ETV Bharat / bharat

ବ୍ୟବସାୟୀଙ୍କ ପକେଟ୍‌ରେ ଫୁଟିଲା ମୋବାଇଲ, ଗୁରୁତର ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି

author img

By

Published : Aug 13, 2023, 5:31 PM IST

ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲା ଧନିରପୁର ମଣ୍ଡି ଅଞ୍ଚଳର ଜଣେ ବ୍ୟବସୟୀଙ୍କ ପକେଟରେ ମୋବାଇଲ ବିସ୍ଫୋରଣ ହୋଇଛି । ଫଳରେ ତାଙ୍କ ହାତ ଏବଂ ଜଙ୍ଘରେ ଗୁରୁତର ଆଘତ ଲାଗିଛି । ଅଧିକ ପଢନ୍ତୁ

ପକେଟ୍‌ରେ ଫୁଟିଲା ମୋବାଇଲ , ଜଣେ ଗୁରୁତର
ପକେଟ୍‌ରେ ଫୁଟିଲା ମୋବାଇଲ , ଜଣେ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲା ଧନିରପୁର ମଣ୍ଡି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କ ପକେଟରେ ମୋବାଇଲ ବିସ୍ଫୋରଣ ହୋଇଛି ଫଳରେ ତାଙ୍କ ହାତ ଏବଂ ଜଙ୍ଘରେ ଗୁରୁତର ଆଘତ ଲାଗିଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଉକ୍ତ ବ୍ୟବସାୟୀ ଜଣକ ମୋବାଇଲ କମ୍ପାନୀ ବିରୁଦ୍ଧରେ ମହୁଆ ଖେଡ଼ା ଥାନାରେ ମାମଲା ରୁଜୁ କରିଛନ୍ତି ।

ସୂଚନା ଅନୁସାରେ ଗତ ଶନିବାର ଦିନ ଧନିରପୁର ମଣ୍ଡି ଅଞ୍ଚଳର ପ୍ରେମରାଜ ସିଂ ନାମକ ଜଣେ ବ୍ୟବସାୟୀଙ୍କ ମୋବାଇଲ ପକେଟରେ ବିସ୍ଫୋରଣ ହୋଇଥିଲା । ପ୍ରେମରାଜ ସିଂ ହଠାତ୍ ଦେଖଥିଲେ ତାଙ୍କ ପକେଟରୁ ଧୂଆଁ ବାହାରୁ ଥିବାର ସେ ସଙ୍ଗେସଙ୍ଗେ ପକେଟରୁ ମୋବାଇଲକୁ ବାହାରକରି ଫିଙ୍ଗି ଦେଇଥିଲେ । ତେବେ ବ୍ୟବସାୟୀଙ୍କ ହାତ ଏବଂ ଜଙ୍ଘରେ ଗଭୀର ଆଘାତ ଲାଗିଥିଲା । ୧୦ରୁ ୧୫ ମିନଟ୍ ଯାଏଁ ମୋବାଇଲରୁ ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଥିଲା । ପ୍ରେମରାଜ ସିଂଙ୍କୁ ପଣ୍ଡିତ ଦିନଦୟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣାକୁ ନେଇ ଉକ୍ତ ବ୍ୟବସାୟୀ ଜଣକ ମୋବାଇଲ କମ୍ପାନୀ ବିରୁଦ୍ଧରେ ମହୁଆ ଖେଡା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଉକ୍ତ କମ୍ପାନୀ ବିରୁଦ୍ଧରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ହା ମଧ୍ୟ ପଢନ୍ତୁ...ମୋବାଇଲ ଚାର୍ଜରକୁ ପାଟିରେ ପୁରାଇଦେଲା 8ମାସର ଶିଶୁ, ଚାଲିଗଲା ଜୀବନ

ପ୍ରେମରାଜ ସିଂ କହିଛନ୍ତି ସେ ଘରେ ଥିବା ସମୟରେ ହଠାତ୍ ମୋବାଇଲ ବିସ୍ଫୋରଣ ଘଟି ପକେଟରୁ ଧୁଆଁ ବାହାରିବା ଦେଖିବାକୁ ପାଇଥିଲେ । ସେ ସଙ୍ଗେସଙ୍ଗେ ମୋବାଇଲଟିକୁ ପକେଟରୁ ବାହାର କରି ଫିଙ୍ଗି ଦେଇଥିଲେ ଯାହାଫଳରେ ତାଙ୍କ ବାମ ହାତ ଏବଂ ଜଙ୍ଘରେ ଗଭୀର ଆଘତ ଲାଗିଥିଲା । ସେ ଦିର୍ଘଦିନ ଧରି ଆପଲ୍ କମ୍ପାନୀର ମୋବାଇଲ୍ ବ୍ୟବହାର କରନ୍ତି କିନ୍ତୁ ଏହି ଦୁର୍ଘଟଣା ପରେ ତାଙ୍କ ଉକ୍ତ ମାବାଇଲ କମ୍ପାନୀ ଉପରୁ ବିଶ୍ବାସ ହରାଇଥିବା କଥା ସେ କହିଛନ୍ତି । ଅନେକ ସମୟରେ ଏଭଳି ମୋବାଇଲ ବିସ୍ଫୋରଣ ଘଟଣା ସାମ୍ନାକୁ ଆସୁଛି ଯାହା ଫଳରେ ବେଳେ ଜୀବନ ମଧ୍ୟ ଚାଲି ଯାଉଥିବା ନଜିର ରହିଛି ।

ପୂର୍ବରୁ ଭିଡିଓ ଦେଖୁଥିବା ବେଳେ ମୋବାଇଲ ବିସ୍ଫୋରଣରେ ଜଣେ ନାବାଳିକାଙ୍କର ମୃତ୍ୟୁ ଘଟିଥିଲା । କେରଳ ପାଲକ୍କଡରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ନାବାଳିକା ଜଣକ ଏକ ମୋବାଇଲରେ ଭିଡିଓ ଦେଖୁବା ସମୟରେ ମୋବାଇଲ୍‌ଟି ହଠାତ ବିସ୍ଫୋରଣ ଘଟିଥିଲା । ନାବାଳିକାଟିର ମୁଁହ ସହ ଶରୀରର ଅନ୍ୟ କିଛି ଅଂଶରେ ଗଭୀର ଆଘାତ ଲାଗିଥିଲା ତାଙ୍କୁ ହସ୍ପିଟାଲ ନେବା ପୂର୍ବରୁ ଘଟଣାସ୍ଥଳରେ ହିଁ ନାବାଳିକାଜଣଙ୍କର ମୃତ୍ୟୁ ଘଟିଥିଲା ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.