ETV Bharat / bharat

Children Vaccination: ଜୋରଦାର୍ ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ - ପିଲାଙ୍କ ଟୀକାକରଣ ପାଇଁ ରାଜ୍ୟମାନଙ୍କ ପ୍ରସ୍ତୁତି

ଜାନୁଆରୀ ୩ ରୁ ଆରମ୍ଭ ହେବାକୁ ଯାଉଛି 15-18 ବର୍ଷ ବୟସ୍କଙ୍କ ଟୀକାକରଣ । ପିଲାଙ୍କୁ ଟିକାଦାନ ପାଇଁ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ । ଅଧିକ ପଢନ୍ତୁ

Children Vaccination: ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ

author img

By

Published : Dec 29, 2021, 10:25 AM IST

ନୂଆଦିଲ୍ଲୀ: ଜାନୁଆରୀ ୩ ରୁ ଆରମ୍ଭ ହେବାକୁ ଯାଉଛି 15-18 ବର୍ଷ ବୟସ୍କଙ୍କ ଟୀକାକରଣ । ଟିକା ଗ୍ରହଣ କରିବାକୁ ଥିବା ଏହି ନିର୍ଦ୍ଦିଷ୍ଟ ବର୍ଗରେ ପ୍ରାୟ ସାଢେ ୭ କୋଟି (7,40,57,000) ହିତାଧିକାରୀ ରହିଥିବା ସରକାରୀ ଭାବେ ତଥ୍ୟ ମିଳିଛି । ସେହିପରି 60 ବର୍ଷରୁ ଅଧିକ ବୟସ୍କ ପାଇଁ ପ୍ରଧାନମନ୍ତ୍ରୀ ବୁଷ୍ଟର ଡୋଜ ଘୋଷଣା କରିଥିବା ବେଳେ ଏହି ବର୍ଗରେ ପ୍ରାୟ ୩ କୋଟି ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ପିଲାଙ୍କ ଟୀକାକରଣରେ କେବଳ କୋଭାକ୍ସିନ ହିଁ ବ୍ୟବହାର କରାଯିବ । ଏଥିପାଇଁ ଜାନୁୟାରୀ ୧ ତାରିଖରୁ କୋୱିନ ସାଇଟରେ ପଞ୍ଜିକରଣ ଆରମ୍ଭ ହେବାକୁ ଥିବାବେଳେ ଟୀକାକରଣ ପ୍ରସ୍ତୁତି ଜୋରଦାର କରିଛନ୍ତି ରାଜ୍ୟ ।

ସେପଟେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ମଙ୍ଗଳବାର ଏ ସଂକ୍ରାନ୍ତରେ ରାଜ୍ୟଗୁଡିକ ସହ ବୈଠକ କରିଛନ୍ତି । 15-18 ବର୍ଷ ବୟସ୍କଙ୍କ ଟୀକାକରଣ ପାଇଁ ପୃଥକ୍ ଟୀକାକରଣ କେନ୍ଦ୍ର ସ୍ଥାପନ କରିବାରୁ ସଚିବ ବୈଠକରେ ପରାମର୍ଶ ଦେଇଛନ୍ତି । ପିଲାଙ୍କୁ ଟିକା ଦେବାକୁ ଭିନ୍ନ ଭିନ୍ନ ଟୀକାକରଣ ଟିମ୍ ନିୟୋଜିତ ହେବେ । ଏଥିସହ ଟୀକାକରଣ କର୍ମୀ ଏବଂ ଅଧିକାରୀଙ୍କୁ ମଧ୍ୟ ତାଲିମ୍ ଦେବାକୁ ରାଜ୍ୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । କିଛି ରାଜ୍ୟରେ ମଧ୍ୟ ଏହି ସ୍ବାସ୍ଥ୍ଯକର୍ମୀମାନଙ୍କୁ ଟ୍ରେନିଂ ଦିଆସରିଛି । ତେବେ ଜାଣନ୍ତୁ 15-18 ବର୍ଷ ବୟସ୍କଙ୍କ ଟୀକାକରଣ ପାଇଁ ରାଜ୍ୟଗୁଡିକ କିପରି ପ୍ରସ୍ତୁତି କରୁଛନ୍ତି

ଦିଲ୍ଲୀ: ବର୍ତ୍ତମାନ ଦିଲ୍ଲୀରେ ମହଜୁଦ ଥିବା ଟୀକାକରଣ କେନ୍ଦ୍ରଗୁଡିକରେ ହିଁ ପିଲାଙ୍କୁ ଟିକା ଦିଆଯିବା ନେଇ ସମ୍ଭାବନା ରହିଛି । କିଶୋର କିଶୋରୀଙ୍କୁ କେବଳ କୋଭାକ୍ସିନ ଦିଆଯିବ । ଏଠାରେ ସରକାରୀ ସ୍କୁଲ ଏବଂ ହସ୍ପିଟାଲ ସମେତ ଘରୋଇ ମେଡିକାଲରେ ମଧ୍ୟ ଟିକାଦାନ ସୁବିଧା ମିଳିବ । ଦିଲ୍ଲୀ ଜନସଂଖ୍ୟାର ମୋଟ ୭ ରୁ ୯ ଲକ୍ଷ କିଶୋର କିଶୋରୀ ଅଟନ୍ତି ।

ମହାରାଷ୍ଟ୍ର: ପିଲାଙ୍କ ଟୀକାକରଣ ପାଇଁ ଏବେ ବି ହିତାଧିକାରୀଙ୍କ ଚୂଡାନ୍ତ ବିବରଣୀ ଅପେକ୍ଷାରେ ରହିଛି ମହାରାଷ୍ଟ୍ର । ରାଷ୍ଟ୍ରୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ-୫ ଅନୁଯାୟୀ, ଏଠାରେ ମୋଟ ଜନସଂଖ୍ୟାର ୩.୭ ପ୍ରତିଶତ ହେଉଛନ୍ତି 15-18 ବର୍ଷ ବୟସ୍କ । ମାତ୍ର କେନ୍ଦ୍ର ରାଜ୍ୟ ସହ ବୈଠକ ଜରିଆରେ ଯୋଗ୍ୟ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ କରିବ । ତଥ୍ୟ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ମହଜୁଦ ଭ୍ୟାକ୍ସିନର ଯାଞ୍ଚ କରିବ ଏବଂ କେନ୍ଦ୍ରକୁ ଆଉ କେତେ ଡୋଜ୍ ମଗାଯିବ ତାହାର ନିର୍ଣ୍ଣୟ ନେବ ।

ତାମିଲନାଡୁ: ତାମିଲନାଡୁରେ ପିଲାଙ୍କ ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମା ସୁବ୍ରମଣ୍ୟମ କହିଛନ୍ତି ଯେ, ସେ ୧୫-୧୮ ବୟସ୍କଙ୍କ ଟୀକାକରଣ ପାଇଁ ୩୩.୨୦ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରିଛନ୍ତି ।

ପଶ୍ଚିମବଙ୍ଗ: କେଉଁ କେଉଁ ହସ୍ପିଟାଲଗୁଡିକରେ ପିଲାଙ୍କ ଟୀକାକରଣ କରାଯିବା ସେ ସମ୍ପର୍କରେ ଏବେ ଯାଏଁ ପଶ୍ଚିମବଙ୍ଗ ସରକାର ନିଷ୍ପତ୍ତି ନେଉଛନ୍ତି । ସୂତ୍ର ଅନୁଯାୟୀ, ରାଜ୍ୟ ସରକାର ଖୁବଶୀଘ୍ର ଏ ଦିଗରେ ନିର୍ଦ୍ଦେଶନାମା ଜାରି କରିବେ । ତେବେ ଜାନୁୟାରୀ ୩ ପୂର୍ବରୁ ନିର୍ଦ୍ଦେଶନାମା ଆସିବ ନା ନାହିଁ ସେନେଇ କିଛି ସ୍ପଷ୍ଟ ହୋଇନି । ଘରୋଇ ହସ୍ପିଟାଲ ସୂତ୍ରଗୁଡିକର କହିବା କଥା, ଯେ ପର୍ଯ୍ୟନ୍ତ ସରକାରଙ୍କ ଗାଇଡଲାଇନ ଆସିନି ସେ ପର୍ଯ୍ୟନ୍ତ ସେମାନେ ଟୀକାକରଣ କରିପାରିବେ ନାହିଁ ।

ଆସାମ: ଜାନୁୟାରୀରୁ କିଶୋର କିଶୋରୀଙ୍କ ଟୀକାକରଣ ପାଇଁ ଅଣ୍ଟା ଭିଡିଛନ୍ତି ଆସାମ ସରକାର । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଅନୁଯାୟୀ, ଆସାମରେ ୧୫-୧୮ ବୟସ୍କଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୧୮.୨୫ ଲକ୍ଷ ଅଟେ । ଏଠାରେ ଜାନୁୟାରୀ ୩ରୁ ପିଲାଙ୍କ ଟୀକାକରଣ ପାଇଁ ସବୁପ୍ରକାର ବନ୍ଦୋବସ୍ତ କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.