ETV Bharat / bharat

ଭଗବାନ ସବୁ ଦେଖୁଛନ୍ତି, ଦିଲ୍ଲୀରେ ବନ୍ୟା ହେବ ବୋଲି କେଜ୍ରିୱାଲ ଭାବିନଥିବେ: ହେମନ୍ତ ବିଶ୍ବଶର୍ମା - ଭଗବାନ ସବୁ ଦେଖୁଛନ୍ତି

ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଟି ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶାଣିତ ସ୍ବରରେ ଆକ୍ରମଣ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା । ଅଧିକ ପଢ଼ନ୍ତୁ

ଦିଲ୍ଲୀରେ ବନ୍ୟା ପରିସ୍ଥିତି
ଦିଲ୍ଲୀରେ ବନ୍ୟା ପରିସ୍ଥିତି
author img

By

Published : Jul 16, 2023, 7:02 AM IST

ଗୌହାଟୀ: ଯମୁନା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଦିଲ୍ଲୀରେ ବନ୍ୟା ପରିସ୍ଥିତି ସୃଷ୍ଚି ହୋଇଛି । ରାଜଧାନୀର ଅନେକ ସ୍ଥାନ ଜଳବନ୍ଦୀ ଅବସ୍ଥାରେ ରହିଛି । ସହରର ଭର୍ତ୍ତି ହୋଇଥିବା ବନ୍ୟା ପାଣି ଯୋଗୁଁ ଲୋକେ ସଂଘର୍ଷ କରୁଥିବା ବେଳେ ଏପଟେ ରାଜନୀତି ତେଜିବାରେ ଲାଗିଛି । ଦିଲ୍ଲୀର ବନ୍ୟା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଶାଣିତ ସ୍ବରରେ ଆକ୍ରମଣ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ।

ଏହା ମଧ୍ୟ ପଢ଼ନ୍ତୁ: ଆସାମ ଲୋକଙ୍କଠାରୁ ସଂସ୍କୃତି ଶିଖନ୍ତୁ ହେମନ୍ତ ବିଶ୍ବଶର୍ମା: ଅରବିନ୍ଦ କେଜ୍ରିୱାଲ

ଅନେକ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳେ । ପୁଣିଥରେ କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ହେମନ୍ତ ବିଶ୍ବଶର୍ମା । କେଜ୍ରିୱାଲଙ୍କ କାରରେ ବସି ଦିଲ୍ଲୀ ଯାତ୍ରା କରିବାକୁ ଦୀର୍ଘ ୬ ମାସ ଧରି ଅପେକ୍ଷା କରିଛି । କିନ୍ତୁ ତାଙ୍କ ଦ୍ବାରା ଏପର୍ଯ୍ୟନ୍ତ କୌଣସି ନିମନ୍ତ୍ରଣ ଆସିନଥିବା ସେ କହିଛନ୍ତି । ପୁରୁଣା ବିବାଦକୁ ମନେ ପକାଇ ହେମନ୍ତ ବିଶ୍ବଶର୍ମା କହିଛନ୍ତି ଯେ, "କେଜ୍ରିୱାଲ ମୋତେ କହିଥିଲେ ଯେ ସେ ମୋତେ ଦିଲ୍ଲୀ ଡାକିବେ । ଖାଇବାକୁ ଦେବେ ଏବଂ ନିଜ କାରରେ ଦିଲ୍ଲୀ ବୁଲାଇବେ । ମୁଁ ତାଙ୍କ ନିମନ୍ତ୍ରଣକୁ ଅପେକ୍ଷା କରିଛି । ଏହି ଭିତରେ ୬ ମାସ ବିତିଗଲାଣି । କେଜ୍ରିୱାଲଙ୍କ ନିମନ୍ତ୍ରଣ ଆସିଲା ନାହିଁ । ଯଦି ଆମନ୍ତ୍ରିତ ହୁଏ, ତାହାଲେ ତାଙ୍କ ଘରକୁ ଯିବି ।"

ସେ ଆହୁରି ମଧ୍ୟ କହିଛନ୍ତି, "ବର୍ତ୍ତମାନ ଦିଲ୍ଲୀ, ଚେନ୍ନାଇ, ବେଙ୍ଗାଲୁରୁ ଭଳି ବଡ଼ ସହରରେ ବନ୍ୟା ସ୍ଥିତି ଉପୁଜିଛି । ଗୌହାଟୀରେ ମଧ୍ୟ ସମାନ ଅବସ୍ଥା । ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ନିଜ ରାଜ୍ୟର କଥା ବୁଝିବା ଉଚିତ । ଆସାମକୁ ଆସି ହଙ୍ଗାମା କରିବା ଠିକ ନୁହେଁ ବୋଲି ମୁଁ ଭାବୁଛି । ଦିଲ୍ଲୀର ବନ୍ୟା ସ୍ଥିତି ସୁଧୁରିବା ଆବଶ୍ୟକ ରହିଛି ।" ଜଳବନ୍ଦୀ ସମସ୍ୟାରୁ ଲୋକଙ୍କୁ କିଭଳି ଉଦ୍ଧାର କରିବେ ସରକାର ସେଥିପ୍ରତି ପଦକ୍ଷେପ ନିଅନ୍ତୁ । ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ କୌଣସି ରାଜ୍ୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଥଟ୍ଟା କରିବା ଉଚିତ୍‌ ନୁହେଁ । କିଛି ଦିନ ପୂର୍ବରୁ କେଜ୍ରିୱାଲ ଆସାମ ଯାଇଥିଲେ ଏବଂ ସେ ଏହା କରିଥିଲେ । ହୁଏତ ସେ ଭାବି ନଥିବେ ଯେ, ଭଗବାନ ସମସ୍ତଙ୍କୁ ଦେଖୁଛନ୍ତି ।" ତେଣୁ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଉପହାସ କରିବା ପରିବର୍ତ୍ତେ ସହଯୋଗ କରିବା ଆବଶ୍ୟକ ବୋଲି ହେମନ୍ତ ବିଶ୍ବଶର୍ମା କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.