ETV Bharat / bharat

ହିମାଚଳ ପ୍ରଦେଶରେ ପାରାଗ୍ଲାଇଡିଙ୍ଗ ନିଷେଧ

author img

By

Published : Mar 11, 2022, 1:37 PM IST

ପାରାଗ୍ଲାଇଡିଙ୍ଗ କରୁଥିବା ସମୟରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ । ସ୍ଥାନୀୟ ଜିଲ୍ଲା ପ୍ରଶାସନ ପାରାଗ୍ଲାଇଡିଙ୍ଗ ଉପରେ ପ୍ରତିବନ୍ଧକ ଲଗାଇଛି ଅଧିକ ପଢନ୍ତୁ

ହିମାଚଳ ପ୍ରଦେଶ କଙ୍ଗ୍ରା ଜିଲ୍ଲାରେ ପାରାଗ୍ଲାଇଡିଙ୍ଗ ନିଷେଧ

ସିମଲା: ହିମାଚଳ ପ୍ରଦେଶର ପାହାଡିଆ ଅଞ୍ଚଳରେ ପାରାଗ୍ଲାଇଡିଙ୍ଗ କରି ଭରପୁର ମଜା ନେଇଥାନ୍ତି ପର୍ଯ୍ୟଟକ । ତେବେ ପାରାଗ୍ଲାଇଡିଙ୍ଗରେ ଗୁରୁବାର ଦିନ ହିମାଚଳ ପ୍ରଦେଶ କାଙ୍ଗ୍ରା ଜିଲ୍ଲା ପ୍ରଶାସନ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛନ୍ତି । କାରଣ ଗତ ମାର୍ଚ୍ଚ ୮ରେ ବିର୍-ବିଲିଂରେ ପାରାଗ୍ଲାଇଡିଙ୍ଗ କରୁଥିବା ସମୟରେ ଦୁର୍ଘଟଣା ଘଟି ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।

କାଙ୍ଗ୍ରା ଡେପୁଟି କମିଶନର ଡା. ନିପୁନ୍ ଜିନ୍ଦଲ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ପାରାଗ୍ଲାଇଡିଙ୍ଗ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ଏକ ସରକାରୀ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି । ସୂଚନାନୁସାରେ ଗତ ମାର୍ଚ୍ଚ ୯ ରେ, ବିର୍ ବିଲିଂରେ ପାରାଗ୍ଲାଇଡିଙ୍ଗ କରୁଥିବା ବେଳେ ଖସିପଡି ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ ।

ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ସେହିପରି ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.