ETV Bharat / bharat

ନୂଆ ରଙ୍ଗରେ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ, ଜାଣନ୍ତୁ କାହିଁକି ବଦଳିଲା କଲର

author img

By

Published : Jul 9, 2023, 9:31 AM IST

ଧଳା ଓ ବାଇଗଣି ରଙ୍ଗ ବଦଳରେ ନୂଆ ରଙ୍ଗରେ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ । ଜାତୀୟ ପତାକା ତ୍ରିରଙ୍ଗା ରଙ୍ଗରେ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ । ଅଧିକ ପଢନ୍ତୁ

New Vande Bharat Express colour
ନୂଆ ରଙ୍ଗରେ ଆସିବ ବନ୍ଦେ ଭାରତ ଏକ୍ସପ୍ରେସ

ଚେନ୍ନାଇ: ଏଣିକି ନୂଆ ରଙ୍ଗରେ ଦେଖିବାକୁ ମିଳିବ ବନ୍ଦେ ଭାରତ ଏକ୍ସପ୍ରେସ । ଧଳା ଓ ବାଇଗଣି ରଙ୍ଗ ବଦଳରେ ଧଳା ଓ କମଳା ରଙ୍ଗରେ ତିଆରି ହେବ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ । ତାମିଲନାଡୁ ଗସ୍ତରେ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବନ୍ଦେ ଭାରତ ଏକ୍ସପ୍ରେସ ତିଆରି କରୁଥିବା ଆଇସିଏଫ (Integral Coach Factory) ଅଧିକାରୀଙ୍କ ସହ ଏକ ବୈଠକ କରିବା ପରେ ଏହା କହିଛନ୍ତି ।

  • #WATCH | Tamil Nadu: Union Railway Minister Ashwini Vaishnav visited the Integral Coach Factory (ICF) in Chennai where Vande Bharat trains are manufactured. The new colour of the Vande Bharat train can also be seen in the video. pic.twitter.com/ToW3s0iZbU

    — ANI (@ANI) July 8, 2023 " class="align-text-top noRightClick twitterSection" data=" ">

ନୂଆ ବନ୍ଦେ ଭାରତ ଏକ୍ସପ୍ରେସର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । ଯାହା କମଳା ଓ ଧଳା ରଙ୍ଗରେ ହୋଇଛି ଯେଉଁ ରଙ୍ଗ ଜାତୀୟ ପତାକା ରଙ୍ଗ ସହ ସମାନ ହୋଇଛି । ନୂଆ ବନ୍ଦେ ଭାରତ ଏକ୍ସପ୍ରେସ ଜାତୀୟ ପତାକା ତ୍ରିରଙ୍ଗା ରଙ୍ଗରୁ କରାଯାଇଥିବା କହିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ । 28ତମ ଭାରତୀୟ ସେମି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ କମଳା ରଙ୍ଗରେ ଆସିବ ଏନେଇ ଅଫିସିଆଲ ପକ୍ଷରୁ ସୂଚନା ମିଳିଛି । 28ତମ ବନ୍ଦେ ଭାରତ ଏକ୍ସପ୍ରେସ କମଳା ଓ ଧଳା ରଙ୍ଗରେ ଆସିବ । ପରୀକ୍ଷା ଭିତ୍ତିରେ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି ।

ଆଇସିଏଫରେ ଦକ୍ଷିଣ ରେଳବାଇ ସୁରକ୍ଷା ବ୍ୟବସ୍ଥା ସହ ନୂଆ ବନ୍ଦେ ଏକ୍ସପ୍ରେସର ଉନ୍ନତି ଯାଞ୍ଚ କରି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି,'' 28ତମ ସ୍ବଦେଶୀ ଟ୍ରେନ ରଙ୍ଗ ଜାତୀୟ ପତାକା ତ୍ରିରଙ୍ଗା ଦ୍ବାରା ପ୍ରେରିତ । ବନ୍ଦେ ଭାରତରେ 25ଟି ଉନ୍ନତି କରାଯାଇଛି । ଏହା ଭାରତରେ ଆମ ଇଞ୍ଜିନିୟର, ଟେକ୍ନିସିଆନଙ୍କ ଦ୍ବାରା ମେକ୍ ଇନ ଇଣ୍ଡିଆର ଚିନ୍ତାଧାରା । ଟ୍ରେନକୁ ନେଇ ଫିଡବ୍ୟାକ ମିଳିବା ପରେ ସେଥିରେ ଉନ୍ନତି ଅଣାଯାଉଛି । ''

ଏହା ବି ପଢନ୍ତୁ: ଦିନକରେ 5 ବନ୍ଦେ ଭାରତ ଏକ୍ସପ୍ରେସ ଭେଟି, ଭୋପାଳରୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦେଶରେ 2019 ମସିହା ଫେବୃଆରୀ 15 ତାରିଖରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଗଡିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ବାରଣାସୀ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ଦେଶରେ 25ଟି ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରୁଛି । ରେଳ ଯାତ୍ରୀଙ୍କୁ ସହଜ ଓ ଆରାମଦାୟକ ଯାତ୍ରା ପାଇଁ ବନ୍ଦେ ଭାରତ ଏକ୍ସପ୍ରେସର ପରିକଳ୍ପନା କରାଯାଇଛି । ନିକଟରେ ଜୁନ 27 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନକରେ ଦେଶବାସୀଙ୍କୁ 5ଟି ବନ୍ଦେ ଭାରତ ଏକ୍ସପ୍ରେସର ଭେଟି ଦେଇଥିଲେ । ଭାରତୀୟ ରେଲୱେ ପାଇଁ ବନ୍ଦେ ଭାରତ ଏକ ବଡ ଉପଲବ୍ଧି ସାବ୍ୟସ୍ତ ହୋଇଛି । ମେକ ଇନ ଇଣ୍ଡିଆ ପଲିସିରେ ଏହି ସେମି ହାଇସ୍ପିଡ ଟ୍ରେନକୁ ଭାରତୀୟ ରେଳବାଇରେ ସାମିଲ କରାଯାଇଛି । ଏହି ଟ୍ରେନ ଚଳାଚଳ ପାଇଁ ବିଭିନ୍ନ ସହରରେ ଯୋଗାଯୋଗ ରକ୍ଷା ହେବା ସହ ଯାତ୍ରୀଙ୍କ ସମୟ ବଞ୍ଚୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.