ETV Bharat / bharat

Covid new variant: ଆଗାମୀ 40ଦିନ ଗୁରୁତ୍ୱପୂର୍ଣ୍ଣ, ଜାନୁଆରୀ ମଧ୍ୟଭାଗରେ ପିକ୍‌ ଛୁଇଁବ ସଂକ୍ରମଣ ! - covid new variant

ନୂଆ କୋଭିଡ ଭ୍ୟାରିଏଣ୍ଟ (BF-7)କୁ ନେଇ ବଢୁଛି ଭୟ । ଜାନୁଆରୀ ମଧ୍ୟ ଭାଗରେ ସଂକ୍ରମଣ ପିକ ଛୁଇଁବା ଆଶଙ୍କା ନେଇ ସରକାରୀ ସୂତ୍ରରୁ ସୂଚନା (covid situation prediction by export)। ଅଧିକ ପଢନ୍ତୁ

Covid new variant: ଆଗାମୀ 40ଦିନ ଗୁରୁତ୍ବପୂର୍ଣ୍ଣ, ଜାନୁଆରୀ ମଧ୍ୟଭାଗରେ ସଂକ୍ରମଣ ପିକ୍‌ ଛୁଇଁବା ଆଶଙ୍କା

author img

By

Published : Dec 28, 2022, 5:29 PM IST

ହାଇଦ୍ରାବାଦ: କିଛି ମାସର ବ୍ୟବଧାନ ପରେ ପୁଣି ଚୀନରେ କୋରୋନା ଭୂତାଣୁର ନୂତନ ଭ୍ୟାରିଏଣ୍ଟ (BF-7)ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା ବଢିବା ପରେ ସାରା ବିଶ୍ବରେ ଉଦବେଗ ପ୍ରକାଶ ପାଇବାରେ ଲାଗିଛି । ଭାରତରେ ମଧ୍ୟ ବିଦେଶ ଫେରନ୍ତାଙ୍କ ଠାରେ ଏହି ନୂଆ ଭ୍ୟାରିଏଣ୍ଟ ଚିହ୍ନଟ ହେବା ସହ ସଂକ୍ରମଣ ନେଇ ଆଶଙ୍କା ବଢିଛି । ଏହାରି ମଧ୍ୟରେ କୋଭିଡର ଦୁଇଟି ପ୍ରଳୟଙ୍କାରୀ ଲହର ଦେଖିଥିବା ଭାରତରେ ଏହି ନୂଆ ଭୂତାଣୁ ସଂକ୍ରମଣ ନେଇ ପୂର୍ବ ଆକଳନ ପ୍ରକାଶ ପାଇଛି (covid situation prediction by export)।

  • The next 40 days are going to be crucial as India may see a surge of COVID-19 cases in mid of January going by previous trends: Official Sources

    — ANI (@ANI) December 28, 2022 " class="align-text-top noRightClick twitterSection" data=" ">

ଆଗାମୀ 40ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଆସନ୍ତାବର୍ଷ ଜାନୁଆରୀ ମଧ୍ୟଭାଗରେ ଦେଶରେ କୋଭିଡ ସଂକ୍ରମଣ ମାମଲା ଦୃତ ଗତିରେ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ ପାଇଛି । ଏନେଇ ସରକାରୀ ସୂତ୍ରରୁ ଏପରି ଆଶଙ୍କାପୂର୍ଣ୍ଣ ପୂର୍ବାନୂମାନ କରାଯାଇଛି । ଗତ ଦୁଇ ବର୍ଷ ମଧ୍ୟରେ ମଧ୍ୟ ଆସିଥିବା ଲହର ଏକ ନିର୍ଦ୍ଦିଷ୍ଟ ସମୟରେ ମଧ୍ୟ ଦେଖିବାକୁ ମିଳିଥିଲା । ତେଣୁ କୋଭିଡ ଭୂତାଣୁର ନୂଆ ଭ୍ୟାରିଏଣ୍ଟ ଚିହ୍ନଟ ଓ ସଂକ୍ରମଣର ପୂର୍ବ ଧାରାକୁ ଦେଖି ଆସନ୍ତାବର୍ଷ ଜାନୁଆରୀ ମାସ ମଧ୍ୟ ଭାଗରେ ସଂକ୍ରମଣ ପିକ୍‌ ବା ଶୀର୍ଷ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି ।

ପ୍ରଥମ ଲହର ଠାରୁ ଦ୍ବିତୀୟ ଲହରରେ ସଂକ୍ରମଣ ହାର ତୂଳନାରେ ମୃତ୍ୟୁହାର ବେଶ ଅଧିକ ରହିଥିଲା । ପ୍ରଥମ ଲହରରେ ସଂକ୍ରମିତଙ୍କ ଲକ୍ଷଣ ଠାରୁ ଦ୍ବିତୀୟ ଲହରରେ ସଂକ୍ରମିତଙ୍କ ଲକ୍ଷଣରେ ଭିନ୍ନତା ପରିଲକ୍ଷିତ ହୋଇଥିଲା । ଦ୍ବିତୀୟ ଲହରରେ ଶ୍ବାସକ୍ରିୟା ଓ ଫୁସଫୁସ ସଂକ୍ରମଣ ପରି ଲକ୍ଷଣ ଦେଖାଯାଇଥିଲା । ହସ୍ପିଟାଲରେ ଅକ୍ସିଜେନ ମହଜୁଦ ଓ ଯୋଗାଣର ଉତ୍କଟ ସଙ୍କଟ ଦେଖାଯାଇଥିଲା ।

ତେବେ ଚଳିତଥର ନୂଆ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢିଥିବା ବେଳେ ବିଦେଶ ଫେରନ୍ତାଙ୍କ ଠାରେ ଏହି ଭ୍ୟାରିଏଣ୍ଟ ଚିହ୍ନଟ ହେବାରେ ଲାଗିଛି । ଜାନୁଆରୀ ମଧ୍ୟ ଭାଗରେ ସଂକ୍ରମଣ ଶୀର୍ଷ ଛୁଇଁବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ କିଛି କ୍ଷେତ୍ରରେ କୋଭିଡ କଟକଣା ଲାଗୁ ସହ ପୂର୍ବ ପ୍ରସ୍ତୁତି ମଧ୍ୟ ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ସୁଦ୍ଧା ସଂକ୍ରମଣ ବ୍ୟାପକ ହୋଇନଥିଲେ ସୁଦ୍ଧା ସ୍ଥିତି ଉପରେ ନଜର ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.