ETV Bharat / bharat

ଦୁର୍ଷ୍କମ ଅଭିଯୋଗରେ ଆଇଆଇଟି ଛାତ୍ର ଗିରଫ - ଦୁର୍ଷ୍କମ

ଶନିବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଗୌହାଟି (ଆଇଆଇଟି-ଜି)ର ଜଣେ ଛାତ୍ରକୁ ଦୁର୍ଷ୍କମ ଅଭିଯୋଗରେ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଆଇଆଇଟି ଛାତ୍ର ଗିରଫ
ଆଇଆଇଟି ଛାତ୍ର ଗିରଫ
author img

By

Published : Apr 4, 2021, 12:09 PM IST

ଗୌହାଟି: ଆଇଆଇଟି ଛାତ୍ରଙ୍କ ନାମରେ ଦୁର୍ଷ୍କମ ଅଭିଯୋଗ । ଶନିବାର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଗୌହାଟି ( ଆଇଆଇଟି-ଜି)ର ଜଣେ ଛାତ୍ରକୁ ଦୁର୍ଷ୍କମ ଅଭିଯୋଗରେ ଗିରଫ କରିଛି ପୋଲିସ ।

ଗିରଫ ହୋଇଥିବା ଛାତ୍ରଜଣକ ରସାୟନ ବିଭାଗର ଉତ୍ସବ କାଦମ ବୋଲି ଜଣାପଡିଛି । ସେ ମୁମ୍ବାଇ ବାସିନ୍ଦା । ମାର୍ଚ୍ଚ 28ତାରିଖ ରାତିରେ ଅନୁଷ୍ଠାନ ପରିସରରେ ହୋଲି ପାଇଁ ଏକ ସଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅଭିଯୁକ୍ତ ଜଣଙ୍କ ଛାତ୍ରୀଙ୍କୁ ଦୁର୍ଷ୍କମ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଛାତ୍ରୀଜଣଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହା ପରେ ଛାତ୍ରୀଙ୍କୁ ହଷ୍ଟେଲ କର୍ମଚାରୀଙ୍କ ସହାୟତାରେ ଡାକ୍ତରୀ ପରୀକ୍ଷା ପାଇଁ ଗୌହାଟି ମେଡିକାଲ କଲେଜ ଏବଂ ହସ୍ପିଟାଲ (ଜିଏମଏଚସି) କୁ ନିଆଯାଇଥିଲା । ଏବେ ସେ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ଡାକ୍ତର କୌଣସି ସୂଚନା ଦେଇ ନାହାନ୍ତି ।

ଭାରତୀୟ ଦଣ୍ଡବିଧି ଆଇନ 376 ଅନୁସାରେ ଆମିନଗାଁ ପୋଲିସ ଆଉଟପୋଷ୍ଟରେ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇ ତାଙ୍କୁ ଗରିଫ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ,ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.