ETV Bharat / bharat

ଭାରତୀୟ ବଂଶଧର ଅଜୟ ବାଙ୍ଗା ହେବେ ବିଶ୍ବବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ - ଭାରତୀୟ ବଂଶଧର ଅଜୟ ବାଙ୍ଗା

ଭାରତୀୟ ବଂଶଧର ଅଜୟ ବାଙ୍ଗା ବିଶ୍ବବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ । ମାଷ୍ଟର କାର୍ଡର ସିଇଓ ଭାବେ ମଧ୍ୟ ଦାୟିତ୍ବରେ ଥିଲେ । ଜୁନ 2ରେ ଆଗାମୀ 5 ବର୍ଷ ପାଇଁ ସମ୍ଭାଳିବେ ଦାୟିତ୍ବ । ଅଧିକ ପଢନ୍ତୁ

ଭାରତୀୟ ବଂଶଧର ଅଜୟ ବାଙ୍ଗା ହେବେ ବିଶ୍ବବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ

author img

By

Published : May 3, 2023, 11:01 PM IST

ହାଇଦ୍ରାବାଦ: ଭାରତୀୟ ବଂଶୋଦ୍ଭବ ଅଜୟ ବାଙ୍ଗା ବିଶ୍ବବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେବେ । ଆଜି (ବୁଧବାର) ବୋର୍ଡ ବୈଠକରେ ତାଙ୍କୁ ପରବର୍ତ୍ତୀ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଆଜି 25 ସଦସ୍ୟ ବିଶିଷ୍ଟ ବିଶ୍ବବ୍ୟାଙ୍କ ବୋର୍ଡ ବୈଠକରେ ମତଦାନ ଜରିଆରେ ତାଙ୍କୁ ଚୟନ କରାଯିବା ପରେ ବୋର୍ଡ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇଛି । ଦାୟିତ୍ବ ଗ୍ରହଣ କରିବାରୁ ଆସନ୍ତା 5 ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ । ସେ ଆସନ୍ତା ମାସ 2 ତାରିଖରୁ ସେ ବର୍ତ୍ତମାନର ଅଧ୍ୟକ୍ଷ ଡେଭିଡ ମାଲପାସଙ୍କଠାରୁ ଏହି ଦାୟିତ୍ବ ଗ୍ରହଣ କରିବେ । ବାଙ୍ଗା ପୂର୍ବରୁ ମାଷ୍ଟରକାର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି । 2010ରୁ 2021 ପର୍ଯ୍ୟନ୍ତ ସେ ମାଷ୍ଟରକାର୍ଡର ସିଇଓ ଭାବେ ଦାୟିତ୍ବରେ ଥିଲେ ।

ପ୍ରାୟ ଏକ ବର୍ଷ ପୂର୍ବରୁ ଡେଭିଡ ତାଙ୍କ ଇସ୍ତଫା ନେଇ ସୂଚନା ଦେଇଥିଲା । ବାଙ୍ଗାଙ୍କ ପାର୍ଥୀତ୍ବକୁ ଭାରତ ପକ୍ଷରୁ ସମର୍ଥନ କରାଯାଇଛି । ସେହିପରି ଆମରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପକ୍ଷରୁ ମଧ୍ୟ ମାଷ୍ଟରକାର୍ଡ-ଇଙ୍କ୍‌ର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହନୀ ଅଧିକାରୀ ବାଙ୍ଗାଙ୍କୁ ଅଧ୍ୟକ୍ଷ ପଦ ପାଇଁ ସମର୍ଥନ ମିଳିଥିଲା ।

ପୁଣେରେ ଜନ୍ମ, ଶିମଲାରେ ପ୍ରାଥମିକ ଶିକ୍ଷା:-

ବିଶ୍ବବ୍ୟାଙ୍କର ଅଧ୍ୟକ୍ଷ ଭାର ଗ୍ରହଣ କରିବାକୁ ଯାଉଥିବା ବାଙ୍ଗାଙ୍କ ଜନ୍ମ 1959 ମସିହା ନଭେମ୍ବର 10 ତାରିଖରେ ମହାରାଷ୍ଟ୍ର ପୁଣେରେ ହୋଇଥିଲା । ସେ 70 ଦଶକରେ ଶିମଲାର ସେଣ୍ଟ୍‌ ଏଡୱାର୍ଡ ସ୍କୁଲରୁ ପ୍ରାଥମିକ ଶିକ୍ଷା ଶେଷ କରିଥିଲେ । ତାଙ୍କ ପିତା ଭାରତୀୟ ସେନାରେ ଅଧିକାରୀ ଥିଲେ । ସେ ସେତେବେଳେ କିଛି ସମୟ ପାଇଁ ଶିମଲାରେ ପୋଷ୍ଟିଂ ହୋଇଥିବା କାରଣରୁ ବାଙ୍ଗା ଶିମଲାରେ ହିଁ ତାଙ୍କର ପ୍ରାଥମିକ ଶିକ୍ଷା ଶେଷ କରିଥିଲେ । ପରେ ସେ ଦିଲ୍ଲୀ ଓ ଆଇଆଇଏମ ଅହମ୍ମଦାବାଦରୁ ଉଚ୍ଚଶିକ୍ଷା ପରେ ଆମେରିକା ଯାଇଥିଲେ ।

ତେବେ 63 ବର୍ଷୀୟ ବାଙ୍ଗା ବିଶ୍ବବ୍ୟାଙ୍କର ପରବର୍ତ୍ତୀ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଭରିବା ପରେ ତାଙ୍କୁ ବିଭିନ୍ନ ଦେଶରୁ ସମର୍ଥନ ମିଳିଥିଲା । କିଛି ବିଶିଷ୍ଟ ଶିକ୍ଷାବିତ, ବାରିଷ୍ଟର ଓ ନୋବେଲ ବିଜେତା ମଧ୍ୟ ତାଙ୍କ ନାମାଙ୍କନକୁ ସମର୍ଥନ କରିଥିଲେ । ପରେ ସେ ବିଶ୍ବବ୍ୟାଙ୍କର ପରବର୍ତ୍ତୀ ମୁଖ୍ୟ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ବେଳେ ଆଜି ବୋର୍ଡ ମିଟିଂରେ ବିଧିବଦ୍ଧ ଭାବେ ତାଙ୍କ ନାମରେ ମୋହର ବାଜିଛି । ପୁଣି ଜଣେ ଭାରତୀୟ ବଂଶଧର ବିଶ୍ବସ୍ତରରେ ଅର୍ଥନୀତି ସମ୍ଭାଳିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.