ETV Bharat / bharat

Modi Surname Defamation Case: ରାହୁଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

author img

By

Published : Jul 18, 2023, 11:38 AM IST

'ମୋଦି ସାଙ୍ଗିଆ’ ଅପରାଧିକ ମାନହାନୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଜୁଲାଇ 21 ତାରିଖରେ ଗୁଜୁରାଟ ହାଇକୋର୍ଟଙ୍କ ବିରୋଧରେ ରାହୁଲ ଗାନ୍ଧୀ କରିଥିବା ଆବେଦନର ଶୁଣାଣି କରିବେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ଜୁଲାଇ 21ରେ ରାହୁଲଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ
Modi Surname Defamation Case

ନୂଆଦିଲ୍ଲୀ: ମୋଦି ସାଙ୍ଗିଆ ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ କଂଗ୍ରେସ ଦଳ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ । ମାମଲାର ଶୁଣାଣି କରି ଯାଚିକାକୁ ଗ୍ରହଣ କରିବା ସହ ଆସନ୍ତା ଜୁଲାଇ 21 ତାରିଖରେ ଆବେଦନର ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ସର୍ବୋଚ୍ଚ ନ୍ୟାୟଳୟ । ସୁପ୍ରିମକୋର୍ଟ ବରିଷ୍ଠ ଓକିଲ ଏବଂ କଂଗ୍ରେସର ସିନିୟର ଲିଡର ଅଭିଷେକ ମନୁ ସିଙ୍ଘବୀଙ୍କ ପକ୍ଷରୁ ଏହି ଯାଚିକା ଦାଖଲ ହୋଇଥିଲା ।

  • Supreme Court agrees to hear on July 21, the plea of Congress leader Rahul Gandhi challenging the Gujarat High Court order which declined to stay his conviction in the criminal defamation case in which he was sentenced to two years in jail by Surat court over 'Modi surname'… pic.twitter.com/nA9rkwGVYf

    — ANI (@ANI) July 18, 2023 " class="align-text-top noRightClick twitterSection" data=" ">

ମିଡିଆ ରିପୋର୍ଟ ଅନୁସାରେ, ରାହୁଲ ଗାନ୍ଧୀ ମାନହାନୀ ମାମଲାରେ ହୋଇଥିବା ଦଣ୍ଡାଦେଶ ଉପରେ ରୋକ୍‌ ଲଗାଇବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଚଳିତ ମାସ (ଜୁଲାଇ) 7 ତାରିଖରେ ଗୁଜୁରାଟ ହାଇକୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ଦେଇଥିଲେ । ସେସନ କୋର୍ଟଙ୍କ ଦଣ୍ଡାଦେଶ ଉପରେ ରହିତାଦେଶ ଉପରେ ରୋକ ଲଗାଇବାକୁ ମନା କରିବା ସହ ତଳ କୋର୍ଟଙ୍କ ନିଷ୍ପତ୍ତିକୁ କାଏମ ରଖିଥିଲେ ଗୁଜୁରାଟ ହାଇକୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲେ ରାହୁଲ ।

ଏହା ବି ପଢନ୍ତୁ...Modi Surname Defamation Case: ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ରାହୁଲ

2019 ମସିହାର ‘ମୋଦି ସାଙ୍ଗିଆ’ ଅପରାଧିକ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ତଥା ଦଳର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରାହୁଲ । ସର୍ବୋଚ୍ଚ କୋର୍ଟ ତାଙ୍କୁ ମିଳିଥିବା ଦଣ୍ଡାଦେଶ ଉପରେ ସ୍ଥଗିତାଦେଶ ଜାରି କରିବା ପାଇଁ ଆବେଦନରେ ଦର୍ଶାଇଥିଲେ ରାହୁଲ ଗାନ୍ଧୀ ।

ଏହା ବି ପଢନ୍ତୁ...Rahul Gandhi Modi surname Remark: ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ, ସଙ୍ଗେ ସଙ୍ଗେ ଜାମିନ ମଞ୍ଜୁର

ପ୍ରକାଶଥାଉ କି, 2019 ଏପ୍ରିଲ 13 ତାରିଖରେ କର୍ଣ୍ଣାଟକରେ ଏକ ରାଲିକୁ ସମ୍ବୋଧନ କରିବା ସମୟରେ ମୋଦି ଉପନାମ ବା ସାଙ୍ଗିଆ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ଏହାକୁ ନେଇ ବିଜେପି ବିଧାୟକ ତଥା ଗୁଜୁରାଟ ତତ୍କକାଳୀନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦି ଏକ ମାମଲା ଦାଖଲ କରିଥିଲେ । ଏହାକୁ ନେଇ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା । ମାମଲାର ଶୁଣାଣି କରିବା ଚଳିତ ବର୍ଷ ମାର୍ଚ୍ଚ 23 ତାରିଖରେ ସୁରଟ ଜିଲ୍ଲା ନ୍ୟାୟାଳୟ ରାୟ ଶୁଣାଇଥିଲେ । ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ସୁରଟ ଜିଲ୍ଲା ନ୍ୟାୟାଳୟ । 4 ବର୍ଷ ପୁରୁଣା ମାମଲାରେ ରାହୁଲଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ଜେଲ ଦଣ୍ଡାଦେଶର ମାତ୍ର କିଛି ସମୟ ପରେ ରାହୁଙ୍କୁ ବେଲ୍‌ ମିଳିଥିଲା । ତେବେ ଏହି ଦଣ୍ଡାଦେଶ ଯୋଗୁଁ ତାଙ୍କ ସାସଂଦ ପଦ ରଦ୍ଦ ହୋଇଥିଲା । ଏହାସହ ଦଣ୍ଡାଦେଶ କାୟମ ରହିଲେ ଆଇନ ମୁତାବକ ଆଗାମୀ ନିର୍ବାଚନ ଲଢ଼ି ପାରିବେନି ରାହୁଲ ଗାନ୍ଧୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.