ETV Bharat / bharat

Monkeypox Death: ଭାରତରେ ମଙ୍କିପକ୍ସ ନେଲା ପ୍ରଥମ ମୁଣ୍ଡ - ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ

ଭାରତରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ । କେରଳର ପାଲ୍ଲାକ୍କଡ଼ ଜିଲ୍ଲା ଥ୍ରୀସୁର ଗ୍ରାମର ଯୁବକ ମୃତ । ଅଧିକ ପଢନ୍ତୁ

ଭାରତରେ ମଙ୍କିପକ୍ସ ନେଲା ପ୍ରଥମ ମୁଣ୍ଡ
ଭାରତରେ ମଙ୍କିପକ୍ସ ନେଲା ପ୍ରଥମ ମୁଣ୍ଡ
author img

By

Published : Aug 1, 2022, 2:16 PM IST

ଥିରୁଅନନ୍ତପୁରମ: ଭାରତରେ ମଙ୍କିପକ୍ସ ନେଲା ପ୍ରଥମ ମୁଣ୍ଡ । କେରଳର ପାଲ୍ଲାକ୍କଡ଼ ଜିଲ୍ଲା ଥ୍ରୀସୁର ଗ୍ରାମର ଜଣେ ୨୨ ବର୍ଷିୟ ଯୁବକ ମଙ୍କିପକ୍ସରେ(Monkeypox) ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଏନେଇ ପୁନେ ଭୀଇରୋଲୋଜି ଲ୍ୟାବ ତରଫରୁ ସୂଚନା ପ୍ରଦାନ କରାଯାଇଛିମ । ଯୁବକଙ୍କ ଜଣଙ୍କ ମଙ୍କିପକ୍ସ ସନ୍ଦିଗ୍ଧ ଥିଲେ । ଜୁଲାଇ ୨୧ରେ ସେ ୟୁଏଇରୁ ମଙ୍କିପକ୍ସରେ ଆକ୍ରାନ୍ତ ହୋଇ କେରଳ ଫେରିଥିଲେ । ଗତାଙ୍କ ଦେହରେ ମଙ୍କିପକ୍ସର ଲକ୍ଷଣ ଥିବାରୁ ତାଙ୍କୁ ଆଇସୋଲେସନରେ ରହିବା ସହ ସେ କେଉଁ ରୁଟ୍‌ ଦେଇ ଆସିଲେ ତାହା ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲା କେରଳ ସ୍ବାସ୍ଥ୍ୟ ବିଭାଗ ।

ତେବେ ଗତକାଲି ଯୁବକ ଜଣଙ୍କ ମୃତ୍ୟୁ ପରେ ସେ ମଙ୍କିପକ୍ସରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନଥିଲା । ଏହାପରେ ତାଙ୍କ ନମୁନା ଯାଞ୍ଚ ପାଇଁ ଆଲ୍ଲାପୁଝାସ୍ଥିତ ଭୀରୋଲୋଜୀ ଲ୍ୟାବ୍‌କୁ ପଠାଯାଇଥିଲା । ଏହାପରେ ପୁନଃ ପୁନେସ୍ଥିତ ଜାତୀୟ ଭୀରୋଲୋଜୀ ଲ୍ୟାବ୍‌କୁ ଯାଞ୍ଚ ପାଇଁ ପଠାଯାଇଥିବା ବେଳେ ପଙ୍କିପକ୍ସ ଯୋଗୁଁ ମୃତ୍ୟୁ ହୋଇଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.