ETV Bharat / bharat

'ଟିକା କିଣିବା ପାଇଁ କେନ୍ଦ୍ର ବିଶ୍ବସ୍ତରୀୟ ଟେଣ୍ଡର ଗଠନ କରିବା ଉଚିତ'

author img

By

Published : May 25, 2021, 12:47 PM IST

ଟିକା କିଣିବା ପାଇଁ କେନ୍ଦ୍ର ବିଶ୍ବସ୍ତରୀୟ ଟେଣ୍ଡର ଗଠନ କରିବା ପାଇଁ କେରଳ ସରକାର କେନ୍ଦ୍ରକୁ କହିଛନ୍ତି । ଅଧିକ ପଢନ୍ତୁ...

'ଟିକା କିଣିବା ପାଇଁ କେନ୍ଦ୍ର ବିଶ୍ବସ୍ତରୀୟ ଟେଣ୍ଡର ଗଠନ କରିବା ଉଚିତ'
'ଟିକା କିଣିବା ପାଇଁ କେନ୍ଦ୍ର ବିଶ୍ବସ୍ତରୀୟ ଟେଣ୍ଡର ଗଠନ କରିବା ଉଚିତ'

ଥିରୁଅନନ୍ତପୁରମ: କୋଭିଡ ଟିକା ନିର୍ମାତା ଟିକା ଯୋଗାଣ ସମ୍ପର୍କରେ କେବଳ କେନ୍ଦ୍ର ସରକାରଙ୍କ ସହ ମୁକାବିଲା କରିବେ ବୋଲି କହିବା ପରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । କେନ୍ଦ୍ର ସରକାର ମହାମାରୀ ପାଇଁ ଏକ ବିଶ୍ବସ୍ତରୀୟ ଟେଣ୍ଡର ଗଠନ କରନ୍ତୁ ଓ ଟିକା କ୍ରୟ କରି ସେଗୁଡିକୁ ସମସ୍ତ ରାଜ୍ୟକୁ ମାଗଣାରେ ଯୋଗାଇ ଦିଅନ୍ତୁ ବୋଲି ସେ କହିଛନ୍ତି।

ଚିଠିରେ ବିଜୟନ କହିଛନ୍ତି ଯେ ସର୍ବଭାରତୀୟ ଟୀକାକରଣ ଡ୍ରାଇଭ ହେଉଛି ଲୋକମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାର ଏକମାତ୍ର ଉପାୟ । ଗ୍ଲୋବାଲ ଟେଣ୍ଡରଙ୍କ ଦ୍ବାରା ବ୍ୟକ୍ତିଗତ ଭାବେ ରାଜ୍ୟ ସରକାର ଟିକା କିଣିଲେ ତେବେ ଟିକାର ମୂଲ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ପ୍ରତ୍ୟେକ ରାଜ୍ୟରେ କୋରୋନା ଟୀକାକରଣ କ୍ରୟ ପ୍ରସଙ୍ଗରେ କେନ୍ଦ୍ର ସରକାର ଗୁରୁତ୍ବାରୋପ କରି ଏକ ଗ୍ଲୋବାଲ ଟେଣ୍ଡର ଗଠନ କରନ୍ତୁ । ଏହାଦ୍ବାରା ଟିକାର ମୂଲ୍ୟ ହ୍ରାସ ପାଇବ ବୋଲି ସେ କହିଛନ୍ତି ।

ଏହାସହିର ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ମାଗଣାରେ ଟିକା ଦେବାର ବ୍ୟବସ୍ଥା କରନ୍ତୁ ବୋଲି ସେ କହିଛନ୍ତି । କେରଳରେ ଟିକା ଅଭାବରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ତେବେ ଟିକାର ତୁରନ୍ତ ବ୍ୟବସ୍ଥା କରାଯାଉ । ରାଜ୍ୟ ସର୍ବଭାରତୀୟ ଟୀକାକରଣ ପାଇଁ ଅଧିକ ସମୟ ଅପେକ୍ଷା କରିବ ନାହିଁ ବୋଲି ସେ କହିଛନ୍ତି ।

କେରଳରେ ଗତ 24 ଘଣ୍ଟାରେ 2 ଲକ୍ଷ 77 ହଜାର 973 ସକ୍ରିୟ ମାମଲା ରହିଥିବା ବେଳେ ମୋଟ 20 ଲକ୍ଷ 62 ହଜାର 635 ଜଣ ସୁସ୍ଥ ହୋଇଥିବା ବେଳେ ମୋଟ 7358 ଜଣ ମୃତ୍ୟୁବରଣ କରିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.