ETV Bharat / bharat

ଭୋପାଳରେ ପ୍ରଥମ ରାଲି ସ୍ଥଗିତ ରଖିଲା ‘ଇଣ୍ଡିଆ’ ମେଣ୍ଟ: ବିଜେପି କହିଲା ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ଭୟ

author img

By ETV Bharat Odisha Team

Published : Sep 16, 2023, 7:55 PM IST

ଅକ୍ଟୋବର ପ୍ରଥମ ସପ୍ତାହରେ ହେବାକୁ ଥିବା ଭୋପାଳରେ ପ୍ରସ୍ତାବିତ ପ୍ରଥମ ରାଲି ସ୍ଥଗିତ ରଖିଲା ‘ଇଣ୍ଡିଆ’ ମେଣ୍ଟ । ସୂଚନା ଦେଲେ କମଲନାଥ । ବିଜେପି କହିଲା ଭୟ । ଅଧିକ ପଢନ୍ତୁ

ଭୋପାଲରେ ପ୍ରଥମ ରାଲି ବାତିଲ କଲା ‘ଇଣ୍ଡିଆ’ ମେଣ୍ଟ: ବିଜେପି କହିଲା ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ଭୟ

ଭୋପାଳ: ଅକ୍ଟୋବର ପ୍ରଥମ ସପ୍ତାହରେ ଭୋପାଲରେ ହେବାକୁ ଥିବା ରାଲିକୁ ସ୍ଥଗିତ ରଖିଲା ବିରୋଧୀ ‘ଇଣ୍ଡିଆ’ ମେଣ୍ଟ । ଆଜି ଏହି ସମ୍ପର୍କରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କମଲନାଥ ସ୍ପଷ୍ଟ କରିଛନ୍ତି । ତେବେ ମେଣ୍ଟ ସମନ୍ବୟ କମିଟି ବୈଠକରେ ପ୍ରଥମ ରାଲି ଭୋପାଳରେ ହେବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ହେଲେ ଏହାକୁ ପରବର୍ତ୍ତୀ ସମୟରେ ସ୍ଥଗିତ ରଖାଯାଇଛି ।

ଯଦି ଭୋପାଳରେ ନୁହେଁ, ତେବେ ପ୍ରଥମ ରାଲି କେଉଁଠାରେ ହେବ ସେନେଇ ମଧ୍ୟ କୌଣସି ନିଷ୍ପତ୍ତି ଗ୍ରହଣ ହୋଇନି ବୋଲି କମଲନାଥ କହିଛନ୍ତି । ମେଣ୍ଟର ନେତୃତ୍ବ ନେଉଥିବା କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅନ୍ୟ ସମସ୍ତ ସହଯୋଗୀ ଦଳଙ୍କ ସହ ଆଲୋଚନା ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ପ୍ରଥମ ରାଲି କେଉଁଠାରେ ହେବ ସେ ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ଗ୍ରହଣ କରାଯାଇ ନଥିବା କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ରଣଦ୍ବୀପ ସୂର୍ଯ୍ୟେଓ୍ବାଲା ସୂଚନା ଦେଇଛନ୍ତି ।

ତେବେ ବିରୋଧୀ ଇଣ୍ଡିଆ ମେଣ୍ଟ ହଠାତ ଏପରି ପ୍ରଥମ ରାଲି ସ୍ଥଗିତ ରଖିବାକୁ ନେଇ ବିଜେପି ସମାଲୋଚନାର ଏକ ଖୋରାକ ପାଇଛି । ସିଧାସଳଖ ସନାତନ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗ ସହ ଏହାକୁ ଯୋଡିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଶିବରାଜ କହିଛନ୍ତି, ‘‘ସେମାନଙ୍କ ଦ୍ବାରା ସନାତନ ଧର୍ମକୁ ବ୍ୟାଧି ସହ ତୂଳନା କରାଯିବା, ଲୋକଙ୍କୁ କଷ୍ଟ ଦେଇଛି । ସେମାନେ ସନାତନ ଧର୍ମକୁ ଅପମାନିତ କରିଛନ୍ତି । ଲୋକେ ସେମାନଙ୍କ ଉପରେ ମାତ୍ରାଧିକ କ୍ରୋଧିତ । ଏପରି ମନ୍ତବ୍ୟ କେବେ ଗ୍ରହଣ କରାଯିବ ନାହିଁ । ମଧ୍ୟ ପ୍ରଦେଶବାସୀ ଏହାକୁ କେବେ ଗ୍ରହଣ କରିବେ ନାହିଁ, ସେକଥା ସେମାନେ ବୁଝି ସାରିଛନ୍ତି । ତେଣୁ ସେମାନେ ନିଜର ପ୍ରସ୍ଥାବିତ ପ୍ରଥମ ରାଲି ସ୍ଥଗିତ କରିବାକୁ ବାଧ୍ୟ ହେଲେ ।’’

ଏହା ମଧ୍ୟ ପଢନ୍ତୁ:- ଆଜିଠୁ ହାଇଦ୍ରାବାଦରେ କଂଗ୍ରେସ CWC ବୈଠକ, ୫ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତି ଉପରେ ହେବ ମାନସ ମନ୍ଥନ

ତେବେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ମଧ୍ୟ ପ୍ରଦେଶ ରାଜଧାନୀ ଭୋପାଲରେ ପ୍ରଥମ ରାଲି କରିବା ପାଇଁ ମେଣ୍ଟ ନିଷ୍ପତ୍ତି ଗ୍ରହଣ କରିଥିଲା । ମୁମ୍ବାଇରେ ମେଣ୍ଟର ସମନ୍ବୟ କମିଟି ବୈଠକ ଶେଷ ହେବା ପରେଏହି ନିଷ୍ପତ୍ତି ସାମ୍ନାକୁ ଆସିଥିଲା । ଅକ୍ଟୋବର 2 ତାରିଖରେ ଗାନ୍ଧୀଜୟନ୍ତୀ ମଧ୍ୟ ରହିଛି । ଗାନ୍ଧୀ ଜୟନ୍ତୀରୁ ଦେଶରେ ମେଣ୍ଟ (ଇଣ୍ଡିଆ) ବ୍ୟାପକ ଆୟୋଜନ ସହ ନିର୍ବାଚନ ପ୍ରଚାରକୁ ଓହ୍ଲାଇବା ନେଇ ମେଣ୍ଟର ଅନ୍ୟତମ ବରିଷ୍ଠ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୂଚନା ଦେଇସାରିଛନ୍ତି । ଏପରି ସମୟରେ ପ୍ରସ୍ତୁତ ହେଉ ହେଉ ମେଣ୍ଟର ପ୍ରଥମ ରାଲି ହଠାତ ସ୍ଥଗିତ ରଖାଯିବା, ବିରୋଧୀଙ୍କ ଏକତା ଉପରେ ଅନେକ ପ୍ରଶ୍ନ ସୃଷ୍ଟି କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.