ବେଙ୍ଗାଲୁରୁ: ନାବାଳିକାଙ୍କୁ ମହଙ୍ଗା ପଡିଲା ଯୁବକଙ୍କ ପ୍ରେମ ନିବେଦନଙ୍କୁ ପ୍ରତ୍ୟାକ୍ଷାନ କରିବା । ଉତକ୍ଷିପ୍ତ ହୋଇ ନାବାଳିକାଙ୍କ ଉପରକୁ ଏସିଡ ମାରିଲେ ଯୁବକ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ପୀଡିତା। ଏଭଳି ଘଟଣା ଘଟିଛି କର୍ଣ୍ଣାଟକର ରାମନଗର ଜିଲ୍ଲାରେ। ଏନେଇ ଥାନାରେ ଅଭିଯୋଗ ପରେ ଯୁବକ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣଙ୍କ ହେଉଛି 22 ବର୍ଷିୟ ସୁମନ୍ତ।
ଅଭିଯୁକ୍ତ ଜଣଙ୍କ ଏକ କାର ସୋ ରୁମ ଗ୍ୟାରେଜରେ କାମ କରୁଥିଲା । ପୀଡିତା ନାବାଳିକା ଜଣଙ୍କ ସେହି ରାସ୍ତା ଦେଇ ପ୍ରତିଦିନ କଲେଜ ଯା ଆସ କରନ୍ତି। ନାବାଳିକାଙ୍କୁ ପ୍ରତିଦିନ ଦେଖିବା ପରେ ପ୍ରେମରେ ପଡିଯାଇଥିଲା ସୁମନ୍ତ। ଏହାପରେ ପ୍ରେମ ନିବେଦନ କରିବାକୁ ଭାବିଥିଲା। ଗତକାଲି ପୀଡିତା ଜଣଙ୍କ ଏକୁଟିଆ ଯାଉଥିବାର ସୁଯୋଗ ନେଇ ଅଭିଯୁକ୍ତ ଜଣଙ୍କ ତାଙ୍କୁ ରାସ୍ତାରେ ଅଟକାଇ ପ୍ରପୋଜ କରିଥିଲା। କିନ୍ତୁ ନାବାଳିକା ଜଣଙ୍କ ସୁମନ୍ତଙ୍କୁ ମନା କରିଦେଇ ସେଠାରୁ ପଳାଇଥିଲେ। ଏଥିରେ ବ୍ୟସ୍ତ ବିବ୍ରତ ହୋଇ ନାବାଳିକା ଜଣଙ୍କୁ ପୁଣି ଗତକାଲି ରାତିରେ ନାରାୟଣପଡା ହ୍ରଦ ନିକଟରେ ଅଟକାଇଥିଲା ଅଭିଯୁକ୍ତ। ଏଥିସହ ପ୍ରେମ ନିବେଦନ ଗ୍ରହଣ କରିବାକୁ ବାଧ୍ୟ କରିଥିଲା। କିନ୍ତୁ ନାବାଳିକା ଜଣଙ୍କ ବାରମ୍ଭାର ପ୍ରତ୍ୟାକ୍ଷାନ କରିବାରୁ ସୁମନ୍ତ ରାଗି ଯାଇ ପକେଟରେ ରଖିଥିବା ଏସିଡକୁ ପୀଡିତାଙ୍କ ଉପରକୁ ଫିଙ୍ଗି ଦେଇଥିଲା । ଏହାପରେ ଘଟଣାସ୍ଥଳରେ ସଙ୍ଗେ ସଙ୍ଗେ ଫେରାର ହୋଇଯାଇଥିଲା ।
ଏହା ମଧ୍ୟ ପଢନ୍ତୁ-Nikki Murder Case: 5 ଅଭିଯୁକ୍ତ ଗିରଫ, ହତ୍ୟାକାଣ୍ଡରେ ସାମିଲ ଥିଲେ ସାହିଲଙ୍କ ବାପା
ପୀଡିତା ଜଣଙ୍କ ମୁହଁରେ ଏସିଡ ପଡିଥିବାରୁ ଅବସ୍ଥା ଗୁରୁତର ହୋଇପଡିଥିଲା। ସ୍ଥାନୀୟ ଲୋକେ ନାବାଳିକା ଜଣଙ୍କୁ ଏକ ହସ୍ପିଚାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ପରେ ପୋଲିସକୁ ଖବର ଦେଇଥିଲେ। ନାବାଳିକାଙ୍କ ଆଖିରେ ଏସିଡ ପଡିଥିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବେଙ୍ଗାଲୁରୁକୁ ସ୍ତାନାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ବାସ୍ଥ୍ୟବସ୍ଥା ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
ତେବେ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ବହୁ ସ୍ଥାନରେ ଖୋଜା ଖୋଜି ପରେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲା ପୋଲିସ । ଅନ୍ୟପେଟ ଏସପି କାର୍ତ୍ତିକ ରେଡ୍ଡୀ ନାବାଳିକାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଅଭିଯୁକ୍ତ ବିରୋଧରେ ଥାନାରେ ଏକ ମାମଲା ରୁଜୁ କରାଯାଇ ଗିରଫ କରାଯାଇ ପଚାରାଉଚରା ଜାରି ରହିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ କରୁଛି । ଯୁବକ ଜଣଙ୍କ ଏସିଡ କେଉଁଠୁ ଆଣିଲା ସେନେଇ ପଚରାଉଚରା ଚାଲିଛି ।