ETV Bharat / bharat

Maharashtra Political Crisis: ଖୁବଶୀଘ୍ର ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ !

ସୁପ୍ରିମକୋର୍ଟ(Suprem Court) ଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Chief Minister Uddhav Thackeray)। ସର୍ବୋଚ୍ଚ ଅଦାଲତଙ୍କ ସର୍ବୋଚ୍ଚ ରାୟ ପରେ କୌଣସି ବଡ ନିଷ୍ପତ୍ତି ନେଇପାରନ୍ତି । ଯଦି କୋର୍ଟ ଫ୍ଲୋର ଟେଷ୍ଟ (Floor Test) ପାଇଁ ନିର୍ଦ୍ଦେଶ ଦେବେ ତେବେ ଉଦ୍ଧବ ବହୁମତ ସାବ୍ୟସ୍ତ କରିବା ବଦଳରେ ଇସ୍ତଫା ଦେବେ । ଅଧିକ ପଢନ୍ତୁ

ଉଦ୍ଧବ ଠାକରେ
ଉଦ୍ଧବ ଠାକରେ
author img

By

Published : Jun 29, 2022, 8:00 PM IST

ମୁମ୍ବାଇ: ସୁପ୍ରିମକୋର୍ଟ(Suprem Court)ଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ (Chief Minister Uddhav Thackeray)। ସର୍ବୋଚ୍ଚ ଅଦାଲତଙ୍କ ସର୍ବୋଚ୍ଚ ରାୟ ପରେ କୌଣସି ବଡ ନିଷ୍ପତ୍ତି ନେଇପାରନ୍ତି । ଯଦି କୋର୍ଟ ଫ୍ଲୋର ଟେଷ୍ଟ (Floor Test) ପାଇଁ ନିର୍ଦ୍ଦେଶ ଦେବେ ତେବେ ଉଦ୍ଧବ ବହୁମତ ସାବ୍ୟସ୍ତ କରିବା ବଦଳରେ ଇସ୍ତଫା ଦେବେ । ଯାହାର ସଂକେତ ମଧ୍ୟ ଆଜି କ୍ୟାବିନେଟ ବୈଠକରେ ଦେଇସାରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ।

ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ କିଛି ଗୁରୁ୍ତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ଦେଇ ଉଦ୍ଧବ, ନିଜ ସହଯୋଗୀ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ କହିଛନ୍ତି, ଯେତେବେଳେ ମୋ ନିଜ ଲୋକ ମୋତେ ଧକ୍କା ଦେଇଛନ୍ତି, ସେତେବେଳେ ଆପଣମାନେ ନିଜ ସମର୍ଥନ ସହଯୋଗ ଜାରି ରଖିଛନ୍ତି । ଏଥିପାଇଁ ଆପଣମାନଙ୍କୁ ଧନ୍ୟବାଦ । ଅଢେଇ ବର୍ଷ ଧରି ଆପଣମାନେ ସମର୍ଥନ ପରାମର୍ଶ ସହଯୋଗ ଦେଇ ଆସିଛନ୍ତି । ଏଥିପାଇଁ ପୁଣି ଥରେ ଧନ୍ୟବାଦ ବୋଲି ଉଦ୍ଧବ କହିଛନ୍ତି । ଏହାସହ ହାତ ଯୋଡି ସମସ୍ତଙ୍କୁ ନମସ୍କାର କରିଛନ୍ତି । ଏଥିରେ ଆକଳନ କରାଯାଉଛି ଖୁବଶୀଘ୍ର ଇସ୍ତଫା ଦେବାକୁ ଯାଉଛନ୍ତି ଉଦ୍ଧବ ।

ସୂତ୍ର ଅନୁସାରେ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି ଉଦ୍ଧବ । ଯାହା କ୍ୟାବିନେଟ ବୈଠକରେ ମଧ୍ୟ ସଂକେତ ଦେଇଛନ୍ତି । ଏଥିପାଇଁ ଆବଶ୍ଯକ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ରାଜଭବନ ଯିବା ପାଇଁ ମଧ୍ୟ ରୁଟ ପ୍ରସ୍ତୁତ ହୋଇସାରିଛି । କେବଳ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିଛନ୍ତି ।

ଯଦି ରାୟ ମହାବିକାଶ ଅଘାଡି(Maha Vikas Aghadi) ବିପକ୍ଷରେ ଆସେ, ତେବେ ଉଦ୍ଧବ ବହୁମତ ସାବ୍ୟସ୍ତ ପାଇଁ ବିଧାନସଭା ଅଧିବେଶନ ଡାକିବେ ନାହିଁ । ଏହା ପରିବର୍ତ୍ତେ ନିଜ ଇସ୍ତଫା ଦେଇଦେବେ । ଯଦି ରାୟ ସରକାରଙ୍କ ସପକ୍ଷରେ ଯାଏ, ତେବେ ଇସ୍ତଫା ନଦେଇ ଭବିଷ୍ୟତ ରଣନୀତି ପ୍ରସ୍ତୁତ କରିବେ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.