ETV Bharat / bharat

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ନୱାବ ମଲ୍ଲିକ - ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ନୱାବ ମଲ୍ଲିକ

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ । ହାଇକୋର୍ଟରେ ତାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ ହେବା ପରେ ସେ ସୁପ୍ରିମକୋର୍ଟ ଯାଇଛନ୍ତି । ଅଧିକ ପଢନ୍ତୁ

ହାଇକୋର୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ନୱାବ ମଲ୍ଲିକ

author img

By

Published : Apr 3, 2022, 9:14 AM IST

ମୁମ୍ବାଇ: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ NCP ନେତା ନୱାବ ମଲ୍ଲିକ । ଦାଉଦ ଇବ୍ରାହିମ୍ ଲିଙ୍କ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ନୱାବ ମଲ୍ଲିକଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟ ଯାଇଛନ୍ତି । ମଲ୍ଲିକ ତାଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ରୁଜୁ ବେଆଇନ ଅର୍ଥ କାରବାର ମାମଲାକୁ ରଦ୍ଦ କରିବା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସେ ଆବଦେନରେ ତାଙ୍କ ଗିରଫକୁ ବେଆଇନ ବୋଲି କହିବା ସହ ତୁରନ୍ତ ଛାଡିବାକୁ ଦାବି କରିଥିଲେ ।

ମାର୍ଚ୍ଚ ୧୫ ତାରିଖରେ ବମ୍ବେ ହାଇକୋର୍ଟ ନୱାବ ମଲ୍ଲିକଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । କୋର୍ଟଙ୍କ ଯୁକ୍ତି ଥିଲା ଯେ, ନୱାବ ମଲ୍ଲିକ ଇଡି ଦ୍ବାରା ଗିରଫ ହୋଇଛନ୍ତି ଏବଂ ନ୍ୟାୟିକ ହେପାଜତରେ ଅଛନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ମୁକ୍ତି ପାଇଁ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେବାର କୌଣସି କାରଣ ନାହିଁ । ଗତ ୨୩ ତାରିଖରେ ତାଙ୍କୁ ଇଡି ଗିରଫ କରିଥିଲା । ମଲ୍ଲିକ ଆତଙ୍କୀ ଦାଉଦ ଇବ୍ରାହିମର ଘନିଷ୍ଠ ବନ୍ଧୁ ଠାରୁ ସମ୍ପତ୍ତି କିଣିଥିବା ଅଭିଯୋଗ ହୋଇଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.