ETV Bharat / bharat

ଜ୍ଞାନବ୍ୟାପୀ ପରିସରରେ ଜଳାଭିଷେକ ଘୋଷଣା ପ୍ରସଙ୍ଗ: ନେତାଜୀ ସୁଭାଷ ବୋଷଙ୍କ ଅଣନାତୁଣୀ ଅଟକ

author img

By

Published : Aug 8, 2022, 9:35 PM IST

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତୁଣୀ ତଥା ହିନ୍ଦୁ ମହାସଭା ରାଷ୍ଟ୍ରୀୟ ଅଧ୍ୟକ୍ଷା ରାଜଶ୍ରୀ ଚୌଧୁରୀଙ୍କୁ ଅଟକ ରଖିଲା ପୋଲିସ । ଜ୍ଞାନବ୍ୟାପୀ ପରିସରରେ ଜଳାଭିଷେକ ପାଇଁ ଯାଉଥିଲେ ରାଜଶ୍ରୀ । ଅଧିକ ପଢନ୍ତୁ

ନେତାଜୀ ସୁଭାଷ ବୋଷଙ୍କ ଅଣନାତୁଣୀଙ୍କୁ ଅଟକ ରଖିଲା ପୋଲିସ

ଲକ୍ଷ୍ନୌ: ନତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତୁଣୀ ରାଜଶ୍ରୀ ଚୌଧୁରୀଙ୍କୁ ବାରାଣାସୀ ଯିବା ସମୟରେ ପ୍ରୟାଗରାଜରେ ଅଟକ ରଖିଲା ପୋଲିସ । ବିଶ୍ବ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷା ଥିବା ରାଜଶ୍ରୀ ବାରାଣାସୀର ବିବାଦୀୟ ଜ୍ଞାନବ୍ୟାପୀ ପରିସରରେ ଜଳାଭିଶେକ ଓ ପୂଜାର୍ଚ୍ଚନା କରିବା ପାଇଁ ଯାତ୍ରା ଆରମ୍ଭ କରିଥିଲେ । ତେବେ ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପ୍ରୟାଗରାଜ ଜଙ୍କସନରେ ତାଙ୍କୁ ଓ ତାଙ୍କ ସହଯୋଗୀଙ୍କୁ ଟ୍ରେନରୁ ଓହ୍ଲାଇ ଗେଷ୍ଟହାଉସରେ ଅଟକ ରଖିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ଶ୍ରାବଣର ଶେଷ ସୋମବାର ଅବସରରେ ଜ୍ଞାନବ୍ୟାପୀ ପରିସରରେ ଜଳାଭିଷେକ କରିବା ନେଇ ଘୋଷଣା କରିଥିଲେ ରାଜଶ୍ରୀ । ତାଙ୍କର କିଛି ସହଯୋଗୀ ସହ ସେ ବାରାଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରି ସାରିଥିବା ବେଳେ ରାସ୍ତା ମଝିରେ ଆକ୍ସନ ମୋଡକୁ ଆସିଥିଲା ପୋଲିସ । ପ୍ରାୟାଗରାଜରେ ତାଙ୍କୁ ଅଟକ ରଖିବା ସହ ଗେଷ୍ଟ ହାଉସକୁ ନେଇଛି ପୋଲିସ । ଆଜି ରାତିରେ ସେମାନଙ୍କୁ ଛାଡିବା ନେଇ ମଧ୍ୟ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.