ETV Bharat / bharat

ରାତ୍ରିଭୋଜନ ନ ମିଳିବାରୁ ମା’ ଭଉଣୀଙ୍କ ଗଳାକାଟି ହତ୍ୟାକଲା ଯୁବକ - ଗୁଜୁରାଟରେ ମା ଭଉଣୀଙ୍କୁ ଗଳାକାଟି ହତ୍ୟା

ଗୁଜୁରାଟର ମର୍ବି ଜିଲ୍ଲାରେ ଯୁବକଙ୍କ ଅମାନବୀୟ କାଣ୍ଡ । ଭୋକ ନ ସମ୍ଭାଳିପାରି ମା’ ଓ ଭଉଣୀଙ୍କୁ ହତ୍ୟା କଲା ଯୁବକ । ଅଧିକ ପଢନ୍ତୁ...

Mother and sister strangled to death for not giving dinner
ରାତ୍ରିଭୋଜନ ନ ମିଳିବା ପରେ ମା ଭଉଣୀଙ୍କୁ ଗଳାକାଟି ହତ୍ୟା
author img

By

Published : Nov 9, 2020, 4:39 PM IST

ଗାନ୍ଧୀନଗର: ଗୁଜୁରାଟର ମର୍ବି ଜିଲ୍ଲାରେ ଥିବା ଜିକିୟାରୀ ଗାଁରେ ଅଘଟଣ । ଭୋକ ନ ସମ୍ଭାଳିପାରି ଉତକ୍ଷିପ୍ତ ଯୁବକ ଘଟାଇଛି ଜଘନ୍ୟ ହତ୍ୟାକାଣ୍ଡ । ରାତ୍ରିଭୋଜନ ନ ମିଳିବା ପରେ ଯୁବକ ଗତ ଶନିବାର ନିଜ ମା' ଓ ଭଉଣୀଙ୍କୁ ଦାଆରେ ଗଳା କାଟି ହତ୍ୟା କରିଛି ।

ଘଟଣା ଦିନ ଅଭିଯୁକ୍ତର ମା' କସ୍ତୁର ଭାଟ୍ଟିଆ (60) ଓ ଭଉଣୀ ସଙ୍ଗିତା ଭାଟ୍ଟିଆ (35) ଙ୍କ ମଧ୍ୟରେ ରାତ୍ରିଭୋଜନ ରୋଷେଇକୁ ନେଇ କଳହ ହୋଇଥିଲା । ଦୁହିଁଙ୍କ ମଧ୍ୟରେ କିଏ ପ୍ରସ୍ତୁତ କରିବା ନେଇ ଅପରାହ୍ନରୁ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା । ତେବେ ଏହି କଳହରୁ ନିବୃତ୍ତ ରହି ରୋଷେଇ କରିବା ପାଇଁ ଅଭିଯୁକ୍ତ ଦେଭଶୀ ଭାଟ୍ଟିଆ (40) ସେମାନଙ୍କୁ ରୋଷେଇ କରିବା ପାଇଁ ପରାମର୍ଶ ଦେଇଥିଲା । ମାତ୍ର ସେ କାମରୁ ଫେରିବା ପରେ 2 ମହିଳା ରାତ୍ରିଭୋଜନ ପ୍ରସ୍ତୁତ ନ କରି କଳହରେ ବ୍ୟସ୍ତ ଥିବା ଦେଖି ଉତକ୍ଷିପ୍ତ ହୋଇ ଦୁହିଁଙ୍କୁ ଦାଆରେ ଆକ୍ରମଣ କରିଥିଲା ଅଭିଯୁକ୍ତ ।

ତେବେ ହତ୍ୟାକାଣ୍ଡ ଘଟାଇବା ପରେ ଦେଭଶୀ ନିଜେ ପୋଲିସକୁ ଖବର ଦେବା ସହ ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଥିଲା । ହତ୍ୟାକାରୀର ବିବାହିତା ଭଉଣୀ ସଙ୍ଗୀତା କିଛି ବର୍ଷ ଧରି ନିଜ ମା' ଓ ଭାଇଙ୍କ ସହ ରହୁଥିବା ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.