ଶ୍ରୀନଗର: ଗୋଫାଷ୍ଟ ଏୟାରଲାଇନ୍ସରେ ବୋମା । ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଆରମ୍ଭ କରିଥିବା ଗୋଫାଷ୍ଟ ଏୟାରଲାଇନ୍ସରେ ବୋମା ଥିବା ଖବର ଶୁଣିବାପରେ ଯାତ୍ରୀଙ୍କ ମଧ୍ୟରେ ଖେଳିଯାଇଥିଲା ଭୟର ବାତାବରଣ । ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ବିମାନରେ ଯାଞ୍ଚ ଆରମ୍ଭ କରିଥିଲେ । କିନ୍ତୁ ପରେ ଖବରଟି ମିଥ୍ୟା ଜଣାପଡିଥିଲା ।
ସୂଚନାଅନୁଯାୟୀ ଗତକାଲି ଗତକାଲି ସନ୍ଧ୍ୟା ୭ଟା ସମୟରେ ଶ୍ରୀନଗରରୁ ଦିଲ୍ଲୀ ଅଭିମୁଖେ G8 - 149 (A320-271 N) ବିମାନଟି ଉଡାଣ ଆରମ୍ଭ କରିବାର ଥିଲା । ଏହି ସମୟରେ ବିମାନଟିରେ ବୋମା ଥିବା ନେଇ ଏକ କଲ ଆସିଥିଲା । ଏହାପରେ ବିମାନ ଉଡାଣ ବନ୍ଦ କରାଯାଇ ଯାଞ୍ଚ ଆରମ୍ଭ ହୋଇଥିଲା, କିନ୍ତୁ ବିମାନରୁ ବୋମା ନମିଳିବା ପରେ ଏହା ଏକ ମିଥ୍ୟ ଖବର ବୋଲି ଜଣାପଡିଥିଲା । ଶେଷରେ ରାତି ୯ଟା ୩୫ରେ ଶ୍ରୀନଗରରୁ ବିମାନଟି ଉଡାଣ ଆରମ୍ଭ କରି ରାତି ୧୦ଟା ୪୨ରେ ଦିଲ୍ଲୀରେ ପହଞ୍ଚିଥିଲା ।
ତେବେ ଏହି ଗୁଜବକୁ ନେଇ ଖୁବଶୀଘ୍ର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ