ETV Bharat / bharat

Inner Ring Road Scam Case: ଆସନ୍ତା 7ରେ ଚନ୍ଦ୍ରବାବୁଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି

ଅମରାବତୀ ଇନର-ରିଙ୍ଗ ରୋଡ୍‌ ଘୋଟାଲା ମାମଲାରେ ଆସନ୍ତା 7ରେ ଚନ୍ଦ୍ରବାବୁଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି କରିବେ ଆନ୍ଧ୍ର ହାଇକୋର୍ଟ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Oct 19, 2023, 6:23 AM IST

Inner Ring Road scam case: ଆସନ୍ତା 7 ରେ ଚନ୍ଦ୍ରବାବୁଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି

ଅମରାବତି: ଅମରାବତୀ ଇନର-ରିଙ୍ଗରୋଡ୍‌ ସ୍କାମ୍‌ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣି ନଭେମ୍ବର 7 ତାରିଖରେ ହେବ । ଆଜି ଏହି ମାମଲାର ଶୁଣାଣି କରି ଆସନ୍ତା 7 ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସିଆଇଡି ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ଜେଲ୍‌ରେ ରହିଛନ୍ତି ନାଇଡୁ । ଏବେ ଏହି ଘୋଟାଲା ମାମଲାରେ ମଧ୍ୟ ସିଆଇଡି ତଦନ୍ତ ଆରମ୍ଭ କରିଛି । 2014ରୁ 2019 ମଧ୍ୟରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହି ସମୟରେ ନାଇଡ଼ୁ ଆନ୍ଧ୍ରର ମୁଖ୍ୟମନ୍ତ୍ରୀ ଥିଲେ । ତେବେ ମାମଲାରେ ନାଇଡ଼ୁଙ୍କ ଗିରଫଦାରୀ ଆଶଙ୍କା ଥିବାରୁ ସେ ଆଗୁଆ ଜାମିନ ପାଇଁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Inner Ring Road Scam: ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶଙ୍କୁ CID ନୋଟିସ୍‌

ଏହା ପୂର୍ବରୁ ଚନ୍ଦ୍ରବାବୁ ନାଇଡ଼ୁଙ୍କ ପୁଅ ନାରା ଲୋକେଶଙ୍କୁ ଏହି ମାମଲାରେ ନୋଟିସ୍‌ ଜାରି କରିସାରିଛି ତଦନ୍ତକାରୀ ସଂସ୍ଥା CID । ଲୋକେଶ ଏବେ ଚନ୍ଦ୍ରବାବୁଙ୍କ ନେତୃତ୍ବାଧୀନ ଟିଡିପିର ଜାତୀୟ ସାଧାରଣ ସମ୍ପାଦକ ପଦରେ ରହିଛନ୍ତି । ସେ ମଧ୍ୟ ସମାନ ମାମଲାରେ ତଦନ୍ତକାରୀ ସଂସ୍ଥାର ତଦନ୍ତ ସ୍କାନର୍‌ରେ ରହିଛନ୍ତି । ସିଆଇଡି ଅଭିଯୋଗ କରିଛି ଯେ, ଆନ୍ଧ୍ର ପ୍ରଦେଶର ରାଜଧାନୀ ଅମରାବତୀର ମାଷ୍ଟରପ୍ଲାନ୍‌ର ପରିକଳ୍ପନା ଅନ୍ତର୍ଗତ ରିଙ୍ଗ ରୋଡ୍ ଏବଂ ମୁଖ୍ୟ ସଡ଼କଗୁଡ଼ିକର ଆଲାଇନମେଣ୍ଟ୍‌ ପ୍ରକଳ୍ପରେ ଏହି ଦୁର୍ନୀତି ହୋଇଥିଲା । 2014ରୁ 2019 ମସିହା ମଧ୍ୟରେ ହୋଇଥିବା ଏହି ଦୁର୍ନୀତିରେ ଅନେକ ତତ୍କାଳୀନ ସରକାରୀ ଅଧିକାରୀଙ୍କର ମଧ୍ୟ ସମ୍ପୃକ୍ତି ଅଭିଯୋଗ ରହଛି । ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ପାର୍ଟିର ସାଧାରଣ ସମ୍ପାଦକ ନାରା ଲୋକେଶଙ୍କ ନାମ ମଧ୍ୟ ରହିଥିଲା । ତେବେ ଏବେ ମାମଲାରେ ବାପା ଚନ୍ଦ୍ରବାବୁଙ୍କ ପାଇଁ ମଧ୍ୟ ଅଡ଼ୁଆ ବଢ଼ିବାରେ ଲାଗିଛି ।

ଏହା ମଧ୍ୟ ପଢନ୍ତୁ :- Skill development scam: ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହେଲେ ଚନ୍ଦ୍ରବାବୁ ନାଇଡୁ

ଏବେ ଚନ୍ଦ୍ରବାବୁ ନାଇଡୁ ବହୁଚର୍ଚ୍ଚିତ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍‌ରେ ରହିଛନ୍ତି । ଗତ ସେପ୍ଟେମ୍ବର 9ରେ ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ 3 ଶହ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । 9 ତାରିଖ ସକାଳ ୬ଟାରେ ରାଜ୍ୟ ସିଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ଏକାଧିକ ଥର ତଳ କୋର୍ଟ ଓ ହାଇକୋର୍ଟରେ ତାଙ୍କ ବେଲ ପିଟିସନ ଖାରଜ ହେବା ପରେ ଚନ୍ଦ୍ରବାବୁ ଏବେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.