ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫଟିଲ ବେନେଟଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଉଭୟ ନେତାଙ୍କ ମଧ୍ୟରେ ଟେଲିଫୋନରେ ବାର୍ତ୍ତାଳାପ ହୋଇଛି । ଆଜି କଥାବାର୍ତ୍ତାରେ ଉଭୟ ନେତା ବିଶ୍ବର ରାଜନୈତିକ ପରିବର୍ତ୍ତନ ଓ ୟୁକ୍ରେନରେ ଲାଗି ରହିଥବା ସଙ୍କଟ ଉପରେ ଆଲୋଚନା କରିଛନ୍ତି ।
-
PM Narendra Modi spoke with Israel PM Naftali Bennett & confirmed "he is recovering well (from COVID). We discussed recent global events, and also reviewed India-Israel cooperation in various areas. I look forward to welcoming him in India very soon to continue our discussions." pic.twitter.com/GlKsTJqyoC
— ANI (@ANI) April 4, 2022 " class="align-text-top noRightClick twitterSection" data="
">PM Narendra Modi spoke with Israel PM Naftali Bennett & confirmed "he is recovering well (from COVID). We discussed recent global events, and also reviewed India-Israel cooperation in various areas. I look forward to welcoming him in India very soon to continue our discussions." pic.twitter.com/GlKsTJqyoC
— ANI (@ANI) April 4, 2022PM Narendra Modi spoke with Israel PM Naftali Bennett & confirmed "he is recovering well (from COVID). We discussed recent global events, and also reviewed India-Israel cooperation in various areas. I look forward to welcoming him in India very soon to continue our discussions." pic.twitter.com/GlKsTJqyoC
— ANI (@ANI) April 4, 2022
ଋଷ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ 40 ଦିନରେ ପହଞ୍ଚିଛି । କ୍ରମଶଃ ଋଷର ଆକ୍ରମଣ ତୀବ୍ର ହେବାରେ ଲାଗିଥିବା ବେଳେ ୟୁକ୍ରେନରେ ମାନବୀୟ ସଙ୍କଟ ମଧ୍ୟ ବଢିବାରେ ଲାଗିଛି । ଉଭୟ ଭାରତ ଓ ଇସ୍ରାଏଲ ଏହି ପ୍ରସଙ୍ଗରେ ସମାଧାନ ନେଇ ଆଗ୍ରହ ଦେଖାଇ ସାରିଛନ୍ତି । ଆଜି ମଧ୍ୟ କଥାବାର୍ତ୍ତା ବେଳେ ମଧ୍ୟ ଉଭୟ ନେତା ଏହି ପ୍ରସଙ୍ଗରେ ଚିନ୍ତା ପ୍ରକଟ କରିଛନ୍ତି ।
ଗତମାସରେ ପ୍ରଧାନମନ୍ତ୍ରୀ ବେନେଟ ଭାରତ ଗସ୍ତରେ ଆସିବାକୁ ଥିବାବେଳେ କୋଭିଡରେ ସଂକ୍ରମିତ ହେବା ଯୋଗୁ ଗସ୍ତ ବାତିଲ ହୋଇଥିଲା । ଆଜି ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି ନିକଟରେ ଇସ୍ରାଏଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନାଗରିକଙ୍କ ପାଇଁ ମଧ୍ୟ ସମବେଦନା ଜଣାଇଛନ୍ତି ମୋଦି ।
ସେହିପରି ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦ୍ବିପାକ୍ଷିକ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଉଭୟ ଦେଶ ଦ୍ବିପାକ୍ଷିକ ସମ୍ପର୍କର 30ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ବେନେଟଙ୍କୁ ମୋଦିଙ୍କ ପକ୍ଷରୁ ଭାରତ ଗସ୍ତ ପାଇଁ ନିମନ୍ତ୍ରିତ କରାଯାଇଥିବା ବେଳେ କୋଭିଡ ସଂକ୍ରମଣ ପାଇଁ ଶେଷ ମୁହୂର୍ତ୍ତରେ ତାଙ୍କର ଭାରତ ଗସ୍ତ ବାତିଲ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ