏଁ ଏହି କର୍ଫ୍ୟୁକୁ ବୃଦ୍ଧି କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସରକାରୀ ଆକଳନ ଅନୁଯାୟୀ ଅହମ୍ମଦାବାଦରେ ସୋମବାର 306 ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଗୁଜୁରାଟରେ ସଂକ୍ରମଣ ସଂଖ୍ୟା 52,030 ରେ ପହଞ୍ଚିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ନଭେମ୍ବର 23ରେ ସହରରେ ରାତ୍ରି କର୍ଫ୍ୟୁ ଲାଗୁ ହୋଇଥିଲା ଏବଂ ଏହାକୁ ଡିସେମ୍ବର 7 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।

ସୋମବାର ସକାଳେ ଜାରି କରାଯାଇଥିବା ଏକ ନୂତନ ବିଜ୍ଞପ୍ତିରେ ନଗର ପୋଲିସ କମିଶନର ସଞ୍ଜୟ ଶ୍ରୀବାସ୍ତବ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାତିର କର୍ଫ୍ୟୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । ଡିସେମ୍ବର 7 ରୁ ରାତି 9 ଟାରୁ ସକାଳ 6 ଟା ଯାଏଁ କର୍ଫ୍ୟୁ ହେବ ବୋଲି ଏହି ନିର୍ଦ୍ଦେଶରେ କୁହାଯାଇଛି। ଏଥିରେ କୁହାଯାଇଛି ଯେ "ଏହି ସମୟ ମଧ୍ୟରେ ଲୋକମାନେ ଘର ଭିତରେ ରହିବା ଆବଶ୍ୟକ। ସେମାନେ ରାସ୍ତା, ରାସ୍ତାରେ କିମ୍ବା ସର୍ବସାଧାରଣ ସ୍ଥାନରେ ଠିଆ ନହେବା ସହ ଯାନବାହାନରେ ଯାତାୟତ କରିପାରିବେ ନାହିଁ ।

ନୂଆ ବିଜ୍ଞପ୍ତିରେ କେତେକ ସେବା ପାଇଁ କର୍ଫ୍ୟୁକୁ ସାମାନ୍ୟ କୋହଳ କରାଯାଇଛି । ଏଥିରେ କୁହାଯାଇଛି ଯେ ପୋଲିସ, ସୁରକ୍ଷାକର୍ମୀ, ସିଏପିଏଫ, ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା, ହୋମଗାର୍ଡ, ମିଡିଆ, ଏଟିଏମ୍ ଅପରେସନ୍ ଏବଂ ବେସରକାରୀ ସୁରକ୍ଷା ଏଜେନ୍ସିର କର୍ମଚାରୀଙ୍କୁ ଏଥିରୁ ମୁକ୍ତ କରାଯାଇଛି ।

ଦୁଗ୍ଧ ଏବଂ ଜଳର ବଣ୍ଟନ, ଡାକ୍ତର, ଡାକ୍ତରୀ କର୍ମଚାରୀଙ୍କ ସହ ଏଲପିଜି ଯୋଗାଣକୁ ମଧ୍ୟ ରାତିର କର୍ଫ୍ୟୁରୁ ବାଦ ଦିଆଯାଇଛି। କର୍ଫ୍ୟୁ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଭାରତୀୟ ଦଣ୍ଡ ସଂହିତା ଧାରା 188ରେ ଦଣ୍ଡିତ କରାଯିବା ବୋଲି ବିଜ୍ଞପ୍ତିରେ ପ୍ରକାଶ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.