ETV Bharat / bharat

ତେଲେଙ୍ଗାନାରେ ରାହୁଲ ଗାନ୍ଧୀ: କାର୍ଯ୍ୟକ୍ରମ ପୂର୍ବରୁ ପଚାରିଲେ କ୍ୟା ବୋଲନା ହୈ - ରାହୁଲ ଗାନ୍ଧୀଙ୍କ ତେଲେଙ୍ଗାନା ଗସ୍ତ

ତେଲେଙ୍ଗାନାରେ ସଭାକୁ ସମ୍ବୋଧିତ କରିବା ପୂର୍ବରୁ ସ୍ଥାନୀୟ ନେତାଙ୍କୁ ରାହୁଲ ଗାନ୍ଧୀ(Rahul Gandhi) ପଚାରିଲେ ପ୍ରସଙ୍ଗ କଣ ଓ କଣ କହିବେ । ଭିଡିଓ ପୋଷ୍ଟ କରି ସମାଲୋଚନା କଲା ବିଜେପି । ଅଧିକ ପଢନ୍ତୁ

ତେଲେଙ୍ଗାନାରେ ରାହୁଲ ଗାନ୍ଧୀ: କାର୍ଯ୍ୟକ୍ରମ ପୂର୍ରରୁ ପଚାରିଲେ କ୍ୟା ବୋଲନା ହୈ

author img

By

Published : May 7, 2022, 3:49 PM IST

ହାଇଦ୍ରାବାଦ: ନେପାଳରେ ନାଇଟ କ୍ଲବରେ ସାମିଲ ହେବାକୁ ନେଇ ବିବାଦରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିବାଦ ଓ ଚର୍ଚ୍ଚାରୁ ବାହାରି ପାରୁନାହାନ୍ତି । ଆଜି ପୁଣି ଏକ ଭିନ୍ନ ଭିଡିଓ ନେଇ ରାହୁଲଙ୍କୁ ସମାଲୋଚନା କରିଛି BJP । ତେଲେଙ୍ଗାନା ଗସ୍ତରେ ଥିବା ରାହୁଲ ସେଠାରେ ଏକ କୃଷକ ରାଲିଙ୍କୁ(Telangana rally) ସମ୍ବୋଧିତ କରିବା ପୂର୍ବରୁ ପ୍ରସଙ୍ଗ କ’ଣ ସେ ସମ୍ବୋଧନରେ କଣ କହିବେ ବୋଲି ସ୍ଥାନୀୟ ନେତାଙ୍କୁ ପଚାରୁଥିବା ଏକ ଭିଡିଓ ଭାଇରାଲ ହେବା ପରେ ପୁଣି ସମାଲୋଚିତ ହେବାରେ ଲାଗିଛନ୍ତି ରାହୁଲ । ଏହି ଭିଡିଓଟି ସଭା ପୂର୍ବରୁ ରାହୁଲ ଓ ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ନେତାଙ୍କ ମଧ୍ୟରେ ଆଲୋଚନା ବୋଲି ଚର୍ଚ୍ଚା ହେଉଛି ।

  • Yesterday, Rahul Gandhi before his rally in Telangana, supposedly in solidarity with farmers, asks what is the theme, क्या बोलना है! 🤦‍♂️

    This is what happens when you do politics in between personal foreign trips and nightclubbing…

    Such exaggerated sense of entitlement. pic.twitter.com/NdRBDlGNK3

    — Amit Malviya (@amitmalviya) May 7, 2022 " class="align-text-top noRightClick twitterSection" data=" ">

ବିଜେପି IT ସେଲ୍‌ ପ୍ରଭାରୀ(In-charge of BJP's National IT Dept) ଅମିତ ମାଲଭିୟା ଏହି ଭିଡିଓ ଟ୍ବିଟ କରିଛନ୍ତି । ଯେଉଁଥିରେ କିଛି ତେଲେଙ୍ଗାନା ପ୍ରଦେଶ କଂଗ୍ରେସ ନେତାଙ୍କ ଗହଣରେ ରାହୁଲ ବସିଥିବାର ନଜର ଆସିଛନ୍ତି । ରାହୁଲ ଉକ୍ତ ନେତାଙ୍କୁ, ଆଜିର ମୁଖ୍ୟ ପ୍ରସଙ୍ଗ କଣ ଓ କଣ ନିର୍ଦ୍ଦିଷ୍ଟ ଭାବେ କହିବାକୁ ହେବ ବୋଲି ପଚାରୁଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି । ତେବେ ଏହି ଟ୍ବିଟ୍‌ରେ ଅମିତ ମାଲଭିୟା ରାହୁଲଙ୍କୁ ସମାଲୋଚନା କରି ଲେଖିଛନ୍ତି, ବ୍ୟକ୍ତିଗତ ବିଦେଶ ଗସ୍ତ ଓ ନାଇଟକ୍ଲବରେ ସାମିଲ ହବା ମଧ୍ୟରେ ରାଜନୀତି କଲେ ଏପରି ସ୍ଥିତି ସୃଷ୍ଟି ହୁଏ ।

ତେଲେଙ୍ଗାନାରେ ଆସନ୍ତା ବର୍ଷ (୨୦୨୩)ରେ ବିଧାନସଭା ନିର୍ବଚନ ହେବାକୁ ଯାଉଥିବା ବେଳେ ରାଜ୍ୟରେ ରାଜନୈତିକ ଉଷ୍ମତା ମଧ୍ୟ ଦେଖିବାକୁ ଲାଗିଲାଣି । ବିଭିନ୍ନ ଦଳ ବର୍ତ୍ତମାନ ଠାରୁ ମଧ୍ୟ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । କଂଗ୍ରେସ ମଧ୍ୟ ସେହିକ୍ରମରେ ଅଭିଯାନ ଆରମ୍ଭ କରିସାରିଛି । ଦୁଇ ଦିନିଆ ତେଲେଙ୍ଗାନା ଗସ୍ତରେ ଅଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ ଦଳ ମୁଖ୍ୟ ରାହୁଲ ଗାନ୍ଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.