ETV Bharat / bharat

ଭାରତର ଭୁଲ ମାନଚିତ୍ର ସେୟାର କଲା WhatsApp, ତ୍ରୁଟି ସୁଧାରିବାକୁ IT ମନ୍ତ୍ରୀଙ୍କ ଚେତାବନୀ - ଭାରତର ଭୁଲ ମାନଚିତ୍ର ସେୟାର କଲା ହ୍ବାଟ୍ସଆପ

ଟ୍ବିଟରରେ ଭାରତର ଭୁଲ ମାନଚିତ୍ର ସେୟାର କରିବାରୁ ହ୍ବାଟ୍ସଆପ କମ୍ପାନୀକୁ ଚେତାବନୀ ଦେଲେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଅଧିକ ପଢନ୍ତୁ

WhatsApp
WhatsApp
author img

By

Published : Jan 1, 2023, 9:39 AM IST

ନୂଆଦିଲ୍ଲୀ: ନୂଆବର୍ଷ ବାର୍ତ୍ତାରେ ଭାରତର ଭୁଲ ମାନଚିତ୍ର ଟ୍ବିଟ କଲା ହ୍ବାଟ୍ସଆପ । ତ୍ରୁଟି ସୁଧାରିବାକୁ ହ୍ବାଟ୍ସଆପ କମ୍ପାନୀକୁ ଚେତାବନୀ ଦେଲା ଆଇଟି ମନ୍ତ୍ରଣାଳୟ (IT minister pulls up WhatsApp over sharing incorrect map of India)। କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର(Rajeev Chandrasekhar) ଏନେଇ ହ୍ରାଟ୍ସଆପକୁ ଚେତାବନୀ ଦେବା ପରେ ତ୍ରୁଟି ସୁଧାରିଛି ଏହି ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ । ଏଭଳି ତ୍ରୁଟି ଦେଖିଥିବାରୁ ରାଜୀବ ଚନ୍ଦ୍ରଶେଖରଙ୍କୁ ଧନ୍ୟବାଦ ଜଣାଇଛି ହ୍ବାଟ୍ସଆପ ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସଂଧ୍ୟା ସମୟରେ ନୂଆ ବର୍ଷକୁ ନେଇ ଏକ ଭିଡିଓ ପୋଷ୍ଟ କରିଥିଲା ହ୍ବାଟ୍ସଆପ । ଯେଉଁଥିରେ ଜମ୍ମୁ କାଶ୍ମୀରକୁ ନେଇ ଭାରତ ମାନଚିତ୍ରରେ ତ୍ରୁଟି ପରିଲକ୍ଷିତ ହୋଇଥିଲା । ଏହାକୁ ଦେଖିବା ପରେ କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହାକୁ ତୁରନ୍ତ ହଟାଇବାକୁ ହ୍ବାଟ୍ସଆପକୁ ଚେତାବନୀ ଦେଇଥିଲେ । ଏନେଇ ସେ ଟ୍ବୁିଟ କରି କହିଥିଲେ ଯେ, ପ୍ରିୟ ହ୍ବାଟ୍ସଆପ, ଆପଣ ଭାରତର ମାନଚିତ୍ରକୁ ଭୁଲ ଦର୍ଶାଇଛନ୍ତି, ଏହାକୁ ଯଥାଶିଘ୍ର ଠିକ କରନ୍ତୁ । ଯେଉଁ ମାନେ ଭାରତରେ ସେମାନଙ୍କ କାରବାର ଜାରି ରଖିବାକୁ ଚାହୁଁଛନ୍ତି ସେମାନେ ଭାରତର ସଠିକ ମାନଚିତ୍ର ଦେଖାଇବାକୁ ବାଧ୍ୟ ।

ଏହା ମଧ୍ୟ ପଢନ୍ତୁ-ନୂଆବର୍ଷରେ ଭୂକମ୍ପରେ ଥରିଲା ଜାତୀୟ ରାଜଧାନୀ

ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କ ଏହି ଚେତାବନୀ ପରେ ହ୍ବାଟ୍ସଆପ ଭୁଲ ମାନଚିତ୍ର ହଠାଇ ଦେବା ନେଇ ଟ୍ବିଟ କରି ସୂଚନା ଦେଇଥିଲେ । ଆମର ଏପରି ତ୍ରୁଟିକୁ ସୁଧାରିବାକୁ କହିଥିବାରୁ ଧନ୍ୟବାଦ । ଏଥି ପାଇଁ ଆମେ କ୍ଷମା ପ୍ରାର୍ଥନା କରୁଛୁ । ଭବିଷ୍ୟତରେ ଆଉ ଏପରି ଭୁଲ ହେବ ନାହିଁ ବୋଲି ଟ୍ବିଟ କରି କହିଥିଲା ହ୍ବାଟ୍ସଆପ କମ୍ପାନୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.