ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଆତଙ୍କୀଙ୍କ ଉତ୍ପାତ ବଢିବାରେ ଲାଗିଛି । ଆତଙ୍କୀଙ୍କ ଆକ୍ରମଣ ପାଇଁ ସୀମାରେ ପରିସ୍ଥିତି ସଙ୍ଗୀନ ରହିଛି। ସାଧାରଣ ନାଗରିକଙ୍କଠାରୁ ନେଇ ସୁରକ୍ଷାକର୍ମୀ ସମସ୍ତଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କୀ । ଏ ନେଇ LOCରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ସେନା ମୁଖ୍ୟ ଜେନେରାଲ ନରୱାଣେ ପୁଞ୍ଚ ଅପରେସନ୍ ସାଇଟ୍ ସହିତ LOC ପରିଦର୍ଶନ କରି ଆତଙ୍କୀଦମନର ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ।
-
General MM Naravane #COAS visited forward areas of #WhiteKnight Corps & undertook a first-hand assessment of the situation along the Line of Control. #COAS was briefed by commanders on the ground about the present situation & ongoing counter-infiltration operations.#IndianArmy pic.twitter.com/2c9uKC04SY
— ADG PI - INDIAN ARMY (@adgpi) October 19, 2021 " class="align-text-top noRightClick twitterSection" data="
">General MM Naravane #COAS visited forward areas of #WhiteKnight Corps & undertook a first-hand assessment of the situation along the Line of Control. #COAS was briefed by commanders on the ground about the present situation & ongoing counter-infiltration operations.#IndianArmy pic.twitter.com/2c9uKC04SY
— ADG PI - INDIAN ARMY (@adgpi) October 19, 2021General MM Naravane #COAS visited forward areas of #WhiteKnight Corps & undertook a first-hand assessment of the situation along the Line of Control. #COAS was briefed by commanders on the ground about the present situation & ongoing counter-infiltration operations.#IndianArmy pic.twitter.com/2c9uKC04SY
— ADG PI - INDIAN ARMY (@adgpi) October 19, 2021
ପରିଦର୍ଶନରେ ପୁଞ୍ଚରେ ଚାଲିଥିବା କାଉଣ୍ଟର-ଅନୁପ୍ରବେଶ କାର୍ଯ୍ୟ ବିଷୟରେ ତାଙ୍କୁ କମାଣ୍ଡରମାନେ ସୂଚନା ଦେଇଥିଲେ । ଗତ ଦୁଇ ସପ୍ତାହ ମଧ୍ୟରେ କାଶ୍ମୀର ଉପତ୍ୟକାରେ ଆତଙ୍କୀଙ୍କ ଆକ୍ରମଣରେ 11 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଫଳରେ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୁଞ୍ଚରେ ସୁରକ୍ଷା ବ୍ୟବସ୍ଥା କିପରି ରହିଛି ତାର ତଦାରଖ କରିଛନ୍ତି ସେନା ମୁଖ୍ୟ ।
ଅନ୍ୟପଟେ କାଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ଘଟଣାର ତଦନ୍ତ ଭାର ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି(NIA)କୁ ହସ୍ତାନ୍ତର କରାଯାଇଛି । ଜନବସତି ଅଞ୍ଚଳକୁ ଆତଙ୍କବାଦୀମାନେ ପ୍ରବେଶ କରି ଅନେକଙ୍କ ଜୀବନ ନେଲେଣି । NIA ଡିଜି ଓ ଜାମ୍ମୁ କାଶ୍ମୀର ପୋଲିସ ଡିଜିଙ୍କ ମଧ୍ୟରେ ଘଟଣାକୁ ନେଇ ଶ୍ରୀନଗରରେ ବୈଠକ ହେବ । ଏହାପରେ ଏନଆଇଏ ବିଧିବଦ୍ଧ ଭାବେ ଘଟଣାର ତଦନ୍ତ ଆରମ୍ଭ କରିବ । NIA ପ୍ରାଥମିକ ପର୍ଯ୍ୟାୟରେ ଅକ୍ଟୋବର ୫ ରେ ଶ୍ରୀନଗର ଠାରେ ଘଟିଥିବା ଆତଙ୍କୀ ହମଲାର ଯାଞ୍ଚ କରିବା ପରେ ଅନ୍ୟ ମାମଲାକୁ ହାତକୁ ନେବ ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ