ETV Bharat / bharat

ବ୍ରହ୍ମପୁର ଷ୍ଟେସନ ପାଲଟିଛି ମାନବ ଚାଲାଣର ଏଣ୍ଟ୍ରିଂ ପଏଣ୍ଟ ! ରେଳାବାଇ ସମେତ ଓଡିଶା ଓ ବିଭିନ୍ନ ରାଜ୍ୟକୁ ନୋଟିସ

ବ୍ରହ୍ମପୁର ରେଳ ଷ୍ଟେସନ ବନିଛି ମାନବ ଚାଳାଣର ଗଡ । 2022ରେ 343 ଜଣଙ୍କୁ କରାଯାଇଛି ଉଦ୍ଧାର । ରେଳବାଇ ସମେତ କେନ୍ଦ୍ର, ଓଡିଶା ଓ ବିଭିନ୍ନ ରାଜ୍ୟକୁ ଜାତୀୟ ମାନବାଧିକାର ଆୟୋଗଙ୍କ ନୋଟିସ । ଅଧିକ ପଢନ୍ତୁ

author img

By

Published : Jan 7, 2023, 9:47 PM IST

ବ୍ରହ୍ମପୁର ଷ୍ଟେସନ ଦେଇ ହେଉଛି ମାନବ ଚାଲାଣ !
ବ୍ରହ୍ମପୁର ଷ୍ଟେସନ ଦେଇ ହେଉଛି ମାନବ ଚାଲାଣ !

ହାଇଦ୍ରାବାଦ: ଓଡିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ରେଳ ଷ୍ଟେସନ ଦେଇ ଅବାଧରେ ହେଉଛି ମାନବ ଚାଲାଣ (human trafficking via Berhampur station in Odisha)। ମାନବ ଚାଲାଣ ଦଲାଲଙ୍କ ପାଇଁ ସୁରକ୍ଷିତ ଗଡରେ ପରିଣତ ହୋଇସାରିଲାଣି ବ୍ରହ୍ମପୁର । ଗତ ବର୍ଷ (2022) ଏପରି ଅନେକ ଘଟଣା ସାମ୍ନାକୁ ଆସିବା ପରେ ଏନେଇ ଉଦବେଗ ପ୍ରକାଶ କରିଛି ଜାତୀୟ ମାନବାଧିକାର ଆୟୋଗ । ଆୟୋଗ ଏନେଇ କେନ୍ଦ୍ର ସରକାର ଓ ରେଳବାଇ ସମେତ ଓଡିଶା, ବିହାର, ଆନ୍ଧ୍ର ପ୍ରଦେଶ ସରକାରକୁ ନୋଟିସ ଜାରି କରି ରିପୋର୍ଟ ମାଗିଛନ୍ତି ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟକୁ ନେଇ ଜାତୀୟ ମାନବାଧିକାର ଆୟୋଗ (NHRC) କହିଛି ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ରେଳ ଷ୍ଟେସନ ଦେଇ ବିହାରରୁ ଆନ୍ଧ୍ର ପ୍ରଦେଶ ପର୍ଯ୍ୟନ୍ତ ମାନବ ଚାଲାଣର ଏକ ପ୍ରମୁଖ କରିଡର ବିନିଛି । 2022 ମସିହାରେ ସମୁଦାୟ 343ଜଣଙ୍କୁ ଏକାଧିକ ଅପରେସନରେ ଷ୍ଟେସନରୁ ଉଦ୍ଧାର କରାଯାଇଛି । କିନ୍ତୁ ସେମାନଙ୍କ ଓ ସେମାନଙ୍କ ପରିବାରକୁ ପୁନଃଥଇଥାନ ପାଇଁ ବିଭିନ୍ନ ସରକାରୀ ଯୋଜନାର ସୁବିଧା ଯୋଗାଇ ଦିଆଯାଇ ନାହିଁ । ରେଳବାଇ ପୋଲିସ (GRP) ଏବଂ ରେଳ ସୁରକ୍ଷା ବଳ (RPF) ସେମାନଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କୁ ଚାଲାଣ କରୁଥିବା ଦଲାଲ ଓ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳତା ପାଇନାହିଁ । ସେହି ଅନୁଯାୟୀ, ବିହାର, ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ମୁଖ୍ୟ ସଚିବ ତଥା ପୋଲିସ ମହାନିର୍ଦ୍ଦେଶକ, କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ସଚିବ ଓ ରେଳବାଇ ବୋର୍ଡର ଅଧ୍ୟକ୍ଷଙ୍କୁ ରିପୋର୍ଟ ଦାଖଲ ପାଇଁ ଆୟୋଗ ନୋଟିସ ମଧ୍ୟ ଜାରି କରିଛି ।

1986 ମସିହାରେ କାର୍ଯ୍ୟକାରୀ ହୋଇଥିବା ଶିଶୁ ଶ୍ରମ (ନିଷେଧ) ଅଧିନିୟମ (Child Labour (Prohibition) Act of 1986) ଗତ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଦେଶରେ କାର୍ଯ୍ୟକାରୀ ହୋଇ ଆସୁଛି । ସେହିପରି ଯୌନ ଶୋଷଣ ତଥା ମହିଳା ଏବଂ ଶିଶୁ ଚାଲାଣ ରୋକିବା ପାଇଁ 1998 ମସିହାରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ମଧ୍ୟ ଜାତୀୟ କାର୍ଯ୍ୟକାରୀ ନୀତି ପ୍ରସ୍ତୁତ କରିବା ସହ ପ୍ରଣୟନ କରିଥିଲା । ସେହିପରି ମାନବ ଚାଳାଣ ରୋକିବା ଦିଗରେ ଏହାକୁ ଦୃଢତାର ସହ ଅନୁପାଳନ କରିବା ପାଇଁ ଆୟୋଗ 2017ରେ କେନ୍ଦ୍ର ଓ ରାଜ୍ୟକୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (SOP) ମଧ୍ୟ ଜାରି କରିଥିଲେ । ତମାମ ବ୍ୟବସ୍ଥା ସୁଦ୍ଧା ମଧ୍ୟ ମାନବ ଚାଲାଣ ରୋକିବା ଦିଗରେ ଫଳବତୀ ହେବା ପରି ଦୃଶ୍ୟମାନ ହୋଇ ପାରିନାହିଁ ।

ତିନୋଟି ରାଜ୍ୟର ଡିଜିପିଙ୍କୁ ଆୟୋଗ ଜାରି କରିଥିବା ନୋଟିସ ଅନୁସାରେ, ଜାରି କରାଯାଇଥିବା SOPର କାର୍ଯ୍ୟକାରିତା ସ୍ଥିତି । ଗତ 3ବର୍ଷ ମଧ୍ୟରେ ପଞ୍ଜୀକୃତ ହୋଇଥିବା ମାନବ ଚାଲାଣ ସମ୍ପର୍କିତ ମାମଲା । ମାମଲାର ଅନୁସନ୍ଧାନର ଫଳାଫଳ, ଏବଂ କାର୍ଯ୍ୟାନୁଷ୍ଠାନ ଓ ଏହାକୁ ରୋକିବା ଦିଗରେ ଗ୍ରହଣ କରାଯାଇଥିବା ପ୍ରତିଶେଧମୂଳକ ବ୍ୟବସ୍ଥା ନେଇ କ’ଣ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ରଖିବାକୁ କୁହାଯାଇଛି ।

ସେହିପରି ଏହି ମାନବ ଚାଲାଣର ପ୍ରମୁଖ ମାଧ୍ୟମ ରେଳ ଯୋଗାଯୋଗ ହୋଇଥିବାରୁ ରେଳବାଇ କର୍ତ୍ତୃପକ୍ଷ ମଧ୍ୟ ରିପୋର୍ଟ ଦାଖଲ କରିବେ । ଷ୍ଟେସନରେ ରେଳ ସୁରକ୍ଷା ବଳ ଏହି ସବୁ କାର୍ଯ୍ୟକୁ ରୋକିବା ଦିଗରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେ ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ଆୟୋଗ ରେଳବାଇ ବୋର୍ଡକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.