ETV Bharat / bharat

ଇସ୍ତଫା ଦେବେ Amazon CEO ଜେଫ ବେଜୋସ, ଜାଣନ୍ତୁ ଆଗାମୀ ପ୍ଲାନ... - ଆମାଜନ ସିଇଓ

5 ଜୁଲାଇ ସୋମବାର ଠାରୁ ଆମାଜନର ସିଇଓ ପଦରେ ରହିବେନି ଜେଫ ବେଜୋସ। ଆଗକୁ ରହିଛି ଜବରଦସ୍ତ ପ୍ଲାନ । ଅଧିକ ପଢନ୍ତୁ...

ଇସ୍ତଫା ଦେବେ Amazon CEO ଜେଫ ବେଜୋସ, ଜାଣନ୍ତୁ ଆଗାମୀ ପ୍ଲାନ...

author img

By

Published : Jul 4, 2021, 8:52 PM IST

ନୂଆଦିଲ୍ଲୀ: ଅନଲାଇନ ବୁକଷ୍ଟୋରରୁ ଆମାଜନ ପ୍ରତିଷ୍ଠା କରି ଏହାକୁ ସପିଙ୍ଗ ଦୁନିଆରେ ମହାରଥୀ କରାଇଥିବା ଜେଫ ବେଜୋସ କମ୍ପାନୀର ସିଇଓ ପଦରୁ ଦେବାକୁ ଯାଉଛନ୍ତି ଇସ୍ତଫା । 5 ଜୁଲାଇ ସୋମବାର ଠାରୁ ଆମାଜନର ସିଇଓ ପଦରେ ରହିବେନି ଜେଫ ବେଜୋସ।

ବେଜୋସଙ୍କ ସ୍ଥାନରେ କମ୍ପାନୀର ସିଇଓ ପଦ ସମ୍ଭାଳିବେ ଆମାଜନ କ୍ଲାଉଡ କମ୍ପ୍ୟୁଟିଙ୍ଗ ବିଜେନସର ପରିଚାଳକ ଏଣ୍ଡି ଜେସି ।

ପାଖାପାଖି 30 ବର୍ଷ ପର୍ଯ୍ୟନ୍ତ ସିଇଓ ପଦରେ ରହିବା ପରେ ବେଜୋସ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷର ନୂଆ ଭୂମିକା ଅର୍ଜନ କରିବେ । ଅନ୍ୟ କାର୍ଯ୍ୟରେ ଅଧିକ ସମୟ ଦେବା ତଥା ନିଜ କମ୍ପାନୀ ବ୍ଲୁ ଅରିଜିନ ଉପରେ ଧ୍ୟାନ ଦେବା ପାଇଁ ଆମାଜନ ସିଇଓ ପଦ ଛାଡୁଥିବା ଫେବୃଆରୀରେ କହିଥିଲେ ବେଜୋସ ।

ନିଜର ନୂଆ ସେକ୍ଟର ଉପରେ ଫୋକସ ଦେବେ ବେଜୋସ । ଏବେ ସେ ସ୍ପେସ ଫ୍ଲାଇଟ ମିଶନ ଉପରେ କାର୍ଯ୍ୟ କରୁଛନ୍ତି । ଏହି ମାସରେ ପରିଚାଳିତ ହେବାକୁ ଥିବା ତାଙ୍କ କମ୍ପାନୀ 'ବ୍ଲୁ ଅରିଜିନ'ର ପ୍ରଥମ ସ୍ପେସ୍ ଫ୍ଲାଇଟରେ ଚଢିବେ ବେଜୋସ ।

ନିକଟରେ ଇନଷ୍ଟାଗ୍ରାମରେ ବେଜୋସ କହିଥିଲେ ଯେ ସେ, ତାଙ୍କ ଭାଇ ବ୍ଲୁ ଅରିଜିନର ନ୍ୟୁ ଶେଫାର୍ଡ ମହାକାଶଯାନରେ ଯିବେ, ଯାହା ଜୁଲାଇ 20ରେ ଉଡଣ ଭରିବ । ଏହା ଟେକ୍ସାସରୁ ମହାକାଶକୁ ଏକ ସଂକ୍ଷିପ୍ତ ଯାତ୍ରା ହେବ |

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.