ETV Bharat / bharat

JDU ବିଧାୟକଙ୍କ ଧମକ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବିରୋଧ କଲେ ମୁଣ୍ଡ କାଟିଦେବେ

ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ କହିଲେ ମୁଣ୍ଡ କାଟି ଦେବେ କହିଲେ ବିଧାୟକ । ଅଧିକ ପଢନ୍ତୁ

JDU ବିଧାୟକଙ୍କ ଧମକ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବିରୋଧ କଲେ ମୁଣ୍ଡ କାଟିଦେବେ
JDU ବିଧାୟକଙ୍କ ଧମକ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବିରୋଧ କଲେ ମୁଣ୍ଡ କାଟିଦେବେ
author img

By

Published : Apr 2, 2023, 8:54 PM IST

JDU ବିଧାୟକଙ୍କ ଧମକ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବିରୋଧ କଲେ ମୁଣ୍ଡ କାଟିଦେବେ

ପାଟନା: ଧମକ ଦେଇ ପୁଣି ବିବାଦରେ ବିହାରର ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳ । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କେହି ବିରୋଧ କଲେ ତାଙ୍କ ଗଳା କାଟିଦେବେ ବୋଲି ଏକ ସଭାମଞ୍ଚରୁ ଧମକ ଦେଇଛନ୍ତି ବିଧାୟକ ଗୋପାଳ ମଣ୍ଡଳ । ବିହାରରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟରେ ଯେତିକି କାମ କରିଛନ୍ତି, ତାହା କେହି କରିନାହାନ୍ତି । ତାଙ୍କୁ ଯେ କେହି ବିରୋଧ କରିବ, ସେ ତାର ଏପରି ଅବସ୍ଥା କରିବେ ବୋଲି ଗୋପାଳ ନିଜ ଭାଷଣରେ କହିଛନ୍ତି ।

ବିହାରର ନବଗାଛିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ ଭାଗଲପୁରରୁ ଶାସକ ଦଳର ବିଧାୟକ ଥିବା ଗୋପାଳ ମଣ୍ଡଳ । ଏଥିରେ ସେ ନିଜ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଭରପୁର ପ୍ରଶଂସା କରିବା ସହ ବିରୋଧୀ ବିଜେପି ଉପରେ ବର୍ଷିଥିଲେ । କହିଥିଲେ ନୀତିଶ ରାଜ୍ୟରେ ବିକାଶ କରିଛନ୍ତି, ହେଲେ ବିଜେପି କେବଳ ମିଛ କହିବାରେ ଲାଗିଛି । ତାଙ୍କ ସାମ୍ନାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କେହି ବିରୋଧ କଲେ, ସେ ତାର ମୁଣ୍ଡ କାଟିଦେବେ ।

ଏହି କାର୍ଯ୍ୟକ୍ରମରେ ମଞ୍ଚରେ ବିଧାୟକ ଗୋପାଳଙ୍କ ସହ ବିହାର ଗୃହ ନିର୍ମାଣ ମନ୍ତ୍ରୀ ଅଶୋକ ଚୌଧୁରୀ ଓ ବିଧାନ ପରିଷଦ ସଦସ୍ୟ ସଂଞ୍ଜୟ ସିଂ, ସ୍ଥାନୀୟ ଭାଗଲପୁର ସାଂସଦ ଅଜୟ ମଣ୍ଡଳ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ । ତେବେ ସଭାମଞ୍ଚରୁ ବିଧାୟକଙ୍କ ପରି ଜଣେ ଜନ ପ୍ରତିନିଧିଙ୍କର ଏପରି ହିଂସକ ଭାଷଣକୁ ନେଇ ବିବାଦ ଦେଖାଯାଇଛି । ଅନ୍ୟ ରାଜନୈତିକ ଦଳ ଓ ବୁଦ୍ଧିଜୀବୀମାନେ ଏପରି ମନ୍ତବ୍ୟକୁ ସମାଲୋଚନା କରିଛନ୍ତି ।

ମନ୍ତବ୍ୟ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ସ୍ଥାନୀୟ ସାଂସଦ ଅଜୟ ମଣ୍ଡଳଙ୍କ ପ୍ରତିକ୍ରିୟା ଚାହିଁଥିବା ବେଳେ, ସେ ଅତି ଚତୁରତାର ସହ ଏହି ବିବାଦରୁ ନିଜକୁ ଦୂରରେ ରଖିଥିବା ଦେଖିବାକୁ ମିଳିଥିଲା । ସେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ନରଖିବା ସହ ଏହା ବିଧାୟକଙ୍କ ମନ୍ତବ୍ୟ ବୋଲି କହିଥିଲେ । କେଉଁ ପ୍ରସଙ୍ଗରେ ବିଧାୟକ ଏପରି କହିଲେ, ତାଙ୍କୁ ପ୍ରଶ୍ନ କର ବୋଲି ଗଣମାଧ୍ୟମକୁ ସାଂସଦ ଅଜୟ ମଣ୍ଡଳ ପ୍ରତିକ୍ରିୟା ଦେଇ ଏଥିରୁ ଦୂରରେ ରହିଥିଲେ । ତେବେ ଶାସକ ସଂଯୁକ୍ତ ଜନତା ଦଳରୁ ଭାଗଲପୁରରୁ ବିଧାନସଭା ଆସନରୁ ବିଧାୟକ ଥିବା ଗୋପାଳ ମଣ୍ଡଳଙ୍କ ଏହା ପ୍ରଥମ ବିବାଦ ନୁହେଁ । ପୂର୍ବରୁ ସେ ମଧ୍ୟ ଏକାଧିକ ମାମଲାରେ ବିବାଦ ପରିସରକୁ ଆସି ସାରିଛନ୍ତି । ନିକଟରେ ବିଧାୟକଙ୍କ ପୁଅ ମଧ୍ୟ ଏକ ଗୁଳିମାଡ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.