ETV Bharat / bharat

International Labour Day: ଆଜି ବି ହକ୍ ପାଇଁ ଲଢୁଛି ଶ୍ରମିକ

ତାତିକୁ ତାର ଖାତିର ନଥାଏ । ଶୀତ ହେଉ କି ବାଦଲ ଫଟା ବର୍ଷା ସବୁକୁ ସହିଯାଏ ସେ । କାରଣ ସେ ଖଟି ଦୁଇ ପଇସା ଆଣିଲେ ତାର ଚୁଲି ଜଳିବ । ଦୁର୍ଦ୍ଦଶାର କଳା ଵାଦଲରେ ମଉଳି ଯାଇଥାଏ ତାର ମୁହଁ । ପାଦରେ ଚପଲ ଥାଉ କି ନଥାଉ କିଛି ଫରକ ପଡେନାହିଁ । ଏକ ଦୁର୍ବଳ ଶରୀର ଆଉ ଭୋକରେ ଛଟପଟ ହେଉଥିବା ମଣିଷର ନାଁ ହେଉଛି ଶ୍ରମିକ । କାନ୍ଧରେ ଝୁଲୁଥିବା ଝାଳରେ ଜୁଡୁବୁଡୁ ଗାମୁଛା ଆଉ ଦେହରେ ଥିବା ପୁରୁଣା ପୋଷାକରୁ ବାରି ହୋଇପଡେ ତାର ଅବସ୍ଥା । ଏମିତି ଏକ ମେହେନତି ମଣିଷକୁ ଶ୍ରମିକର ଆଖ୍ୟା ଦିଆଯାଇଛି । ଅଧିକ ପଢନ୍ତୁ

author img

By

Published : May 1, 2022, 9:33 AM IST

Updated : May 1, 2022, 10:06 AM IST

International Labour Day 2022
International Labour Day 2022

ହାଇଦ୍ରାବାଦ: ତାତିକୁ ତାର ଖାତିର ନଥାଏ । ଶୀତ ହେଉ କି ବାଦଲ ଫଟା ବର୍ଷା ସବୁକୁ ସହିଯାଏ ସେ । କାରଣ ସେ ଖଟି ଦୁଇ ପଇସା ଆଣିଲେ ତାର ଚୁଲି ଜଳିବ । ଦୁର୍ଦ୍ଦଶାର କଳା ଵାଦଲରେ ମଉଳି ଯାଇଥାଏ ତାର ମୁହଁ । ପାଦରେ ଚପଲ ଥାଉ କି ନଥାଉ କିଛି ଫରକ ପଡେନାହିଁ । ଏକ ଦୁର୍ବଳ ଶରୀର ଆଉ ଭୋକରେ ଛଟପଟ ହେଉଥିବା ମଣିଷର ନାଁ ହେଉଛି ଶ୍ରମିକ । କାନ୍ଧରେ ଝୁଲୁଥିବା ଝାଳରେ ଜୁଡୁବୁଡୁ ଗାମୁଛା ଆଉ ଦେହରେ ଥିବା ପୁରୁଣା ପୋଷାକରୁ ବାରି ହୋଇପଡେ ତାର ଅବସ୍ଥା । ଏମିତି ଏକ ମେହେନତି ମଣିଷକୁ ଶ୍ରମିକର ଆଖ୍ୟା ଦିଆଯାଇଛି । ଆଜି କୁଆଡେ ଏହି ଶ୍ରମିକଙ୍କ ପାଇଁ ଦିନଟିଏ । ଆଜି ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳୁଛି ଦେଶ । ଆଜିର ଦିନଟି ସେଇ ଶ୍ରମିକମାନଙ୍କ ପାଇଁ ଉଦ୍ଦିଷ୍ଟ ଯେଉଁମାନେ ନିଜର ହକ ମାଗି ଶିଳ୍ପପତିଙ୍କ ଆକ୍ରୋଶର ଶିକାର ହୋଇ ଜୀବନ ହାରିଥିଲେ । ପ୍ରତିବର୍ଷ ମଇ 1 ତାରିଖକୁ ଅନ୍ତର୍ଜାତୀୟ ଶ୍ରମିକ ଦିବସ ଭାବରେ ପାଳନ କରାଯାଏ ।

ହିନ୍ଦୁସ୍ଥାନ ଲେବର କିଷାନ ପାର୍ଟି ପ୍ରଥମ ଥର ଏହି ଦିବସ ପାଳନ କରିଥିଲା । ପରେ ଭାରତରେ 1923ରେ ଏହି ଦିବସ ପାଳନ ହୋଇଥିଲା । ଶ୍ରମିକ ଦିବସ ଦିନ ସରକାର ସମସ୍ତଙ୍କୁ ଜାତୀୟ ଛୁଟି ପ୍ରଦାନ ପାଇଁ ଏକ ପ୍ରସ୍ତାବ ପାରିତ ହେଲା । ତା ପରଠୁ ପ୍ରତିବର୍ଷ ଶ୍ରମିକ ଦିବସ ପାଳିତ ହେଉଛି । 1923 ମସିହାରେ ମାଡ୍ରାସରେ ପ୍ରଥମ ଥର ଶ୍ରମିକ ଦିବସ ପାଳନ କରାଯାଇଥିଲା । ଶ୍ରମିକ ଦିବସରେ ଛୁଟି ଘୋଷଣା ହେଲା । ହେଲେ ପ୍ରକୃତ ଶ୍ରମିକ ପାଦ କେବେ ଅଟକେ ନାହିଁ । କାହିଁକି ନା ଗୋଟିଏ ଦିନ କାମ ବନ୍ଦ ହେଲେ ତା ଘରେ ପାଞ୍ଚପ୍ରାଣୀ ଉପାସ ରହିଯିବେ । ସେ ଥକି ଯାଏନି ବାହାରି ପଡେ କାମରେ ।

ଶ୍ରମ ନୀତିରେ ପରିବର୍ତ୍ତନ କରି ଶ୍ରମିକମାନଙ୍କୁ ଉତ୍ସାହିତ କରିବା ଉଚିତ । ମୁଖ୍ୟତଃ ଅଣସଙ୍ଗଠିତ ଶ୍ରମିକଙ୍କ କଲ୍ୟାଣ ଉପରେ ଗୁରୁତ୍ବ ଦେବା ଦରକାର । ଶ୍ରମିକଙ୍କ ସୁରକ୍ଷା ହିଁ ଆଗାମୀ ଦିନରେ ଭାରତକୁ ସ୍ବାବଲମ୍ବୀ ହେବାର ନୂତନ ଦିଗନ୍ତ ସୃଷ୍ଟି କରିବ । ଅର୍ଥନୀତିରେ ମଧ୍ୟ ସୁଧାର ଆସିବ । ଏହାକୁ ହୃଦୟଙ୍ଗମ କରି ଶ୍ରମିକଙ୍କ ସମସ୍ୟା ସମାଧାନ କରିପାରିଲେ ଏହି ଦିନର ପ୍ରକୃତ ଉଦ୍ଦେଶ୍ୟ ପୂରଣ ହୋଇପାରିବ ।

ସମାଜର ପ୍ରତି କର୍ମଚାରୀଙ୍କ ଅବଦାନ ଓ ସମର୍ପଣ ଭାବକୁ ଏହି ଦିବସ ସମ୍ମାନ ପ୍ରଦାନ କରେ । କେବେ ସେ ମୁଣ୍ଡଫଟା ଖରାରେ ଖଟୁଥିବା ଲୋକ କଥା କେହି କେବେ ଭାବିଛି । ରାତି ପାହିଲେ ତା ଦିନ କେମିଟି କଟୁଥିବ ସେ ହିଁ ଜାଣିଥିବେ । ସହର ବଦଳୁଛି, ମଲରୁ ମଲ୍ଟିପ୍ଲେକ୍ସ, କମ୍ପାନୀ ରୁ କାରଖାନା, ଫ୍ଲାଏ ଓଭର ଵ୍ରିଜରୁ ଜାତୀୟ ରାଜପଥ ସବୁଥିରେ ବାସ୍ତବ ଶ୍ରେୟ ଥାଏ ଶ୍ରମିକର । ହେଲେ ବାଃ ବାଃ ନିଅନ୍ତି ରାଜନେତାଙ୍କ ଠୁ ଆରମ୍ଭ କରି ଇଞ୍ଜିନିୟର, ଠିକାଦାର ଓ ଧନୀ ଶ୍ରେଣୀର ବ୍ୟକ୍ତି ଵା ସମ୍ଭ୍ରାନ୍ତ ଶ୍ରେଣୀ । ସମସ୍ତେ ଭୁଲି ଯାଆନ୍ତି ପ୍ରକୃତ ବାହାଦୂରୀ ଶିଳ୍ପୀଙ୍କୁ । ଯେଉଁମାନେ ଦିନ ରାତିକୁ ଏକ କରି ରକ୍ତକୁ ପାଣି କରି ଏସବୁ ଗଢିବାରେ ନିଜ ଜୀବନକୁ ବାଜି ଲଗାଇଥାନ୍ତି । ଶିଳ୍ପୀ ଓ ଶ୍ରମିକଙ୍କ ଜୀବନ ଆଜି ଦୁର୍ବିସହ । ସେ ସର୍ବଦା ହତାଶ, ଅବହେଳିତ ତାଙ୍କ ପାଇଁ କାହା ପାଖରେ ସମୟ ନାହିଁ । ଆଜିର ଦିନରେ ଶ୍ରମିକକୁ ତାର ହକ ମିଳିଲେ ହିଁ ତା ପାଇଁ ଏହା ପ୍ରକୃତ ସମ୍ମାନ ହେବ । ବାସ୍ତବରେ ଏ ଦିନଟିର ଯଥାର୍ଥତା ହୋଇପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 1, 2022, 10:06 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.