ETV Bharat / bharat

ଦିନକ ପରେ ସ୍ବାଧୀନତା ଦିବସ, ଲାଲକିଲ୍ଲାରେ ଫୁଲ ଡ୍ରେସ ରିହର୍ସଲ

author img

By

Published : Aug 13, 2023, 3:32 PM IST

ସାରା ଦେଶ ପାଳିବାକୁ ଯାଉଛି ୭୭ତମ ସ୍ବାଧୀନତା ଦିବସ । ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ବିଭିନ୍ନ ସଶସ୍ତ୍ର ବାହିନୀର ଫୁଲ୍‌ ଡ୍ରେସ୍‌ ରିହର୍ସଲ । ଅଧିକ ପଢନ୍ତୁ

77th independence day
77th independence day

ନୂଆଦିଲ୍ଲୀ: ଆଉ ଦିନକ ପରେ ସାରା ଦେଶ ପାଳିବାକୁ ଯାଉଛି ୭୭ତମ ସ୍ବାଧୀନତା ଦିବସ । ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ସହ ଲାଲକିଲ୍ଲାରେ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ଶେଷ ହୋଇଛି । ସେହିପରି ଲାଲକିଲ୍ଲାରେ ସ୍ୱାଧୀନତା ଦିବସ ପୂର୍ବରୁ ବିଭିନ୍ନ ସଶସ୍ତ୍ର ବାହିନୀର ଫୁଲ ଡ୍ରେସ ରିହର୍ସଲ ଜାରି ରହିଛି ।

ସେହିପରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ମନ କି ବାତ କାର୍ଯ୍ୟକ୍ରମରେ 'ମେରୀ ମାଟି ମେରା ଦେଶ' ଅଭିଯାନ ଘୋଷଣା କରିଛନ୍ତି । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାହସୀ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିବା । ଶହୀଦମାନଙ୍କ ସ୍ମୃତିରେ ସାରା ଦେଶରେ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହେବା ନେଇ 'ମନ୍‌ କି ବାତ୍‌' କାର୍ଯ୍ୟକ୍ରମରେ କହିଥିଲେ । ସେହିପରି ଆଜିଠାରୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ପ୍ରତିଟି ଭାରତୀୟଙ୍କ ହର୍‌ ଘର୍‌ ତ୍ରିରଙ୍ଗା ଅଭିଯାନରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଆହ୍ବାନ୍‌ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଜାତୀୟ ପତାକା ସ୍ୱାଧୀନତା ଏବଂ ରାଷ୍ଟ୍ରୀୟ ଏକତାର ପ୍ରତୀକ । ହର୍‌ ଘର ତ୍ରିରଙ୍ଗା ଅଭିଯାନ ଅବସରରେ ଆସନ୍ତୁ ସମସ୍ତେ ନିଜ ପ୍ରୋଫାଇଲ ଫଟୋକୁ ପରିବର୍ତ୍ତନ କରିବା । ଏହି ଅଭିଯାନକୁ ସମର୍ଥନ କରିବା, ଯାହା ଆମ ଦେଶ ଓ ଆମ ମଧ୍ୟରେ ଥିବା ସମ୍ପର୍କକୁ ଆହୁରି ସୁଦୃଢ଼ କରିବ । ଆଜି ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହୋଇ ଘରେଘରେ ତ୍ରିରଙ୍ଗା ଉଡ଼ାଇବା ସହିତ ସେଲ୍‌ଫି ଉଠାଇ ହର ଘର ତ୍ରିରଙ୍ଗା ସାଇଡରେ ଅପଲୋଡ୍ କରିବାକୁ ଶୁକ୍ରବାର ଟ୍ବିଟ୍‌ କରିଥିଲେ ମୋଦି ।

ଏହା ମଧ୍ୟ ପଢନ୍ତୁ- Har Ghar Tiranga Campaign: ଆଜିଠୁ ଘରେ ଘରେ ଉଡିବ ତ୍ରିରଙ୍ଗା, ଡିପି ପରିବର୍ତ୍ତନ କରିବାକୁ ମୋଦିଙ୍କ ଆହ୍ବାନ

ଟ୍ବିଟ୍‌ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ହର ଘର ତିରଙ୍ଗା ଅଭିଯାନ ଆଜାଦୀ କା ଅମୃତ ମହୋତ୍ସବରେ ଏକ ନୂତନ ଶକ୍ତି ଦେଇଛି । ଚଳିତ ବର୍ଷ ଦେଶବାସୀଙ୍କୁ ଏହି ଅଭିଯାନ ଏକ ନୂତନ ଶିଖରରେ ପହଞ୍ଚାଇବ । ତେଣୁ 13ରୁ 15 ଅଗଷ୍ଟ ମଧ୍ୟରେ ଦେଶର ଗର୍ବର ପ୍ରତୀକ ଜାତୀୟ ପତାକାକୁ ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । https://harghartiranga.com ଓ୍ବେବସାଇଟରେ ତ୍ରିରଙ୍ଗା ସହ ଫଟୋ ଉଠାଇ ଅପଲୋଡ୍‌ ମଧ୍ୟ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ଉତ୍ସବରେ ଭାରତର ବିଭିନ୍ନ ସ୍ଥାନରୁ ପ୍ରାୟ 1800 ଅତିଥି ଯୋଗ ଦେବେ ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.