ETV Bharat / bharat

ଋଷ-ଭାରତ ମଧ୍ୟରେ ୪ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ - ଋଷ ଓ ଭାରତ ସାମରିକ ଚୁକ୍ତି

ଋଷ ଓ ଭାରତ ମଧ୍ୟରେ ୪ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ । ଋଷକୁ ଭାରତର ଦୀର୍ଘଦିନର ସହଯୋଗୀ ବୋଲି ପ୍ରଶଂସା କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ

ଋଷ ଓ ଭାରତ ମଧ୍ୟରେ ୪ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ

author img

By

Published : Dec 7, 2021, 7:04 AM IST

ନୂଆଦିଲ୍ଲୀ: ଋଷ ଓ ଭାରତ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛି । ଆଜି ୪ଟି ପ୍ରମୁଖ ଚୁକ୍ତି ସ୍ବାକ୍ଷରିତ ହୋଇଥିବାବେଳେ AK-203 ଆସଲ୍ଟ ରାଇଫଲ ଭାରତରେ ନିର୍ମାଣ ହେବା ପ୍ରମୁଖ ପ୍ରସଙ୍ଗ ରହିଥିଲା । ଉତ୍ତରପ୍ରଦେଶର ଆମେଠିରେ ଏହି ଅତ୍ୟାଧୁନିକ ରାଇଫଲର ୬ଲକ୍ଷରୁ ଅଧିକ AK-203 ୟୁନିଟ ଉତ୍ପାଦନ ହେବାକୁ ଥିବାବେଳେ ଏଥିପାଇଁ ଋଷ ଜ୍ଞାନକୌଶଳ ପ୍ରଦାନ କରିବା ନେଇ ଚୁକ୍ତିନାମା ସ୍ବାକ୍ଷର ହୋଇଛି । ପ୍ରାୟ 5,000 କୋଟି ଟଙ୍କା ବ୍ୟୟରେ ଭାରତୀୟ ସଶସ୍ତ୍ର ବାହିନୀ ପାଇଁ ଏହି ରାଇଫଲ ଆଗାମି ୧୦ ବର୍ଷ ପର୍ଯ୍ୟନ୍ତ ଧରି ଜାରି ରହିବ ଉତ୍ପାଦନ ।

ଭାରତ-ଋଷ ଆନ୍ତ-ସରକାରୀ ଆୟୋଗର ସାମରିକ ଏବଂ ସାମରିକ-ବୈଷୟିକ ସହଯୋଗ (India-Russia Inter-Governmental Commission on Military and Military-Technical Cooperation (IRIGC-M&MTC)ର 20ତମ ବୈଠକରେ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଋଷ ପ୍ରତିପକ୍ଷ ଜେନେରାଲ ସର୍ଗି ଶୋଏଗୁଙ୍କ ସହ ମିଳିତ ଭାବରେ ଏହି ବୈଠକରେ ସାମରିକ ଉପକରଣର ମିଳିତ ଉତ୍ପାଦନକୁ ବୃଦ୍ଧି କରିବା ସହ ରଣନୈତିକ ସହଯୋଗକୁ ଆହୁରି ବୃଦ୍ଧି କରିବା ଉପରେ ଆଲୋଚନା କରାଯାଇଥିଲା । 20ତମ IRIGC-M & MTCର ପ୍ରୋଟୋକଲରେ ଅନ୍ୟ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି ବୋଲି ଅଧିକାରୀମାନେ କହିଛନ୍ତି।

୪ଟି ଚୁକ୍ତିନାମା ମଧ୍ୟରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଇଣ୍ଡୋ-ରୁଷିଆ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ୍ (IRPL) ମାଧ୍ୟମରେ 6,01,427 ୟୁନିଟ AK-203 ଆସଲ୍ଟ ରାଇଫଲ ଉତ୍ପାଦନ ଚୁକ୍ତି ବୋଲି କୁହାଯାଉଛି ।

ଏହି ବୈଠକରେ ଉଦବୋଧନ ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଋଷକୁ ଭାରତର ଦୀର୍ଘଦିନର ସ୍ବତନ୍ତ୍ର ତଥା ରଣନୀତିକ ସହଯୋଗୀ ଓ ଭାଗିଦାରୀ ବୋଲି ବର୍ଣ୍ଣନା କରିଛନ୍ତି । ବିଶ୍ବ ଶାନ୍ତି ଏବଂ ସମୃଦ୍ଧତା, ପାରସ୍ପରିକ ବୁଝାମଣା ତଥା ସାଧାରଣ ସ୍ବାର୍ଥକୁ ଗୁରୁତ୍ବ ଦେଇ ଦୁଇ ଦେଶ ଆଗକୁ ବଢୁଥିବା କହିଥିଲେ ରାଜନାଥ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.