ETV Bharat / bharat

Costly Piss ! ପରିସ୍ରା କରିବାକୁ ବନ୍ଦେ ଭାରତ ଟ୍ରେନରେ ଚଢିଗଲେ ଯୁବକ, କଟିଲା 1020 ଟଙ୍କା ଫାଇନ

author img

By

Published : Jul 21, 2023, 10:59 AM IST

Updated : Jul 21, 2023, 11:24 AM IST

ପରିସ୍ରା ପାଇଁ ବନ୍ଦେ ଭାରତ ଟ୍ରେନକୁ ଚଢିଥିଲେ ଯୁବକ । ଟିକେଟ କରିନଥିବାରୁ ଗଣିଲେ ଫାଇନ । ଅଧିକ ପଢନ୍ତୁ

vande bharat express
vande bharat express

ଭୋପାଳ: ଯାତ୍ରାଠୁ ମହଙ୍ଗା ପରିସ୍ରା ! ମହଙ୍ଗା ପଡିଲା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୌଚାଳୟ ବ୍ୟବହାର କରିବା । ପରିସ୍ରା କରି ହଟହଟା ହେଲେ ଯାତ୍ରା କରୁନଥିବା ଜଣେ ଯାତ୍ରୀ । ପାଖରେ ଟିକେଟ ନଥିବାରୁ 1020 ଟଙ୍କା ତଣ୍ଡ ଗଣିଲେ ଯୁବକ । ଭୋପାଳରୁ ସାମ୍ନାକୁ ଆସିଛି ଏପରି ଘଟଣା ।

ନଜର ପକାନ୍ତୁ କଣ ଥିଲା ସମ୍ପୂର୍ଣ୍ଣ ଘଟଣା

ମଧ୍ୟପ୍ରଦେଶ ସିଙ୍ଗ୍ରାଉଲିର ଅବଦୁର କାଦିର । ଗତ 15 ତାରିଖରେ ସେ ତାଙ୍କ ପତ୍ନୀ ଓ ପୁଅକୁ ନେଇ ଭୋପାଳ ଆସିଥିଲେ । ଭୋପାଳ ରେଳ ଷ୍ଟେସନରେ ସିଙ୍ଗ୍ରାଉଲି ଯିବା ପାଇଁ ସେ ଦକ୍ଷିଣ ଏକ୍ସପ୍ରେସ ଟ୍ରେନକୁ ଅପେକ୍ଷା କରିଥିଲେ । ଏହି ସମୟରେ ଇନ୍ଦୋର ଯାତ୍ରା କରିବାକୁ ପ୍ଲାଟଫର୍ମରେ ବନ୍ଦୋ ଭାରତ ଏକ୍ସପ୍ରେସ ଟ୍ରେନ ଛିଡା ହୋଇଥିଲା । ଅବଦୁର କାଦିରଙ୍କ ପରିସ୍ରା ଲାଗିବାରୁ ସେ ଷ୍ଟେସନରେ ଥିବା ଶୌଚାଳୟକୁ ନଯାଇ ବନ୍ଦେ ଭାରତ ଟ୍ରେନକୁ ଦେଖିବା ବାହାନାରେ ସେଠାରେ ପରିସ୍ରା କରିବାକୁ ଚିନ୍ତା କଲେ ।

ଟ୍ରେନ ଭିତରକୁ ପ୍ରବେଶ କରିବା ପରେ ଶୌଚାଳୟକୁ ଯାଇ ପରିସ୍ରା ମଧ୍ୟ କରିଥିଲେ । କିନ୍ତୁ ଏହି ସମୟରେ ଟ୍ରେନ ଯାତ୍ରା ଆରମ୍ଭ କରିବାରୁ ଡୋର ଅଟୋମେଟିକ ବନ୍ଦ ହୋଇଯାଇଥିଲା । ଏହାପରେ ଯୁବକ ଜଣଙ୍କ ପରିସ୍ରା କରି ଆସିବା ପରେ ଯେତେ ଚେଷ୍ଟା କରିଥିଲେ ମଧ୍ୟ ଟ୍ରେନରୁ ବାହାରକୁ ଆସି ପାରିନଥିଲେ । ଟ୍ରେନ ଯାତ୍ରା ଆରମ୍ଭ କରିବା ସମୟରେ ମେନ ଡୋର ଆପେ ଆପେ ବନ୍ଦେ ହୋଇଯାଏ ବୋଲି ସେ ଜାଣିନଥିଲେ । ଏହି ସମୟରେ ସେ ଟିଟିଆଇ ଓ ସୁରକ୍ଷାକର୍ମୀଙ୍କ ସହାୟତା ଲୋଡିଥିଲେ । କିନ୍ତୁ ସାହାଯ୍ୟ କରିବା ବଦଳରେ ସେମାନେ ଯୁବକଙ୍କ 1020 ଟଙ୍କା ଫାଇନ କାଟିଥିଲେ ।

ଏହା ମଧ୍ୟ ପଢନ୍ତୁ-ବନ୍ଦେ ଭାରତ ଏକ୍ସପ୍ରେସରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପରିସ୍ରା କରିବାରୁ 6000 ଟଙ୍କାର କ୍ଷତି ସହିଲେ ଯୁବକ: ଅବଦୁର କାଦିର 1020 ଟଙ୍କା ଫାଇନ ଦେବା ପରେ ପୁଣି ଉଜ୍ଜୟିନୀରୁ 800 ଟଙ୍କା ଖର୍ଚ୍ଚ କରି ଭୋପାଳ ଫେରିଥିଲେ । କିନ୍ତୁ ସିଙ୍ଗ୍ରାଉଲି ଯିବାକୁ ଥିବା ଟ୍ରେନ ଯାତ୍ରା ଆରମ୍ଭ କରିଦେଇଥିଲା । ଏଥି ପାଇଁ ସେ 4000 ଟଙ୍କାରେ ଟିକେଟ କରିଥିଲେ । ମୋଟମୋଟି ଭାବେ 6000 ଟଙ୍କାର କ୍ଷତି ସହିଥିଲେ ମଧ୍ୟ ଯୁବକ ଜଣଙ୍କ ଘରେ ପହଞ୍ଚି ପାରିନଥିଲେ ।

ସେଲଫି ଉଠାଇବାରୁ ଜୋରିମାନା ଗଣିଲେ ମହିଳା: ଏହାପୂର୍ବରୁ ଭୋପାଳର ଜଣେ ମହିଳା ବନ୍ଦେ ଭାରତ ଟ୍ରେନ ଭିତରେ ସେଲଫି ନେବା ମହଙ୍ଗା ପଡିଥିଲା । ମହିଳା ଜଣକ ସେଲଫି ନେବା ପାଇଁ ପୁଅ ସହିତ ଟ୍ରେନ୍ ଭିତରେ ଚଢିଥିଲେ। ଏହାପରେ ସେଲଫି ଉଠାଇଥିଲେ । ଯେଉଁଥି ପାଇଁ ତାଙ୍କୁ ଫାଇନ ଦେବାକୁ ପଡିଥିଲା ।

Last Updated : Jul 21, 2023, 11:24 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.